ହଂସଲ ମେହେଟାଙ୍କ ଟୁଇଟ୍ ଦେଖି କଙ୍ଗନା କହିଲେ ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’

ମୁମ୍ବାଇ: ବଲିଉଡ୍‌ରେ ବହୁ ଫିଲ୍ମ ସହ ୱେବ ସିରିଜ ନିର୍ମାଣ କରିଥିବା ହଂସଲ ମେହେଟା ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିମରନ’କୁ ନେଇ ସେ ବଡ କଥା କହିଛନ୍ତି । ସେ କହିଛନ୍ତି ‘ସିମରନ’ ମୋ କ୍ୟାରିୟରର ସବୁଠାରୁ ବଡ ଭୁଲ ଥିଲା । ସୂଚନାଯୋଗ୍ୟ, ଏହି ଫିଲ୍ମ ସମୟରେ ସେ ଏହାକୁ ଛାଡି ଚାଲି ଯାଇଥିଲେ । ଆଉ ଏବେ ଏହି ଫିଲ୍ମ ତାଙ୍କ କ୍ୟାରିୟରର ବଡ ଭୁଲ ବୋଲି ସେ କହିଛନ୍ତି । ଟୁଇଟ୍ କରି ହଂସଲ ଏହା କହିଛନ୍ତି । ସେ କହିଛନ୍ତି ମୁଁ ଭଲ ବିଶ୍ୱାସ ସହ ଆନ୍ନାଙ୍କୁ ସମର୍ଥନ କରିଥିଲି । ପରେ କେଜରିୱାଲଙ୍କୁ ସମର୍ଥନ କଲି । ଏଥିପାଇଁ ମୁଁ ଅନୁତାପ କରୁ ନାହିଁ । କାରଣ ଆମେ ସମସ୍ତେ ଭୁଲ କରୁ । ଯେମିତି ମୁଁ ‘ସିମରନ’ ନିର୍ମାଣ କରିଥିଲି । ଏହାପରେ ତାଙ୍କର ଏହି ଟୁଇଟକୁ ରିଟୁଇଟ୍ କରି ଅଭିନେତ୍ରୀ କଙ୍ଗନା ରାନାୱତ କିଛି ଖଟାମିଠା କଥା କହିଛନ୍ତି । କଙ୍ଗନା ଏଥିରେ ନାୟିକା ଥିଲେ । ସେ କହିଛନ୍ତି ଆପଣ ଠିକ୍ କହିଛନ୍ତି ହଂସଲ ସାର୍ । ହେଲେ ଆପଣ ଏବେବି ସ୍ୱୀକାର କରିବେ ଯେ ସେତେବେଳେ ମୁଁ ଆଣଙ୍କ ସହ ଛିଡା ହୋଇଥିଲି । ହେଲେ ଏବେ ଆପଣ ଏହା କହୁଛନ୍ତି । ଆଉ ଏହା ଦେଖିବା ପରେ ମୋତେ ଗୋଟିଏ ଗୀତ ଗାଇବାକୁ ଇଚ୍ଛା ହେଉଛି । ଯାହା ହେଉଛି, ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’ । ଏହାସହ କଙ୍ଗନା ଏକ ହସିବା ଇମୋଜି ମଧ୍ୟ ଦେଇଛନ୍ତି । ଏହା ଦେଖିବା ପରେ ହଂସଲ ଏହାର ଉତ୍ତର ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଏହି ଟୁଇଟ୍ ଆପଣଙ୍କ ଉଦ୍ଦେଶ୍ୟରେ ନ ଥିଲା । ଦ୍ୱିତୀୟ କଥା ହେଉଛି ଫିଲ୍ମ ରିଲିଜ୍ ହେବା ପରେ ମୋ ସହ ଏମିତି କିଛି ଘଟିଥିଲା ଯାହା ଫଳରେ ମୁଁ ଭାଙ୍ଗି ପଡିଥିଲି । ସେଥିପାଇଁ ମୁଁ ଭାବେ ‘ସିମରନ’ ମୋ କ୍ୟାରିୟରର ବଡ ଭୁଲ ଥିଲ । ଆପଣ ଜଣେ ଭଲ କଳାକାର, ମୁଁ ଆପଣଙ୍କୁ ସମ୍ମାନ କରେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?