Posted inଜାତୀୟ

ସଞ୍ଜୟ ରାଉତଙ୍କୁ ଧମକ ଦେଇ ଗିରଫ ହେଲେ କଙ୍ଗନାଙ୍କ ପ୍ରଶଂସକ

ମୁମ୍ବାଇ,୧୧ ।୯: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ମୁମ୍ବାଇ ପୋଲିସର ଏକ ଟିମ୍ କୋଲକାତା ପୋଲିସର ସହଯୋଗରେ ପଲାଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ଶୁକ୍ରବାର ଟଲିଗଞ୍ଜ ସ୍ଥିତ ତାଙ୍କ ଘରୁ ପଲାଶଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ସେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସମର୍ଥକ ବୋଲି ଦାବି କରିଛନ୍ତି । ତେବେ ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ପଲାଶ ସୋସିଆଲ ମିଡିଆରେ ସଞ୍ଜୟଙ୍କୁ ଧମକ ଦେଇ ଲେଖିଥିଲେ ତାଙ୍କୁ ‘ଗମ୍ଭିର ପରିଣତି’ ଭୋଗିବାକୁ ପଡିବ । ଏବେ ତାଙ୍କୁ ଅଲିପୁର ଅଦାଲତରେ ହାଜର କରାଯିବ କି ମୁମ୍ବାଇ ପୋଲିସ ପଲାଶଙ୍କୁ ମୁମ୍ବାଇ ନେବ ତାହା ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, କିଛିଦିନ ହେବ ଶିବସେନା ନେତା ସଞ୍ଜୟ ରାଉତ ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରୁ: ଭାଜପା

ନୂଆଦିଲ୍ଲୀ,୨୯ା୬: ୟୁସିସି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ନୁହେଁ, ବରଂ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ। ଏହାକୁ ସାମ୍ପ୍ରଦାୟିକ ଶିଳ୍ପୀମାନଙ୍କ ହାତରୁ ମୁକ୍ତ କରିବା ସମୟ...

ଜଣେ ଅଭିନେତାଙ୍କୁ ଶେଷ ଫୋନ୍‌ କଲ୍‌ କରିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କ ସମେତ ସେଲିବ୍ରେଟିମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।...

ଆସୁଛି ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା...

ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର...

ଦିଲ୍ଲୀର ଶାସନ ଭାଜପା ହାତକୁ ଆସିଲେ ହଟିବ ମସଜିଦ୍‌-ମଦ୍ରାସା ଓ କବରସ୍ତାନର ଅବୈଧ ନିର୍ମାଣ: ସାହିବ ସିଂ

ନୂଆଦିଲ୍ଲୀ,୧୮।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାନା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ହାତେଇବାର ପ୍ରୟାସ କରାଯାଉଛି। ଏପରିସ୍ଥଳେ ଭାଜପା...

ଶେଷ ହେବାକୁ ଯାଉଛି ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ,୧୧।୧: ଅନ୍ତିମ ଚରଣରେ ପହଞ୍ଚିବାକୁ ଯାଉଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଜାନୁୟାରୀ ୩୦ରେ ଏହାର ସମାପନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବ। ଏହାର ଭବ୍ୟ ସମାପନ...

ସ୍ବଦେଶୀ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା: ଆମେରିକା-ରୁଷ୍‌-ଚାଇନା ସହିତ ସମକ୍ଷକ ଭାରତ

ନୂଆଦିଲ୍ଲୀ, ୧୦।୧୨: ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା ମିଳିଛି। ଏହାଦ୍ୱାରା ଆମେରିକା,ରୁଷ୍‌ ଏବଂ ଚାଇନା ସହିତ ଭାରତ ସମକ୍ଷକ ହୋଇପାରିଛି।...

ରୋପ୍‌ ଓ୍ବେରେ ଲଟକିଛି ୪୮ ଜୀବନ, ବିତିଲାଣି ୨୦ ଘଣ୍ଟା…

ରାଞ୍ଚି, ୧୧।୪ : ଝାଡଖଣ୍ଡର ସର୍ବୋଚ୍ଚ ତ୍ରିକୁଟ ରୋପ୍‌ ୱେର ଟ୍ରଲି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଫଳରେ ପ୍ରାୟ ୧୮ ଟ୍ରଲି ରବିବାର ସନ୍ଧ୍ୟାରୁ...

Advertisement
Archives

Model This Week