Posted inଫୁରସତ

ପଡ଼ୋଶୀ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିବାକୁ ବେଡ୍‌ରୁମ୍‌ ତଳେ ତିଆରି କରିଥିଲେ ଗୁପ୍ତ ସୁଡ଼ଙ୍ଗ, ଜଣାପଡ଼ିବା ପରେ…

ଜଣେ ବିବାହିତ ବ୍ୟକ୍ତି ପଡ଼ୋଶୀ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିବା ପାଇଁ ବେଡ୍‌ରୁମ୍‌ ତଳେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଘରେ ରୁହନ୍ତି। ମାତ୍ର ଯେତେବେଳେ ସ୍ବାମୀ କାମ କରିବାକୁ ବାହାରକୁ ଯାଆନ୍ତି ସେହି ସମୟରେ ଏହି ସୁଡ଼ଙ୍ଗ ମଧ୍ୟ ଦେଇ ପ୍ରେମିକ ଜଣକ ମହିଳାଙ୍କ ଘରକୁ ଆସିଥାନ୍ତି। ଏପରି ଘଟଣା ମେକ୍ସିକୋରେ ଦେଖିବାକୁ ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ପ୍ରେମିକଙ୍କ ନାମ ଅଲବର୍ଟୋ। ସେ ମେକ୍ସିକୋର ତିଜୁଆନା ଅଞ୍ଚଳରେ ରୁହନ୍ତି। ତାଙ୍କ ପଡ଼ୋଶୀ ମହିଳା ପାମେଲାଙ୍କ ଘର ପର୍ଯ୍ୟନ୍ତ ଯିବା ପାଇଁ ଏକ ଗୁପ୍ତ ସୁଡ଼ଙ୍ଗ ତିଆରି କରିଥିଲେ। ଏହି ଘଟଣା ଜଣାପଡ଼ିଲା ଯେତେବେଳେ ପାମେଲାଙ୍କ ସ୍ବାମୀ ଜର୍ଜ କାମରୁ ଶୀଘ୍ର ଘରକୁ ଚାଲି ଆସିଥିଲେ। ସେହି ସମୟରେ ପ୍ରେମିକଙ୍କ ସହ ସ୍ତ୍ରୀଙ୍କୁ ଏକାଠି ଦେଖିବାକୁ ପାଇଥିଲେ। ଜର୍ଜ ଦେଖିଲେ ଅଲବର୍ଟୋ ଖଟ ତଳେ କେଉଁଠି ଲୁଚିଗଲେ। ସେ ବେଡ୍‌ରୁମ୍‌ରେ ଅଲବର୍ଟଙ୍କୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇଲେ ନାହିଁ। ଏଥିରେ ଜର୍ଜଙ୍କ ସନ୍ଦେହ ଆହୁରି ବଢ଼ିଗଲା। ଜର୍ଜ ଯେତେବେଳେ ଖଟ ତଳେ ଏକ ସୁଡ଼ଙ୍ଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ସୁଡ଼ଙ୍ଗ ଦେଇ ଜର୍ଜ ଯେତେବେଳେ ତଳକୁ ଗଲେ ସିଧା ଯାଇ ଅଲବର୍ଟୋଙ୍କ ଘରେ ପହଞ୍ଚିଗଲେ।

ଏହି ସୁଡ଼ଙ୍ଗଟି ବେଶ୍‌ ଭଲ ଭାବେ ତିଆରି ହୋଇଥିଲା। ତେବେ କେତେଦିନ ପୂର୍ବରୁ ଏହା ନିର୍ମାଣ କରାଯାଇଥିଲା ତାହା ଜଣାପଡ଼ିନାହିଁ। ଅଲବର୍ଟୋ ଜର୍ଜଙ୍କୁ ଅନୁରୋଧ କରିଥିଲେ ଏ ବିଷୟରେ ତାଙ୍କ ସ୍ତ୍ରୀ ଙ୍କୁ ନ ଜଣାଇବା ପାଇଁ। ତେବେ ଜର୍ଜ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପରସ୍ପର ମଧ୍ୟରେ ଝଗଡ଼ା ଆରମ୍ଭ କରିଥିଲେ। ଏହା ପରେ ପୋଲିସକୁ ଫୋନ୍‌ କରିଥିଲେ। ପୋଲିସ ପହଞ୍ଚି ଅଲବର୍ଟୋଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?