Posted inଖେଳ

ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ହେଲେ କେନ୍‌ ଓ୍ବିଲିୟମସନ, କୋହଲି ଏହି ସ୍ଥାନରେ

ଦୁବାଇ,୩୧।୧୨: ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌। ସେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିବା ପରେ ୫ ବର୍ଷ ପରେ ଟପ୍‌ ୧୦ ତାଲିକାରେ ପ୍ରବେଶ କରିଛନ୍ତି ଓ୍ବିଲିୟମସନ୍‌। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ନ ଖେଲିବା ସତ୍ତ୍ୱେ କୋହଲି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ସ୍ମିଥ୍‌ ଅଛନ୍ତି। ଏହି ତାଲିକାର ଷଷ୍ଠ ସ୍ଥାନରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାନେ ରହିଥିବାବେଳେ ଦଶମ ସ୍ଥାନରେ ଚେତେଶ୍ୱର ପୂଜାରା ଅଛନ୍ତି। ସେହିପରି ବୋଲିଂ ବିଭାଗରେ ଭାରତୀୟ ଷ୍ଟାର ସ୍ପିନର ଆର ଅଶ୍ୱିନ୍‌ ଏକମାତ୍ର ଭାରତୀୟ ବୋଲର୍‌ ଭାବେ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଜୁନିୟର ବାଳିକା ଫୁଟବଲ: ସଙ୍ଗୀତା ଓଡ଼ିଶା ଦଳର ନେତୃତ୍ୱ ନେବେ

ଭୁବନେଶ୍ୱର, ୧୭।୪(କ୍ରୀଡ଼ା ପ୍ରତିନିଧି)- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ ଚଳିତମାସ ୨୦ରୁ ମେ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା...

ବାଦ୍‌ ପଡ଼ିଲେ କେ.ଏଲ୍‌. ରାହୁଲ; ଏହି କ୍ରିକେଟରଙ୍କୁ ମିଳିଲା ସୁଯୋଗ

ଟାରୌବା,୨୯।୭: ପ୍ରଥମେ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ଯୋଗୁ ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର ଓପନର୍‌ କେ.ଏଲ୍‌.ରାହୁଲ। ଏବେ ତାଙ୍କ...

ଜାଣନ୍ତୁ କେଉଁ ଖେଳାଳିଙ୍କ କେତେ ଦାମ୍‌

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର୍‌ ଡେଭିଡ୍‌ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ...

ଫାଇନାଲରେ ଭାରତ

ବଫାଲୋ ପାର୍କ, ୩୧ା୧ (ଏପି): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ କ୍ରିକେଟ ସିରିଜ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଓ୍ବେଷ୍ଟଇଣ୍ଡିଜକୁ ଭାରତ...

ବିରାଟଙ୍କ ଏହି ନିଷ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ ତେନ୍ଦୁଲକର

ଆଇପିଏଲ ୨୦୨୦ର ଦ୍ୱିତୀୟ ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଏହାଦେଖି ଅନେକ...

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟର ପ୍ରଥମ ପରାଜୟ

ଭାସ୍କୋ, ୧୯।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି...

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୨୦।୧୧: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ...

ସ୍ପୋଟର୍‌ସ ଇଞ୍ଜୁରି : ୧୨,୦୦୦ ଡାକ୍ତରଙ୍କ ସହ ସଚିନଙ୍କ ଆଲୋଚନା

ମୁମ୍ବାଇ,୧୨।୪(ପି.ଟି.): କ୍ରୀଡ଼ାରେ ଆଘାତ ସମସ୍ୟା ବା ସ୍ପୋଟର୍‌ସ ଇଞ୍ଜୁରି ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୨,୦୦୦ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ନିଜର ଅଗାଧ ଅଭିଜ୍ଞତା...

Advertisement
Archives

Model This Week