ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼

ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ । ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି । ନିଜେ କଙ୍ଗନା ଏହାର ନୂଆ ରିଲିଜ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ଶେୟାର କରି କହିଛନ୍ତି ‘ଧାକଡ଼’ ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ । ଏହା କେବଳ ହିନ୍ଦି ନୁହେଁ ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ । ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ କଙ୍ଗନା ଏଥରେ ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ରବିବାର କଙ୍ଗନାଙ୍କ ଶୋ’ ଲକଅପ୍ ଆରମ୍ଭ ହେଉଥିବା ବେଳେ କଙ୍ଗନା ଓଟିଟିରେ ଡେବ୍ୟୁ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆରବ ଦେଶରେ ଅକ୍ଷୟଙ୍କ ‘ବେଲ ବଟମ’ ବ୍ୟାନ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ ରିଲିଜ୍ ହେବା ପରେ ସବୁଠାରୁ ଏହାର ପ୍ରଶଂସା ଶୁଣିବାକୁ ମିଳୁଛି ।...

ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାରେ ଓଡିଆ ପୁଅ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଅଭିନେତା ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଯୋଡିକୁ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି...

ଟ୍ରୋଲ ହେଉଛନ୍ତି ବିବେକ ଅଗ୍ନିହୋତ୍ରୀ

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’ ଗୀତକୁ କଟାକ୍ଷ କରି ଫସିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଅଭିନେତାଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା...

ବିନା ହେଲମେଟରେ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ବୁଲିଲେ ବିବେକ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଲେଣ୍ଟାଇନସ୍‌ ଡେ ଅବସରର, ଯାହା...

ଡ୍ରଗ୍ସ ଲିଙ୍କ ମାମଲା: ଦୀପେଶ ସାୱନ୍ତଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୫।୯-ଧୀରେ ଧୀରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଗୁମର ଫିଟିବାରେ ଲାଗିଛି। ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଶନିବାର ଦୀପେଶ ସାୱନ୍ତକୁ ଗିରଫ କରିଛି। ଗତକାଲି...

ନ୍ୟୁୟର ସେଲିବ୍ରେଶନ ପାଇଁ ନ୍ୟୁୟର୍କରେ ପହଞ୍ଚିଲେ ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଆଜିକାଲି ନ୍ୟୁୟର୍କରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ଉପଭୋଗ କରୁଛନ୍ତି। ଏହି ସମୟରେ ସେ କିଛି ଭାରତୀୟ...

ହେଜେଲ୍‌ଙ୍କୁ କଫି ଡେଟ୍‌ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ

ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା...

ସାତ ବର୍ଷରେ କେତେ ବଦଳି ଗଲେଣି ମୁନ୍ନି

ମୁମ୍ବାଇ: ୨୦୧୫ରେ ଆସିଥିବା ବଲିଉଡ ମୁଭି ‘ବଜରଙ୍ଗି ଭାଇଜାନ’ର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁନ୍ନି(ହର୍ଷାଳି ମାଲହୋତ୍ରା) । ତାଙ୍କର ସରଳତା ସମସ୍ତଙ୍କ ହୃଦୟ ଜିତିଥିଲା ।...

Advertisement
Archives

Model This Week