ଅଳିଆରେ କଲବଲ କାଳୀବଜାର

ଭୁବନ, ୧୧।୩(ଡି.ଏନ.ଏ.) ସ୍ବଚ୍ଛ ସହର ଗଢ଼ିତୋଳିବା ପାଇଁ ଅନେକ ଯୋଜନା। ସ୍ବଚ୍ଛ ଭାରତ ଅଭିଯାନ, ସହରାଞ୍ଚଳ ବିକାଶ ପାଣ୍ଠିରୁ ଏଥିଲାଗି ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା। କରଦାତାଙ୍କଠାରୁ ଅସୁଲ କରାଯାଉଛି ଟିକସ। ହେଲେ ପରିଚାଳନାଗତ ତ୍ରୁଟି ଏବଂ ଦୂରଦୃଷ୍ଟି ଅଭାବରୁ ସବୁ ଫସର ଫାଟୁଛି, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭୁବନରେ। ଏଠାକାର ସବୁଠାରୁ ବ୍ୟସ୍ତବହୁଳ ତଥା ବାଣିଜି୍ୟକ ପେଣ୍ଠସ୍ଥଳୀ କାଳୀବଜାର ଏବେ ଏନ୍‌ଏସିର ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି। ସାରା ସହରର ବର୍ଜ୍ୟ ସିଧାସଳଖ କମ୍ପୋଷ୍ଟ ପିଟ୍‌କୁ ନେବା ପରିବର୍ତ୍ତେ ଏଠାରେ ଜମା ହେଉଛି। କାଳୀବଜାରର ବ୍ୟବସାୟୀ ଏବଂ ଏଠାକୁ ଆସୁଥିବା ଜନସାଧାରଣଙ୍କୁ ଅଳିଆ କଲବଲ କରୁଛି। ପ୍ରଶାସନିକ ଅବହେଳାରୁ ଏସିଆ ମହାଦେଶର ସବୁଠାରୁ ବଡ଼ ଗଁାର ମାନ୍ୟତା ପାଇଥିବା ଭୁବନର ଏଭଳି ଦୁରାବସ୍ଥା ହୋଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ଭୁବନ ଏନ୍‌ଏସିର ବ୍ୟବସାୟିକ ପ୍ରାଣକେନ୍ଦ୍ର କାଳୀବଜାର ହେଉଛି ବ୍ୟସ୍ତବହୁଳ ସ୍ଥାନ। ଏଠାରେ ଗଢ଼ିଉଠିଛି ୪୫୦ରୁ ଊର୍ଦ୍ଧ୍ୱ ବ୍ୟବସାୟିକ ପ୍ରତିଷ୍ଠାନ। ଢେଙ୍କାନାଳ ସମେତ ପଡ଼ୋଶୀ ଯାଜପୁର ଜିଲାରୁ ମଧ୍ୟ ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ଏହି ଛକଦେଇ କଟକ, ଅନୁଗୋଳ, ରାଉରକେଲା, କୋଲକାତା, ବାଲେଶ୍ୱର, ଯାଜପୁରକୁ ଦିନରାତି ବସ୍‌ ଚଳାଚଳ କରିଥାଏ। ଯାତ୍ରୀମାନେ ବଜାରରେ ଗାଡ଼ିକୁ ଅପେକ୍ଷା କରିଥାନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଏଠାରେ ବିଶ୍ରାମାଗାର କି ଶୌଚାଳୟ ସୁବିଧା ନାହିଁ। ଏପରିସ୍ଥଳେ କାଳୀବଜାର ଅଳିଆକୁଣ୍ଡରେ ପରିଣତ ହେବା ସମସ୍ୟା ବଢ଼ାଇଛି।
ଏନ୍‌ଏସି ଅନ୍ତର୍ଗତ ୧୫ ଓ୍ବାର୍ଡର ସଫେଇ ଦାୟିତ୍ୱ ଠିକାସଂସ୍ଥାକୁ ଦିଆଯାଇଛି। ଏଥିଲାଗି ମାସିକ ଖର୍ଚ୍ଚ ହେଉଛି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ସହରର ଅଳିଆ ସଂଗ୍ରହ ଏବଂ ପରିମଳ ସଜାଡ଼ିବା କାର୍ଯ୍ୟରେ ୫୭ଜଣ ଠିକା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥିସହ ୬ଟି ଗାଡ଼ିରେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି। ଏହି ଦାୟିତ୍ୱ ନେଇଛନ୍ତି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ। ନିକଟରେ ଏନ୍‌ଏସି ପକ୍ଷରୁ ଆବର୍ଜନାର ସୁପରିଚାଳନା ପାଇଁ ସହରଠାରୁ ଦୁଇ କିଲୋମିଟର ଦୂର ମହିଳା କଲେଜ ନିକଟରେ ଡମ୍ପିଂୟାର୍ଡ ସହିତ ୨ଟି କମ୍ପୋଷ୍ଟ ପିଟ୍‌ ତିଆରି ହୋଇଛି। କଲେଜ ନିକଟ କମ୍ପୋଷ୍ଟ ପିଟ୍‌ରେ ୩ମାସ ହେଲା ଖତ ଉତ୍ପାଦନ ଆରମ୍ଭ ହୋଇଛି। ଏଠାରୁ ମାସିକ ୨୦୦ କେଜି ଯାଏ ଖତ ବାହାରୁଛି। ତେବେ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନ ଥିବାରୁ ରଗଡ଼ି ନିକଟ କମ୍ପୋଷ୍ଟ ପିଟ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଏଭଳିସ୍ଥଳେ ସାରା ସହରର ସଂଗୃହୀତ ଆବର୍ଜନାକୁ କାଳୀବଜାର ଏବଂ କାଳୀବଜାର-ଢେଙ୍କାନାଳ ରାସ୍ତାର ଗୋଡ଼ିପୋଖରୀ ଛକ ନିକଟରେ ଗଦା କରାଯାଉଛି। ସେଠାରୁ ୨-୩ ଘଣ୍ଟା ପରେ ଡମ୍ପିଂୟାର୍ଡକୁ ନିଆଯାଉଛି। ଏହି ସମୟ ଭିତରେ କୁଢ଼ କୁଢ଼ ଆବର୍ଜନା ଜମି ରହିବା ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବିଭିନ୍ନ କାର୍ଯ୍ୟରେ ଆସୁଥିବା ଯାତ୍ରୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଆବର୍ଜନା ସିଧାସଳଖ ଡମ୍ପିଂୟାର୍ଡକୁ ନିଆଯିବା ବ୍ୟବସ୍ଥା କରିବା, ରଗଡ଼ିରେ ହୋଇଥିବା କମ୍ପୋଷ୍ଟ ପିଟ୍‌ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି।

ଅଭିଯୋଗ ସତ୍ତ୍ୱେ ଗୁରୁତ୍ୱ ଦିଆଯାଉନାହିଁ
ଭୁବନ ଏନ୍‌ଏସିର ବାଣିଜି୍ୟକ ପେଣ୍ଠସ୍ଥଳୀ ହେଉଛି କାଳୀବଜାର। ଏନ୍‌ଏସି ପ୍ରଶାସନର ଅପାରଗତା ଏବଂ ସଫେଇ ଦାୟିତ୍ୱରେ ଥିବା ଠିକାସଂସ୍ଥର ମନମାନି ଯୋଗୁ ସହରର ଏହି ମୁଖ୍ୟ ବଜାର ଆବର୍ଜନାକୁଣ୍ଡରେ ପରିଣତ ହୋଇଛି। ବାରମ୍ବାର ଜିଲାପାଳ, ଉପଜିଲାପାଳ, ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ପ୍ରତିକାର ହେଉନାହିଁ।
-ସମୀର କୁମାର ସାହୁ, କାଳୀବଜାର ବଣିକ ସଂଘ ସଭାପତି

ସ୍ବଚ୍ଛ ସହର ଅଭିଯାନ ପ୍ରହସନ
ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି। ଏହାର ତଦାରଖ କରିବା ଲାଗି କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ବିଭାଗୀୟ ଅବହେଳା ଯୋଗୁ ଭୁବନ ଏନ୍‌ଏସିରେ ସ୍ବଚ୍ଛ ସହର ଅଭିଯାନ ପ୍ରହସନ ପାଲଟିଛି। ଆବର୍ଜନା ଜମା ରହୁଥିବାରୁ ବିଭିନ୍ନ କାମରେ ଆସୁଥିବା ବ୍ୟକ୍ତି ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।
-ବିଶ୍ୱଜିତ୍‌ ବାରିକ, ବଣିକ ସଂଘ ସମ୍ପାଦକ
ସରକାରୀ କଳ ଅଚଳ
ପ୍ରଶାସନର ବିକାଶ ଧୂଅଁାବାଣ ପାଲଟିଛି। ସହରର ସୌନ୍ଦର୍ଯ୍ୟକରଣ, ସଫେଇ, ଡ୍ରେନେଜ ବ୍ୟବସ୍ଥା ସଜାଡ଼ିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଲାଗି ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସରକାରୀ କଳ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
-ବାସୁଦେବ ବେହେରା, ଭୁବନ ସହର ସଙ୍ଗଠନ ସଭାପତି

ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ
ଆବର୍ଜନା ପରିଚାଳନା ପାଇଁ ସହର ଉପକଣ୍ଠରେ କମ୍ପୋଷ୍ଟ ପିଟ୍‌ ନିର୍ମାଣ କରାଯାଇଛି। ତଥାପି ସହରର ପ୍ରମୁଖ ସ୍ଥଳରେ ଆବର୍ଜନା ଜମା କରି ରଖାଯିବା ଏକପ୍ରକାର ଅପରାଧ। ଏହାର ତଦନ୍ତ କରାଯିବ। ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରର ମୁଖ୍ୟରାସ୍ତାରେ ଅଳିଆ ଡମ୍ପିଂ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’

ଆଠମଲ୍ଲିକ,୧୯।୭ (ଡି.ଏନ.ଏ.) ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ...

ବନ୍ଦ କାର୍‌ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍‌ ଭିତରେ ଦେଢ଼ ବର୍ଷର...

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ...

ଢେଙ୍କାନାଳରେ କର୍ମଚାରୀ ମରୁଡ଼ି: ଖାଲିପଡ଼ିଛି ୨୮୯ ପଦବୀ

ଢେଙ୍କାନାଳ ଅଫିସ, ୨୮।୭ –  କାର୍ଯ୍ୟାଳୟ ଅଛି। ହେଲେ କାମ କରିବାକୁ ନାହାନ୍ତି ଅଧିକାରୀ କି କର୍ମଚାରୀ। ଖାଲି ପଡୁଛି ଚୌକି। ଖଁ। ଖଁ। ଅଫିସ।...

କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ...

‘ଯାଯାବର’କୁ ହତାଦର

ଢେଙ୍କାନାଳ ଅଫିସ, ୧୦।୬ – ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଯାଯାବର’। ଏହାର ଉଦ୍ଦେଶ୍ୟ ଥିଲା ଏକ ବର୍ଣ୍ଣାଢ଼୍ୟ...

ପୋଲିସ ବୁଝୁନି ପୀଡ଼ିତାଙ୍କ ଦୁଃଖ

ହିନ୍ଦୋଳ, ୪।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ବାଲିମୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ...

ସଚେତନ ଉପଭୋକ୍ତାଙ୍କୁ ଗୋଲାପ, ଥ୍ୟାଙ୍କ ୟୁ କାର୍ଡ

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରରେ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିବା ସଚେତନ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଛି ଗୋଲାପ, ଥ୍ୟାଙ୍କ ୟୁ କାର୍ଡ...

Advertisement
Archives

Model This Week