‘ଦ କଶ୍ମୀର ଫାଇଲ୍ସ’ ଦେଖି ଏପରି କହିଲେ କଙ୍ଗନା

ବମ୍ବେ: ଅନେକ ବିବାଦରେ ଫସିବା ସତ୍ତ୍ୱେ ବଡ଼ ପରଦାରେ ରିଲିଜ ହୋଇଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଅପେକ୍ଷାକୃତ କମ୍‌ ସିନେମାହଲରେ ଫିଲ୍ମଟି ରିଲିଜ ହୋଇଥିଲେ ହେଁ ବେଶ ଭଲ ବ୍ୟବସାୟ କରୁଛି ସେ। ଏଥିସହ ଦର୍ଶକମାନେ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମଧ୍ୟ ଫିଲ୍ମର ପ୍ରଂଶସା କରିଛନ୍ତି।

ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି, ବନ୍ଧୁମାନେ ନମସ୍କାର। କାଲି ରାତିରେ ମୁଁ ଏବଂ ମୋ ପରିବାର ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିଲୁ। ପ୍ରଥମେ କହିବାକୁ ଚାହିଁବି ବିବେକ ଏବଂ ଆପଣଙ୍କ ପୁରା ଟିମ୍‌ ଧନ୍ୟ। ଆପଣ ଫିଲ୍ମ ମାଧ୍ୟମରେ ଦେଶରେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ଫିଲ୍ମଜଗତ ଏଥିପାଇଁ ଆପଣଙ୍କ ନିକଟରେ ସର୍ବଦା ଋଣି ରହିବ। ଦଶନ୍ଧି ଧରି ଆମେ କରି ଆସୁଥିବା ପାପକୁ ଆପଣ ଧୋଇ ଦେଇଛନ୍ତି। ଆମର ମାର୍ଗଦର୍ଶନ ଏବଂ ନେତୃତ୍ୱ ନେବା ଲାଗି ଧନ୍ୟବାଦ। କଶ୍ମୀରରେ ହୋଇଥିବା ନିର୍ଦ୍ଦୟତା ସାଧାରଣ ଏବଂ ଦିନକର କଥା ଥିବା ଭାବିବା ଭୁଲ ହେବ। ଯେତେବେଳେ ଭାରତର ବିଭାଜନ ହୋଇଥିଲା ସେତେବେଳେ ପାକିସ୍ତାନରେ ମଧ୍ୟ ସେତିକି ହିନ୍ଦୁ ଥିଲେ ଯେତିକି ଆଜି ଭାରତରେ ମୁସଲମାନ୍‌ ଅଛନ୍ତି। ଆଜି ଦେଖନ୍ତୁ ଏଠାରେ ଜନସଂଖ୍ୟା କେତେ ବଢ଼ିଛି ଏବଂ ସେଠାରେ ନାମକୁ ମାତ୍ର କିଛି ହିନ୍ଦୁ ଅଛନ୍ତି। ସର୍ବଦା ତାଙ୍କୁ ମରାଯାଉଛି, ହଣା ଯାଉଛି, ବଳାତ୍କାର କରାଯାଉଛି। ଗତ ବର୍ଷ ପଶ୍ଚିମବଙ୍ଗ ସରକାର ଆସିବା ପରେ ତାଙ୍କୁ ମାରିହାଣି ଫୋପଡ଼ା ଯାଇଥିଲା। କୌଣସି ସରକାର ସହାୟତା କରି ନ ଥିଲେ। ଏହା ସରକାରଙ୍କ ଲଢ଼େଇ ନୁହେଁ। ଏହା ସଭ୍ୟତାର ଲଢ଼େଇ, ପ୍ରତିଟି ହିନ୍ଦୁସ୍ତାନୀର ଲଢ଼େଇ। ଏଥିରେ ଭାଗ ନିଅନ୍ତୁ। କଶ୍ମୀର ଫାଇଲ୍ସ ନିଶ୍ଚୟ ଦେଖନ୍ତୁ ବୋଲି ସେ କହିଛନ୍ତି।

 

View this post on Instagram

 

A post shared by Kangana Ranaut (@kanganaranaut)

କହିରଖୁଛୁ, ରିଲିଜର ୪ ଦିନରେ ଫିଲ୍ମ ୪୨ କୋଟି ଟଙ୍କା ବ୍ୟବସାୟ କରିଛି। ଆଗାମୀ ଦିନରେ ଏହା ରେକର୍ଡ କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri