ସବୁଠାରୁ ଦାମୀ କାର୍ କିଣିଲେ କଙ୍ଗନା, ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ମୁଭି ‘ଧାକଡ’ ରିଲିଜ୍ ହୋଇଛି । ଏଥିରେ କଙ୍ଗନାଙ୍କ ସହ ଅଭିନେତା ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତାଙ୍କୁ ଦେଖିବାକୁ ମିଳିଛି । ହେଲେ ଏବେ କଙ୍ଗନା ତାଙ୍କ ମୁଭିକୁ ନେଇ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଆଉ ଏକ କାରଣକୁ ନେଇ । ଘଟଣା ହେଲା ମୁଭି ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀ ନୂଆ ମର୍ସିଡିଜ-ମେବେଚ ଏସ୍‌୬୮୦ କିଣିଛନ୍ତି ।
ଏହାସହ ସେ ଏହି ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କଙ୍ଗନା ତାଙ୍କ ମା’ ଓ ପରିଜନଙ୍କ ସହ କାର ପାଖରେ ଠିଆ ହୋଇଥିବା ଦେଖାଯାଇଛି । ଆଉ ଏକ ଭିଡିଓରେ କଙ୍ଗନାଙ୍କ ନିକଟରେ ଠିଆ ହୋଇଥିବା ତାଙ୍କ ମା’ ନୂଆ ଗାଡିର ପୂଜା କରୁଛନ୍ତି । ଏହି ସମୟରେ କଙ୍ଗନା ବ୍ଲାକ କଲର ପ୍ରିଣ୍ଟେଡ ଡ୍ରେସ୍ ପିନ୍ଧିଛନ୍ତି ।
ବ୍ଲାକ କଲର ମର୍ସିଡିଜ-ମେବେଚ ଏସ୍‌୬୮୦ର ମାଲିକାଣୀ ଏବେ କଙ୍ଗନା । ବର୍ତ୍ତମାନ ଦେଶରେ ଏହା ସବୁଠାରୁ ଦାମି ମେବେଚ ବୋଲି କୁହାଯାଉଛି । ଏହି ଲକଜରୀ କାରର ମୂଲ୍ୟ ୩.୨୦ କୋଟି ଟଙ୍କା(ଏକ୍ସ ଶୋ’ରୁମ) ରହିଛି ଯାହା ଦେଶରେ ଇମ୍ପୋର୍ଟ କରାଯାଇଛି । ଏସ୍ କ୍ଲାସର ଏହି ଲକଜରୀ କାର ମାର୍ଚ୍ଚରେ ଆସିଥିଲା ଯାହାକୁ ଏବେ ଭାରତରେ ଆସମ୍ବଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ହାତରେ ଆଉ ଏକ ବାୟୋପିକ

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ବିୟୁଟି କଙ୍ଗନା ରାନାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ନିକଟରେ...

ପରିବା ବିକୁଥିବା ସପ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ଅସଲରେ ଜଣେ ନାୟକ ପାଲଟି ଯାଇଛନ୍ତି। କରୋନା ମହାମାରୀକୁ ନେଇ ଦେଶରେ ଯେଉଁଭଳି ଆର୍ଥିକ ସଙ୍କଟ ଦେଖାଦେଇଛି...

ଜନ୍‌ଙ୍କ ପାଇଁ ‘କରଓ୍ବାଚୌଥ’ ରଖିଲେ ଫ୍ୟାନ୍‌

ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍‌(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍‌ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଡୋଲକିଆ

ମୁମ୍ବାଇ: ଛୋଟ ପରଦାର ଫେମଶ ଅମିନେତ୍ରୀଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ଉର୍ବଶୀ ଢୋଲକିଆଙ୍କ ନାମ ନିଶ୍ଚିତ ଭାବେ ଆସିବ । ଏବେ ଉର୍ବଶୀଙ୍କୁ...

ହିଟ୍‌ଲର

ଚନ୍ଦନ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିଟ୍‌ଲର’। ନିକଟରେ ଏହାର ପୋଷ୍ଟର ସହ ଫାଷ୍ଟ ଲୁକ୍‌ ମଧ୍ୟ ଲୋକାର୍ପିତ ହୋଇଛି। ଫିଲ୍ମଟିର...

ଭାଇରାଲ ହେଉଛି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ

ମୁମ୍ବାଇ: ଅଭିନେତ୍ରୀ ନୁସରତ ଜାହାଁ ବ୍ୟାୟାମ କରିବା ପରେ ଥକ୍କା ହୋଇ ଏକ ସ୍କିନ୍‌ ଫିଟ୍‌ ଡ୍ରେସ୍‌ ପିନ୍ଧି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି।...

ରୋମାନ୍ସ କରିବେନି ଜାହ୍ନବୀ

ମୁମ୍ବାଇ: ଷ୍ଟାରକିଡ୍‌ ଭାବେ ଶ୍ରୀଦେବୀଙ୍କ ଲାଡ୍‌ଲି ଜାହ୍ନବୀ କପୁର ଏବେ ବଲିଉଡ୍‌ରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଏବେ ତାଙ୍କ ହାତରେ ଅଫର୍‌...

ଦିନ ଗଣୁଛନ୍ତି ତମନ୍ନା

ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ଲକ୍‌ ଡାଉନ ପାଇଁ ତ ସିନେମା ରିଲିଜ ହୋଇପାରୁନି।...

Advertisement
Archives

Model This Week