‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ ଲୋକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଗଲେଣି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏବେ ଦ୍ୱିତୀୟ ପାର୍ଟରେ ଗୋଟିଏ ଗୋଟିଏ କ୍ୟାରେକ୍ଟରର ଲୁକ୍‌ ରିଲିଜ କରାଯାଉଛି। ‘ଚନ୍ଦ୍ରମୁଖୀ ୨’ରେ କଙ୍ଗନା ରାନାଓ୍ବତଙ୍କ ଫାଷ୍ଟ ଲୁକ ଆଉଟ ହୋଇଯାଇଛି।

ଶନିବାର ନିର୍ମାତାମାନେ ‘ଚନ୍ଦ୍ରମୁଖୀ ୨’ରୁ କଙ୍ଗନା ରାନାୱତଙ୍କ ଫାଷ୍ଟ ଲୁକ ରିଲିଜ କରିଥିଲେ। ଲାଇକା ପ୍ରଡକ୍ସନ୍ସରୁ କଙ୍ଗନାଙ୍କ ଲୁକ ଶେୟାର କରି ଲେଖାଯାଇଥିଲା, ‘ଏହି ସୁନ୍ଦରତା ଏବଂ ଏହି ପୋଜ, ଯାହା ଆମ ଦୃଷ୍ଟି ଆକର୍ଷଣ କରୁଛି । ଚନ୍ଦ୍ରମୁଖୀ ୨ରେ କମାଣ୍ଡିଂ ଏବଂ ଗର୍ଜିୟସ # କଙ୍ଗନା ରାନାଓ୍ବତଙ୍କ ଲୁକ ଜାରି ହେଲା।
କଙ୍ଗାନାର ସମ୍ପୂର୍ଣ୍ଣ ଲୁକ ରିଲିଜ କରିବା ପୂର୍ବରୁ ନିର୍ମାତାମାନେ ଅଭିନେତ୍ରୀଙ୍କ ଏକ ଛୋଟ ଝଲକ ଦେଖାଇଥିଲେ। ତା’ପରେ କେବଳ ତାଙ୍କ ଆଖିର ଚେହେରା ରିଲିଜ ହେଲା। ବିଭିନ୍ନ ମୁଭି ‘ଫ୍ୟାଶନ’, ‘ତନୁ ୱେଡସ ମନୁ’, ‘ରାଣୀ ଲକ୍ଷ୍ମୀବାଇ’ରୁ କଙ୍ଗନାଙ୍କ ଲୁକ ଦେଖାଇବା ପରେ’ ଚନ୍ଦ୍ରମୁଖୀ ୨’ରୁ ତାଙ୍କ ଚରିତ୍ରର ଏକ ଛୋଟ ଝଲକ ଦେଖାଯାଇଥିଲା। ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା କରିଥିବା ଦେଖିବା ପରେ ଏବେ ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ ଲୁକ ପ୍ରକାଶ ପାଇଛ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri