ଦୁର୍ଗା ଟୁଇଟ୍‌କୁ ନେଇ ଫସିଲେ ହାରିସ୍‌

ଓ୍ବାଶିଂଟନ,୨୩ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ଥିବା ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଦୁର୍ଗା ଦେବୀଙ୍କ ଏକ ଟୁଇଟ୍‌କୁ ନେଇ ବିବାଦରେ ଫସିଛନ୍ତି। ଏହା ହିନ୍ଦୁମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଦର୍ଶାଇ ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ କମଲାଙ୍କୁ କ୍ଷମା ମାଗିବାକୁ କହିଛି।
ଭାରତୀୟ ବଂଶୋଦ୍ଭବ ତଥା କାଲିଫର୍ନିଆ ସିନେଟର କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌(୩୫) ପେସାରେ ଜଣେ ଆଇନଜୀବୀ, ଲେଖିକା ଓ ଫେନୋମେନାନ୍‌ ଓ୍ବିମେନ ଆକ୍ସନ କ୍ୟାମ୍ପେନର ପ୍ରତିଷ୍ଠାତ୍ରୀ। କମଲା ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରଠାରୁ ମୀନା ତାଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। କିଛିଦିନ ତଳେ ମୀନା ଏକ ଫଟୋ ଟୁଇଟ୍‌ କରିଥିଲେ। ଏଥିରେ କମଲାଙ୍କୁ ଦୁର୍ଗା ଦେବୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହିଷାସୁର
ଭାବେ ଦର୍ଶାଯାଇଥିଲା। ଫଟୋରେ କମଲା ଏକ ସିଂହ ଉପରେ ବସିଥିବାବେଳେ ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କୁ ତ୍ରିଶୂଳରେ ବଧ କରୁଛନ୍ତି। ବାହନ ସିଂହ ମୁହଁରେ ଡେମୋକ୍ରାଟ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ଫଟୋ ରହିଛି। ଉକ୍ତ ଫଟୋକୁ କମଲା ରିଟୁଇଟ୍‌ କରିଥିଲେ। ପରେ ବିବାଦ ହେବାରୁ ଉଭୟେ ତାକୁ ଡିଲିଟ୍‌ କରିଦେଇଥିଲେ। କିନ୍ତୁ ସେତେବେଳକୁ ତାହା ଭାଇରଲ ହୋଇଯାଇଥିଲା। ଅନେକଙ୍କ ମୋବାଇଲରେ ଏବେ ମଧ୍ୟ ତା’ର ସ୍କ୍ରିନ୍‌ ଶଟ ରହିଛି। ଏହାକୁ ନେଇ ଉଭୟ କମଲା ଓ ବିଡେନ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ହିନ୍ଦୁ ସଙ୍ଗଠନଗୁଡ଼ିକ ସେମାନେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଏହାର ଜବାବରେ ବିଡେନ୍‌-କମଲା ଯୋଡ଼ି ଏକ ନୂଆ ବିଜ୍ଞାପନ ଦେଇ ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଓ ଭେଦଭାବର ଅନ୍ତ ଘଟାଇବାକୁ ଅନୁରୋଧ କରିଛନ୍ତି। ଉକ୍ତ ବିଜ୍ଞାପନରେ ଜଣେ ହିନ୍ଦୁ, ମୁସ୍‌ଲିମ ଓ ଶିଖ୍‌ଙ୍କ ମିଳିତ ଫଟୋ ରହିଛି। କ୍ୟାପ୍ସନ ଲେଖାଯାଇଛି, ବିଡେନ୍‌-ହାରିସ୍‌ ପ୍ରଶାସନ ସବୁ ଧର୍ମର ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଓ ବୈଷମ୍ୟକୁ ଶେଷ କରିଦେବ।
ଆମେରିକାରେ ମୋଟ ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବ ଯୋଗ୍ୟ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୫% ମତଦାତା ଡେମୋକ୍ରାଟ୍ସଙ୍କ ଆଡ଼କୁ ଢଳୁଥିବା ଇଣ୍ଡିଆନ୍‌-ଆମେରିକାନ୍‌ ଆଟିଟ୍ୟୁଡ୍‌ ସର୍ଭେ (ଆଇଏଏଏସ୍‌) ଏବଂ ୨୦୨୦ ଏସିଆନ୍‌ ଆମେରିକାନ୍‌ ଭୋଟର ପକ୍ଷରୁ କରାଯାଇଥିବା ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri