କଙ୍ଗନାଙ୍କ ସବୁଠାରୁ ଭୟଙ୍କର ଲୁକ୍‌!

ମୁମ୍ବାଇ:ନିଜର ଦମଦାର ଅଭିନୟ ପାଇଁ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଙ୍ଗନା ରାନାୱତ ଏବେ ତାଙ୍କ ଆଗାମୀ ଫିଲ୍ମ “ଧାକଡ୍‌’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏବେ ଏହି ଫିଲ୍ମର ଶୁଟିଂ ମଧ୍ୟପ୍ରଦେଶରେ ଚାଲିଛି । ଏହାକୁ ନେଇ କଙ୍ଗନା ଖୁବ୍ ଉତ୍ସାହିତ ଅଛନ୍ତି । କାରଣ ଏଥିରେ ତାଙ୍କ ଚରିତ୍ର ଖୁବ୍ ଆକର୍ଷଣୀୟ ରହିଛି । ଯାହା ପାଇଁ ଖୁବ୍ ପରିଶ୍ରମ ବି କରୁଛନ୍ତି କଙ୍ଗନା । ଏବେ ଏହି ଫିଲ୍ମ ଓ ଏହାସହ ଜଡିତ କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଏହି କ୍ରମରେ କଙ୍ଗନା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମରେ ତାଙ୍କ ଲୁକ ଶେୟାର କରିଛନ୍ତି । ‘ଧାକଡ’ର ଜବରଦସ୍ତ ନୂଆ ପୋଷ୍ଟର ଶେୟାର କରିଛନ୍ତିି କଙ୍ଗନା । ଏଥିରେ କଙ୍ଗନାଙ୍କର ଦମଦାର ଲୁକ୍ସ ଦେଖିବାକୁ ମିଳିଛି । ଫିଲ୍ମରେ ସେ ଜଣେ ଏଜେଣ୍ଟ ଭୂମିକାରେ ଦେଖା ଦେଇଛନ୍ତି । ହାତରେ ମେଶିନଗନ୍ ଧରି ପ୍ରଶଂସକଙ୍କୁ ପ୍ରଭାବିତ କରିଛନ୍ତି ନାୟିକା । ପୋଷ୍ଟରେ ତାଙ୍କ ନିକଟରେ ଗାଡି ଜଳୁଥିବା ଦେଖାଯାଇଛି । ଏଥିରେ କ୍ୟାପଶନରେ କଙ୍ଗନା ଲେଖିଛନ୍ତି ସେ ଏହାକୁ ଅଗ୍ନୀ କହୁଛନ୍ତି, ଏକ ବାହାଦୂର ଧାକଡ, ମୁଁ କହୁଛି ଏହା ମୋର ମୃତ୍ୟୁର ଦେବୀ ଭୈରବି ଭାବେ ଚିତ୍ରଣ କରାଯାଇଛି । ଏହା ଏକ ସ୍ପାଇ-ଆକ୍ସନ ଫିଲ୍ମ ଆଉ ଏଥିରେ କଙ୍ଗନା ଜଣେ ସିକ୍ରେଟ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ରଜନୀଶ ରାଜି ଘଇ ଦେଇଥିବା ବେଳେ ଏହା ଚଳିତ ବର୍ଷ ୧ ଅକ୍ଟୋବରରେ ରିଲିଜ୍ ହେବାର ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri