Posted inଜାତୀୟ

କଙ୍ଗନା ହେବେ ଭାଜପାର ଷ୍ଟାର ପ୍ରଚାରକ: ଉତ୍ତର ରଖିଲେ ଫଡନବିଶ

ପାଟନା,୧୪ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ଏଥର ଭାରତୀୟ ଜନତା ପାର୍ଟି(ଭାଜପା) ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତିରେ ରହିଛି । ଅନ୍ୟପଟେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସହ ମହାରାଷ୍ଟ୍ର ସରକାରଙ୍କ ତୁତୁମେମେ ଭାଜପାକୁ ବେଶ୍ ସୁହାଇଛି । ଭାଜପା ଏହି ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ବିରୋଧ କରୁଥିବା ବେଳେ ଏବେ ବିହାର ରାଜନୀତି ସହ କଙ୍ଗନାଙ୍କୁ ଯୋଡି ଦିଆଯାଇଛି । ଭାଜପା କଙ୍ଗନାଙ୍କୁ ସମର୍ଥନ କରୁଥିବାରୁ ଆଲୋଚନା ହେଉଥିଲା କି ଏଥର ବିହାର ବିଧାନସଭା ନିର୍ବାଚନରେ କଙ୍ଗନା ହେବେ ଭାଜପାର ଷ୍ଟାର ପ୍ରଚାରକ । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଥର ବିହାର ନିର୍ବାଚନ ଦାୟିତ୍ୱରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିଶ କହିଛନ୍ତି ଭାଜପାର ଷ୍ଟାର ପ୍ରଚାରକ ଆବଶ୍ୟକ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଉ ଥାଉ ଆଉ କାହାରି ଆବଶ୍ୟକତା ନାହିଁ ବୋଲି ଫଡନବିଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କଲେ ଆଇଏଏସ୍‌ ଅଫିସର

ଶିଲଂ,୧୬।୧୧: ମେଘାଳୟ ଶିଲଂରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଫିସର ସ୍ବପ୍ରିଲ୍‌ ଟେଂବେ ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କରିଛନ୍ତି। ୨୦୧୫ ବ୍ୟାଚ୍‌ର...

ଗୁଜରାଟ ବନ୍ଦରରୁ ୫୦୦ କୋଟିର କୋକେନ୍‌ ଜବତ

ଗାନ୍ଧୀନଗର,୨୮।୫: ଅପରେଶନ୍‌ ‘ନମ୍‌କିନ୍‌’ ଜରିଆରେ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୫୨ କିଲୋଗ୍ରାମର କୋକେନ ଜବତ କରିଛି ସ୍ବତନ୍ତ୍ର ଗୋଇନ୍ଦା...

ଟ୍ରେନ୍‌, ବସ୍‌ରେ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ, ୧୧।୧୦: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ ଯାତାୟାତ ବନ୍ଦ ରହିଥିବା ବେଳେ କଟକଣା କୋହଳ କରିବା ନିମନ୍ତେ ଗତ ୭ ତାରିଖରେ...

ମୃତ୍ୟୁ ଠାରୁ କେହି ଲୁଚି ପାରିବେ ନାହିଁ

ଗୁରଗାଓଁ,୧୨।୩ : ବର୍ଷାରୁ ଲୁଚିବାକୁ ଯାଇ ଆଶ୍ରୟ ନେଇଥିଲେ ଗଛ ତଳେ। ହେଲେ ତାହା ଥିଲା ମୃତ୍ୟୁର କୋଳ। ଗଛ ଉପରେ ବଜ୍ରପାତ ପଡ଼ିବାରୁ ଚାଲିଗଲା...

ପୂର୍ବତନ ମଣିପୁର ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ସିମ୍‌ଲା, ୭।୧୦: ମଣିପୁରର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପ୍ରାକ୍ତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସିମ୍‌ଲାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯...

ମାନବିକତାର ବଳିଷ୍ଠ ଉଦାହରଣ: ୪୫ ଏଚ୍‌ଆଇଭି ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋଲୋମନ

ଚେନ୍ନାଇ,୧୦।୬: ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ ନାମକ ଜଣେ ବ୍ୟକ୍ତି ଏବେ ମାନବିକତାର ଏକ ବଳିଷ୍ଠ ଉଦାହରଣ ପାଲଟି ଯାଇଛନ୍ତି। ୪୫ ଜଣ ଏଚ୍‌ଆଇଭି...

ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୬।୧୦: ମୁମ୍ବାଇର ଡାଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୨ ଜଣ(ମନୀଷ ରାଜଗାରିଆ ଓ ଅଭିନ ସାହ)ଙ୍କୁ ମଙ୍ଗଳବାର ଏକ ସ୍ପେଶାଲ...

କମେଡିଆନ ଭାରତି ସିଂହଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୧।୧୧-ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କମେଡିଆନ ଭାରତି ସିଂହଙ୍କୁ ଶନିବାର ଜେରା କରିବା ପରେ ଶେଷରେ ଗିରଫ କରିଛି। ଆଜି ଏନ୍‌ସିବି...

Advertisement
Archives

Model This Week