ଜୟାଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧୫ ।୯: ସମାଜବାଦୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ତଥା ବଳିଉଡ୍ ନାୟିକା ଜୟା ବଚ୍ଚନ ମଙ୍ଗଳବାର କହିଥିଲେ କି ବଲିଉଡକୁ ବଦନାମ କରିବାକୁ ଯୋଜନା କରାଯାଉଛି । ସେ ଲୋକ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ସଦସ୍ୟ ରବି କିଶନଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ କେତେକ ଲୋକ ଯେଉଁ ଥାଳିରେ ଖାଆନ୍ତି ସେହି ଥାଳିରେ ହାତ ଧୂଅନ୍ତି । ଏହାକୁ ନେଇ ଏବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ କହିଛନ୍ତି ଆମପ୍ରତି ଟିକେ ହେଲେ ଦୟା ଦେଖାନ୍ତୁ । କଙ୍ଗନା ଟୁଇଟ୍ କରି କହିଛନ୍ତି, ଜୟାଜି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶେତାଙ୍କୁ କିଶୋରାବସ୍ଥାରେ ପିଟାଯାଇଥାଆନ୍ତା, ନିଶା ସେବନ ପାଇଁ କୁହାଯାଇଥାଆନ୍ତା ଅବା ବେଇଜ୍ଜତ କରାଯାଇଥାଆନ୍ତା ସେତେବେଳେ କ’ଣ ଅପାଣ ଏହା କହିଥାଆନ୍ତେ । ଆଉ ସୁଶାନ୍ତ ସିଂ ରାଜପୁତଙ୍କ ସ୍ଥାନରେ ଆପଣଙ୍କ ପୁଅ ଅଭିଶେକଙ୍କୁ ଯଦି ବାରମ୍ବାର ଉତ୍ପିଡନ କରାଯାଉ ଥାଆନ୍ତା ଆଉ ଗୋଟିଏ ଦିନ ସେ ଫାଶୀରେ ଝୁଲୁଥିବା ଅପାଣ ଦେଖିଥାଆନ୍ତେ ସେତେବେଳେ କ’ଣ ଆପଣ ଏମିତି କହିଥ।।ନ୍ତେ । ଆମ ପାଇଁ ଟିକେ ହେଲେ ଦୟା ଦେଖାନ୍ତୁ । ସୂଚନାଯୋଗ୍ୟ, ମଙ୍ଗଳବାର ଜୟା ବଚ୍ଚନ କହିଥିଲେ ଫିଲ୍ମ ଉଦ୍ୟୋଗ ପ୍ରତିଦିନ ୫ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦେଉଛି । ମନୋରଞ୍ଜନ ଦୁନିଆକୁ ସୋସିଆଲ ମିଡିଆ ମାଧ୍ୟମରେ ବଦନାମ କରାଯାଉଛି । ଇଣ୍ଡଷ୍ଟ୍ରିରେ ନାମ କମେଇଥିବା ଲୋକେ ହିଁ ଏହାକୁ କଳା କୋଠରି ବୋଲି କହୁଛନ୍ତି । ମୁଁ ଏଥିରେ ସମ୍ପୂର୍ଣ୍ଣ ଭାବେ ଅସହମତି ପ୍ରକାଶ କରୁଛି । ଆଉ ଏଭଳି ଲୋକଙ୍କୁ ଏମିତି ଭାଷା ପ୍ରୟୋଗ କରିବାକୁ ସରକାର ରୋକିବେ ବୋଲି ଜୟା କହୌିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୯୦ ପ୍ରତିଶତ କରୋନା ଆକ୍ରାନ୍ତ ନିଜକୁ ଅସୁରକ୍ଷିତ ମଣୁ ନାହାନ୍ତି, ଅଧିକ ମୃତ୍ୟୁ ଆଶଙ୍କା ଘନଉଛି…

ନୂଆଦିଲ୍ଲୀ, ୨୦।୬ : ଦୁଇ ବର୍ଷ ପରେ କରୋନା ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞମାନେ ଲୋକଙ୍କ ଅସାବଧାନତା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସଂକ୍ରମଣ ବୃଦ୍ଧି...

ସୋନିଆଙ୍କୁ ଭେଟିଲେ ଏଏପି ବିଧାୟିକା ଅଳକା

ନୂଆଦିଲ୍ଲୀ,୩।୯: ଏଏପିର ବିଦ୍ରୋହୀ ବିଧାୟିକା ଅଳକା ଲମ୍ବା ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ୧୦ ଜନପଥରେ ଥିବା ସୋନିଆଙ୍କ ଘରେ ସେ...

କଂଗ୍ରେସ କାର୍ଯ୍ୟାଳୟର ନାମ ବଦଳାଇ ହଜ୍‌ ହାଉସ୍‌ ରଖିଲେ ବଜରଙ୍ଗ ଦଳ…

ଅହମଦାବାଦ,୨୨।୭ : କିଛି ବଜରଙ୍ଗ ଦଳର କର୍ମକର୍ତ୍ତା ଶୁକ୍ରବାର ଗୁଜୁରାଟ କଂଗ୍ରେସ ରାଜ୍ୟ ମୁଖ୍ୟାଳୟ ଭବନରେ ପୋଷ୍ଟର ଲଗାଇଛନ୍ତି। ସେଥିରେ ପାର୍ଟି କାର୍ଯ୍ୟାଳୟର ନାମ ହଜ...

ପାରୋ ହେଟ୍‌ସ ଦେବଦାସ

ଆର.ଆର୍‌. ଇଭେଣ୍ଟସ ବ୍ୟାନରରେ ନିକଟରେ ‘ମହାବାହୁ’ ଟାଇଟଲ ବିଶିଷ୍ଟ ଏକ ସିନେମାର ମହୁରତ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର...

୬ କୋଟି ଟଙ୍କାର ଗହମ-ବୁଟ ଗଜା ହେଲା

ଭୋପାଳ, ୨।୯: ଲଗାତାର ବର୍ଷା ଯୋଗୁ ଦେଶର ବହୁ ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ବାଲାଘାଟର ଗୁଗଲେଠାରେ ଥିବା ଏକ ଗୋଦାମ ଘରେ ବନ୍ୟା...

ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ

ଚେନ୍ନାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା...

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢ଼ଙ୍ଗରେ ବିଦା କଲେ କମାଣ୍ଡୋ ବନ୍ଧୁ

ରୋହତାସ୍‌,୧୪।୬: ବିହାର ରୋହତାସ୍‌ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ। ଅଶୋକ ଚକ୍ରରେ...

ଅପେରା ଖବର ସ୍ବର୍ଣ୍ଣ ମହଲର ସୁନା ବୋହୂ

ସେ ବୋହୂ ନୁହଁ, ସୁନା ବୋହୂ। ତା’ ନୀତି ଆଦର୍ଶ, ଆଚାର ବ୍ୟବହାର ସମସ୍ତଙ୍କୁ ଏପରି ପ୍ରଭାବିତ କରିଛି ସେ ସମସ୍ତଙ୍କ ମୁହଁରେ ଯେ କେହି...

Advertisement
Archives

Model This Week