କମଲା ହାରିସ-ଜିନପିଙ୍ଗ୍‌ ଭେଟ…

ବ୍ୟାଙ୍କକ,୧୯।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ବ୍ୟାଙ୍କକରେ ଭେଟିଛନ୍ତି। ଏକ ସଂକ୍ଷିପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଭୟ ଯୋଗ ଦେଇଛନ୍ତି। ବ୍ୟାଙ୍କକ ଠାରେ ହେବାକୁ ଥିବା ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ (ଏପିଇସି) ଶିଖର ସମ୍ମିଳନୀ ପାଇଁ ଉଭୟ ନେତା ଏଠାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା।

ହାରିସ-ଜିନପିଙ୍ଗ ବୈଠକରେ ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ଆଲୋଚନା ଦ୍ୱାରା ଯୋଗାଯୋଗ ଲାଗି ପ୍ରୟାସ କରାଯାଇଥିଲା। ହ୍ବାଇଟ ହାଉସର ଜଣେ ଅଧିକାରୀଙ୍କ ଅନୁଯାୟୀ ହାରିସ ଜିନପିଙ୍ଗଙ୍କୁ କହିଛନ୍ତି ଯେ ଯୋଗାଯୋଗର ଲାଇନ ଖୋଲା ରହିବା ଉଚିତ।

ବାଲିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମନ୍ତବ୍ୟକୁ ହାରିସ ପୁନରାବୃତ୍ତି କରିଛନ୍ତି। ବାଇଡେନ ଏବଂ ଜିନପିଙ୍ଗ ବାଲିରେ ପରସ୍ପରକୁ ଭେଟିଥିଲେ। ପ୍ରତିଯୋଗିତା ପରିଚାଳନା ପାଇଁ ଚାଇନା ଏବଂ ଆମେରିକା ଯୋଗାଯୋଗ ଲାଇନକୁ ଖୋଲା ରଖିବା ଉଚିତ ବୋଲି ବାଇଡେନ ଗୁରୁତ୍ୱରରୋପ କରିଥିଲେ।

ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆଗକୁ ନେବା ପାଇଁ ଏହି ବୈଠକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା, ତାଇୱାନ ଉପରେ ଚାଇନାର ଦାବି, ମହାମାରୀ ଏବଂ ହଂକଂ ତଥା ମାନବିକ ଅଧିକାରର ଉଲ୍ଲଂଘନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ମତଭେଦ ରହିଛି। ଏହାପୂର୍ବରୁ ଶୁକ୍ରବାର ହାରିସ ଆମେରିକାକୁ ଏକ ନିର୍ଭରଯୋଗ୍ୟ ଅର୍ଥନୈତିକ ଭାଗିଦାରୀ ଭାବରେ ସ୍ଥାପନ କରିଥିଲେ। ସେ ଏକ ବ୍ୟବସାୟିକ ସମ୍ମିଳନୀକୁ କହିଥିଲେ ଯେ ଆମେରିକା ଏକ ପ୍ରଶାନ୍ତ ଶକ୍ତି। ଏହା ଏକ ଖୋଲା, ପରସ୍ପର ସହ ସଂଯୁକ୍ତ, ସମୃଦ୍ଧ, ନିରାପଦ ଏବଂ ସ୍ଥାୟୀ କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିବାକୁ ଆଗ୍ରହୀ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri