Posted inଫୁରସତ

ପଡ଼ୋଶୀ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିବାକୁ ବେଡ୍‌ରୁମ୍‌ ତଳେ ତିଆରି କରିଥିଲେ ଗୁପ୍ତ ସୁଡ଼ଙ୍ଗ, ଜଣାପଡ଼ିବା ପରେ…

ଜଣେ ବିବାହିତ ବ୍ୟକ୍ତି ପଡ଼ୋଶୀ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିବା ପାଇଁ ବେଡ୍‌ରୁମ୍‌ ତଳେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଘରେ ରୁହନ୍ତି। ମାତ୍ର ଯେତେବେଳେ ସ୍ବାମୀ କାମ କରିବାକୁ ବାହାରକୁ ଯାଆନ୍ତି ସେହି ସମୟରେ ଏହି ସୁଡ଼ଙ୍ଗ ମଧ୍ୟ ଦେଇ ପ୍ରେମିକ ଜଣକ ମହିଳାଙ୍କ ଘରକୁ ଆସିଥାନ୍ତି। ଏପରି ଘଟଣା ମେକ୍ସିକୋରେ ଦେଖିବାକୁ ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ପ୍ରେମିକଙ୍କ ନାମ ଅଲବର୍ଟୋ। ସେ ମେକ୍ସିକୋର ତିଜୁଆନା ଅଞ୍ଚଳରେ ରୁହନ୍ତି। ତାଙ୍କ ପଡ଼ୋଶୀ ମହିଳା ପାମେଲାଙ୍କ ଘର ପର୍ଯ୍ୟନ୍ତ ଯିବା ପାଇଁ ଏକ ଗୁପ୍ତ ସୁଡ଼ଙ୍ଗ ତିଆରି କରିଥିଲେ। ଏହି ଘଟଣା ଜଣାପଡ଼ିଲା ଯେତେବେଳେ ପାମେଲାଙ୍କ ସ୍ବାମୀ ଜର୍ଜ କାମରୁ ଶୀଘ୍ର ଘରକୁ ଚାଲି ଆସିଥିଲେ। ସେହି ସମୟରେ ପ୍ରେମିକଙ୍କ ସହ ସ୍ତ୍ରୀଙ୍କୁ ଏକାଠି ଦେଖିବାକୁ ପାଇଥିଲେ। ଜର୍ଜ ଦେଖିଲେ ଅଲବର୍ଟୋ ଖଟ ତଳେ କେଉଁଠି ଲୁଚିଗଲେ। ସେ ବେଡ୍‌ରୁମ୍‌ରେ ଅଲବର୍ଟଙ୍କୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇଲେ ନାହିଁ। ଏଥିରେ ଜର୍ଜଙ୍କ ସନ୍ଦେହ ଆହୁରି ବଢ଼ିଗଲା। ଜର୍ଜ ଯେତେବେଳେ ଖଟ ତଳେ ଏକ ସୁଡ଼ଙ୍ଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ସୁଡ଼ଙ୍ଗ ଦେଇ ଜର୍ଜ ଯେତେବେଳେ ତଳକୁ ଗଲେ ସିଧା ଯାଇ ଅଲବର୍ଟୋଙ୍କ ଘରେ ପହଞ୍ଚିଗଲେ।

ଏହି ସୁଡ଼ଙ୍ଗଟି ବେଶ୍‌ ଭଲ ଭାବେ ତିଆରି ହୋଇଥିଲା। ତେବେ କେତେଦିନ ପୂର୍ବରୁ ଏହା ନିର୍ମାଣ କରାଯାଇଥିଲା ତାହା ଜଣାପଡ଼ିନାହିଁ। ଅଲବର୍ଟୋ ଜର୍ଜଙ୍କୁ ଅନୁରୋଧ କରିଥିଲେ ଏ ବିଷୟରେ ତାଙ୍କ ସ୍ତ୍ରୀ ଙ୍କୁ ନ ଜଣାଇବା ପାଇଁ। ତେବେ ଜର୍ଜ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପରସ୍ପର ମଧ୍ୟରେ ଝଗଡ଼ା ଆରମ୍ଭ କରିଥିଲେ। ଏହା ପରେ ପୋଲିସକୁ ଫୋନ୍‌ କରିଥିଲେ। ପୋଲିସ ପହଞ୍ଚି ଅଲବର୍ଟୋଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି, ପୋତା ଯାଏ ନାହିଁ

ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍‌ ଚର୍ଚ୍ଚିତ। ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି।...

କୁଟାକାଠି ଯୋଗାଡ କରି ଏମିତି ବସା ନିର୍ମାଣ କଲା ପକ୍ଷୀ: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ପଶୁ ଏବଂ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ତିଆରି କରିବାକୁ ବହୁ ସଂଘର୍ଷ କରିବାକୁ ପଡେ। ପକ୍ଷୀମାନେ ସେମାନଙ୍କର ଅଣ୍ଡା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା...

ବିବାହ ମଣ୍ଡପରେ ଭିଣୋଇଙ୍କୁ ଜାବୁଡ଼ି ଧରି ଚୁମ୍ବନ ଦେଲେ ଶାଳୀ, ଭିଡିଓ ଭାଇରାଲ ପରେ…

ଏକ ବିବାହ ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାନ ଭଉଣୀ ଅର୍ଥାତ୍‌ ଶାଳୀ ଚୁମ୍ବନ ଦେବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ବିବାହ...

ମାଙ୍କଡ଼କୁ ଆମ୍ବ ଖୁଆଉଛି ପୋଲିସ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପ୍ରେମିକାଙ୍କ ଘରଠାରୁ ୨.୫ କିମି ରାସ୍ତା ପର୍ଯ୍ୟନ୍ତ ‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’ ଲେଖିଲେ ପ୍ରେମିକ; ଆଉ ତା’ ପରେ..

ଆଜିକାଲିର ଯୁବପିଢ଼ୀ ନିଜର ସାଥୀଙ୍କୁ ପ୍ରେମ ନିବେଦନ କରିବାର ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଥିରୁ କିଛି ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏଭଳି ଏକ...

ରୋନାଲଡୋଙ୍କ ପେପର ଷ୍ଟାଚ୍ୟୁ, ଚାରି ମହଲା କୋଠା ସହ ସମାନ

କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍‌ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ...

ଏମିତି ଦେଶ, ଯେଉଁଠାରେ ମାତ୍ର ୧ ଘଣ୍ଟାରେ ହୋଇଥିଲେ ୩ ରାଷ୍ଟ୍ରପତି

ଇତିହାସରେ ଏମିତି ଅନେକ ଘଟଣା ଘଟିଯାଇଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏମିତି ଏକ ଘଟଣା ଉତ୍ତର ଆମେରିକାର ମେସ୍କିକୋ ଦେଶରେ ଘଟିଛି ଯାହାକୁ...

ଟିପ୍ସ: ସୁରକ୍ଷିତ ସୋଶିଆଲ ସାଇଟ୍‌ସ ପାଇଁ….

* ସର୍ବଦା ନିଜର ସୋଶିଆଲ ସାଇଟ୍ସ୍‌ ପାଇଁ ଷ୍ଟ୍ରଙ୍ଗ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। * ପାସଓ୍ବାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ...

Advertisement
Archives

Model This Week