ନାଗା-ସମନ୍ଥାଙ୍କ ବିଚ୍ଛେଦ ପାଇଁ ବଲିଉଡ୍‌ର ଜଣେ ସୁପରଷ୍ଟାର ଦାୟୀ: କଙ୍ଗନା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଏବଂ ସମନ୍ଥା ପ୍ରଭୁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୪ ବର୍ଷର ବୈବାହିକ ଜୀବନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ସୂଚନା ଦେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି।

ନାଗା-ସମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ସେ ମତ ଦେବା ସହ ଜଣେ ବଲିଉଡ୍‌ ସୁପରଷ୍ଟାର କଡା ଭାଷାରେ ସମାଲୋଚନା କରିଛନ୍ତି। ଅଭିନେତ୍ରୀ କହିଛନ୍ତି, ନାଗା ହଠାତ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ସମନ୍ଥାଙ୍କୁ ସେ ଚାରି ବର୍ଷ ତଳେ ବିବାହ କରିଥିଲେ। କେବଳ ସେତିକି ନୁହେଁ ଦୀର୍ଘ ଦଶ ବର୍ଷ ଧରି ଉଭୟ ରିଲେଶନସିପ୍‌ରେ ମଧ୍ୟ ଥିଲେ। ଏହି ଅଭିନେତା ନିକଟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିଲେ। ଉକ୍ତ ସୁପରଷ୍ଟାର ବଲିଉଡ୍‌ର ଛାଡ଼ପତ୍ର ଏକ୍ସପର୍ଟ ଭାବେ ଜଣାଶୁଣା। ଏପରି କରି ସେ ଅନେକ ମହିଳା ଓ ଛୁଆଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ଏବେ ନାଗାଙ୍କ ଗାଇଡ୍‌ ହୋଇଛନ୍ତି। ଏଥିପାଇଁ ସବୁକିଛି ସହଜରେ ହୋଇଗଲା। ସମସ୍ତେ ଜାଣନ୍ତି ବଲିଉଡ୍‌ର ଉକ୍ତ ଷ୍ଟାର ଜଣଙ୍କ କିଏ।

ଏହାଛଡ଼ା କଙ୍ଗନା ବିବାହ ବିଚ୍ଛେଦ ପାଇଁ ସାଧାରଣତଃ ପୁରୁଷମାନେ ଦାୟୀ ବୋଲି କହିଛନ୍ତି। ସମସ୍ତେ ଏହାକୁ ଗ୍ରହଣ ନ କଲେ ହେଁ ଏହା ସତ। ଯଦି ଗଣନା ହୁଏ ଶହେରେ ଜଣେ ମହିଳାଙ୍କ ଦୋଷ ଥାଇପାରେ। ସେଭଳି ଲୋକଙ୍କ ପ୍ରତି ଦୟାଭାବ ପୋଷଣ କରାଯିବା ଉଚିତ ନୁହେଁ। ଯେଉଁମାନେ ପୋଷାକ ବଦଳାଇବା ଭଳି ମହିଳାଙ୍କୁ ବଦଳାନ୍ତି ଏବଂ ପରେ ତାଙ୍କୁ ନିଜର ବନ୍ଧୁ ବୋଲି କୁହନ୍ତି। ଏଥିପାଇଁ ସେମାନେ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କଠାରୁ ପ୍ରୋତ୍ସାହନ ପାଇଥାନ୍ତି। ଏଭଳି ଲୋକଙ୍କୁ ଦେଖିଲେ ଲଜ୍ଜା ଅନୁଭବ ହୁଏ। କିନ୍ତୁ ମିଡିଆ ଏଭଳି ଷ୍ଟାରଙ୍କୁ ପଶଂସା କରି ମହିଳାଙ୍କ ଆଲୋଚନା କରନ୍ତି। ଛାଡ଼ପତ୍ର ମାମଲା ଏବେ ଯେଉଁଭଳି ଭାବେ ବଢ଼ିଛି, ତାହା ପୂର୍ବରୁ କେବେ ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?