ନାଗା-ସମନ୍ଥାଙ୍କ ବିଚ୍ଛେଦ ପାଇଁ ବଲିଉଡ୍‌ର ଜଣେ ସୁପରଷ୍ଟାର ଦାୟୀ: କଙ୍ଗନା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଏବଂ ସମନ୍ଥା ପ୍ରଭୁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୪ ବର୍ଷର ବୈବାହିକ ଜୀବନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ସୂଚନା ଦେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି।

ନାଗା-ସମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ସେ ମତ ଦେବା ସହ ଜଣେ ବଲିଉଡ୍‌ ସୁପରଷ୍ଟାର କଡା ଭାଷାରେ ସମାଲୋଚନା କରିଛନ୍ତି। ଅଭିନେତ୍ରୀ କହିଛନ୍ତି, ନାଗା ହଠାତ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ସମନ୍ଥାଙ୍କୁ ସେ ଚାରି ବର୍ଷ ତଳେ ବିବାହ କରିଥିଲେ। କେବଳ ସେତିକି ନୁହେଁ ଦୀର୍ଘ ଦଶ ବର୍ଷ ଧରି ଉଭୟ ରିଲେଶନସିପ୍‌ରେ ମଧ୍ୟ ଥିଲେ। ଏହି ଅଭିନେତା ନିକଟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିଲେ। ଉକ୍ତ ସୁପରଷ୍ଟାର ବଲିଉଡ୍‌ର ଛାଡ଼ପତ୍ର ଏକ୍ସପର୍ଟ ଭାବେ ଜଣାଶୁଣା। ଏପରି କରି ସେ ଅନେକ ମହିଳା ଓ ଛୁଆଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ଏବେ ନାଗାଙ୍କ ଗାଇଡ୍‌ ହୋଇଛନ୍ତି। ଏଥିପାଇଁ ସବୁକିଛି ସହଜରେ ହୋଇଗଲା। ସମସ୍ତେ ଜାଣନ୍ତି ବଲିଉଡ୍‌ର ଉକ୍ତ ଷ୍ଟାର ଜଣଙ୍କ କିଏ।

ଏହାଛଡ଼ା କଙ୍ଗନା ବିବାହ ବିଚ୍ଛେଦ ପାଇଁ ସାଧାରଣତଃ ପୁରୁଷମାନେ ଦାୟୀ ବୋଲି କହିଛନ୍ତି। ସମସ୍ତେ ଏହାକୁ ଗ୍ରହଣ ନ କଲେ ହେଁ ଏହା ସତ। ଯଦି ଗଣନା ହୁଏ ଶହେରେ ଜଣେ ମହିଳାଙ୍କ ଦୋଷ ଥାଇପାରେ। ସେଭଳି ଲୋକଙ୍କ ପ୍ରତି ଦୟାଭାବ ପୋଷଣ କରାଯିବା ଉଚିତ ନୁହେଁ। ଯେଉଁମାନେ ପୋଷାକ ବଦଳାଇବା ଭଳି ମହିଳାଙ୍କୁ ବଦଳାନ୍ତି ଏବଂ ପରେ ତାଙ୍କୁ ନିଜର ବନ୍ଧୁ ବୋଲି କୁହନ୍ତି। ଏଥିପାଇଁ ସେମାନେ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କଠାରୁ ପ୍ରୋତ୍ସାହନ ପାଇଥାନ୍ତି। ଏଭଳି ଲୋକଙ୍କୁ ଦେଖିଲେ ଲଜ୍ଜା ଅନୁଭବ ହୁଏ। କିନ୍ତୁ ମିଡିଆ ଏଭଳି ଷ୍ଟାରଙ୍କୁ ପଶଂସା କରି ମହିଳାଙ୍କ ଆଲୋଚନା କରନ୍ତି। ଛାଡ଼ପତ୍ର ମାମଲା ଏବେ ଯେଉଁଭଳି ଭାବେ ବଢ଼ିଛି, ତାହା ପୂର୍ବରୁ କେବେ ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର...

ଇଡେନ୍ ରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଲାଂଦେଶ ମଧ୍ୟରେ  ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ ଷ୍ଚାଡିୟମରେ ଖେଳାଯାଉଛି ।ଏହି ମ୍ୟାଚକୁ ଦେଖିବାପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି...

କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା।...

କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ବଡ ଘୋଷଣା କରିପାରନ୍ତି ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା, କହିଲେ ‘ବର୍ଷ ୨୦୨୦ ମୋତେ ଭାଙ୍ଗି ଦେଇଥିଲା’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲଭ୍‌ଷ୍ଟୋରୀ ଏକଦା ଥିଲା ଚର୍ଚ୍ଚାରେ। କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌...

କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….

ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ...

Advertisement
Archives

Model This Week