Posted inଖେଳ

ଭାବପ୍ରବଣ ହେଲେ କେନ ୱିଲିୟମସନ

ଅକଲାଣ୍ଡ,୧୬।୧୧:ଆଇପିଏଲ ୨୦୨୩ ପାଇଁ ମିନି ନିଲାମ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଦଳ କିଛି ନିଷ୍ପତ୍ତି ନେଇଛି। ହାଇଦ୍ରାବାଦ ଦଳ କେବଳ ଅଧିନାୟକ କେନ ୱିଲିୟମସନଙ୍କୁ ମୁକ୍ତ କରିଛି। ତାଙ୍କ ସହ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ମଧ୍ୟ ଦଳରୁ ଓହରି ଯାଇଛନ୍ତି। କେନ ୱିଲିୟମସନ ଦୀର୍ଘ ସମୟ ଧରି ଦଳର ଏକ ଅଂଶ ଥିଲେ। ସେ ୨୦୧୫ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିଲେ। ଆଠ ବର୍ଷ ପରେ ଦଳ ସହିତ ଅଲଗା ହୋଇଯାଇଛନ୍ତି। ୨୦୧୬ରେ ୱିଲିୟମସନ ମଧ୍ୟ ହାଇଦ୍ରାବାଦର ଅଂଶ ହୋଇଥିବାବେଳେ ଆଇପିଏଲ ଟ୍ରଫି ଜିତିଥିଲେ।
ୱିଲିୟମସନ ସନରାଇଜର୍ସ ଦଳରୁ ଅଲଗା ହେବା ପରେ ଭାବପ୍ରବଣ ହୋଇ ପ୍ରଶଂସକମାନଙ୍କୁ ତାଙ୍କ ହୃଦୟ କଥା କହିଥିଲେ। ସେ ଦଳ, ସାଥୀ ଖେଳାଳି, ଷ୍ଟାଫ୍‌ ଏବଂ ହାଇଦ୍ରାବାଦର ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ୱିଲିୟମସନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଫ୍ରାଞ୍ଚାଇଜ, ସାଥୀ ଖେଳାଳି, କର୍ମଚାରୀ ଏବଂ ସର୍ବଦା ଚମତ୍କାର କମଳା ସେନାକୁ ଆଠ ବର୍ଷ ପାଇଁ ଧନ୍ୟବାଦ। ଏହି ଦଳ ଏବଂ ହାଇଦ୍ରାବାଦ ସହର ମୋ ପାଇଁ ସର୍ବଦା ସ୍ବତନ୍ତ୍ର ରହିବ। ଆପଣ ସମସ୍ତେ ଏହି ଯାତ୍ରାକୁ ଅଧିକ ଆନନ୍ଦଦାୟକ କରିଛନ୍ତି।
ୱିଲିୟମସନଙ୍କ ପାଇଁ ଆଇପିଏଲ ୨୦୨୨ରେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲେ। ୧୩ଟି ମ୍ୟାଚରେ ସେ ହାରାହାରି ୧୯.୬୪ରେ ମାତ୍ର ୨୧୬ ରନ ସ୍କୋର କରିପାରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ମଧ୍ୟ ୯୩.୫୧ ଥିଲା। ଚଳିତ ବର୍ଷ ମଧ୍ୟ ସେ ନ୍ୟୁଜିଲାଣ୍ଡ ପାଇଁ ୧୨ଟି ଟି-୨୦ରେ ୩୮୨ ରନ ସଂଗ୍ରହ କରିଥିଲେ। ତେବେ ତାଙ୍କର ଷ୍ଟ୍ରାଇକ ହାର ମାତ୍ର ୧୧୯.୦୦ ଥିଲା।
ୱିଲିୟମସନ ଏପର୍ଯ୍ୟନ୍ତ କେବଳ ଆଇପିଏଲରେ ହାଇଦ୍ରାବାଦ ଦଳ ପାଇଁ ଖେଳିଛନ୍ତି। ୨୦୧୫ରେ ଆଇପିଏଲ ଡେବ୍ୟୁ କରିଥିବା ୱିଲିୟମସନ ୭୬ଟି ମ୍ୟାଚରେ ହାରାହାରି ୩୬.୨୨ରେ ୨,୧୦୧ ରନ ସଂଗ୍ରହ କରିଛନ୍ତି। ସେ ୧୮ ଅର୍ଦ୍ଧଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?