ଅଳିଆରେ କଲବଲ କାଳୀବଜାର

ଭୁବନ, ୧୧।୩(ଡି.ଏନ.ଏ.) ସ୍ବଚ୍ଛ ସହର ଗଢ଼ିତୋଳିବା ପାଇଁ ଅନେକ ଯୋଜନା। ସ୍ବଚ୍ଛ ଭାରତ ଅଭିଯାନ, ସହରାଞ୍ଚଳ ବିକାଶ ପାଣ୍ଠିରୁ ଏଥିଲାଗି ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା। କରଦାତାଙ୍କଠାରୁ ଅସୁଲ କରାଯାଉଛି ଟିକସ। ହେଲେ ପରିଚାଳନାଗତ ତ୍ରୁଟି ଏବଂ ଦୂରଦୃଷ୍ଟି ଅଭାବରୁ ସବୁ ଫସର ଫାଟୁଛି, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭୁବନରେ। ଏଠାକାର ସବୁଠାରୁ ବ୍ୟସ୍ତବହୁଳ ତଥା ବାଣିଜି୍ୟକ ପେଣ୍ଠସ୍ଥଳୀ କାଳୀବଜାର ଏବେ ଏନ୍‌ଏସିର ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି। ସାରା ସହରର ବର୍ଜ୍ୟ ସିଧାସଳଖ କମ୍ପୋଷ୍ଟ ପିଟ୍‌କୁ ନେବା ପରିବର୍ତ୍ତେ ଏଠାରେ ଜମା ହେଉଛି। କାଳୀବଜାରର ବ୍ୟବସାୟୀ ଏବଂ ଏଠାକୁ ଆସୁଥିବା ଜନସାଧାରଣଙ୍କୁ ଅଳିଆ କଲବଲ କରୁଛି। ପ୍ରଶାସନିକ ଅବହେଳାରୁ ଏସିଆ ମହାଦେଶର ସବୁଠାରୁ ବଡ଼ ଗଁାର ମାନ୍ୟତା ପାଇଥିବା ଭୁବନର ଏଭଳି ଦୁରାବସ୍ଥା ହୋଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ଭୁବନ ଏନ୍‌ଏସିର ବ୍ୟବସାୟିକ ପ୍ରାଣକେନ୍ଦ୍ର କାଳୀବଜାର ହେଉଛି ବ୍ୟସ୍ତବହୁଳ ସ୍ଥାନ। ଏଠାରେ ଗଢ଼ିଉଠିଛି ୪୫୦ରୁ ଊର୍ଦ୍ଧ୍ୱ ବ୍ୟବସାୟିକ ପ୍ରତିଷ୍ଠାନ। ଢେଙ୍କାନାଳ ସମେତ ପଡ଼ୋଶୀ ଯାଜପୁର ଜିଲାରୁ ମଧ୍ୟ ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ଏହି ଛକଦେଇ କଟକ, ଅନୁଗୋଳ, ରାଉରକେଲା, କୋଲକାତା, ବାଲେଶ୍ୱର, ଯାଜପୁରକୁ ଦିନରାତି ବସ୍‌ ଚଳାଚଳ କରିଥାଏ। ଯାତ୍ରୀମାନେ ବଜାରରେ ଗାଡ଼ିକୁ ଅପେକ୍ଷା କରିଥାନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଏଠାରେ ବିଶ୍ରାମାଗାର କି ଶୌଚାଳୟ ସୁବିଧା ନାହିଁ। ଏପରିସ୍ଥଳେ କାଳୀବଜାର ଅଳିଆକୁଣ୍ଡରେ ପରିଣତ ହେବା ସମସ୍ୟା ବଢ଼ାଇଛି।
ଏନ୍‌ଏସି ଅନ୍ତର୍ଗତ ୧୫ ଓ୍ବାର୍ଡର ସଫେଇ ଦାୟିତ୍ୱ ଠିକାସଂସ୍ଥାକୁ ଦିଆଯାଇଛି। ଏଥିଲାଗି ମାସିକ ଖର୍ଚ୍ଚ ହେଉଛି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ସହରର ଅଳିଆ ସଂଗ୍ରହ ଏବଂ ପରିମଳ ସଜାଡ଼ିବା କାର୍ଯ୍ୟରେ ୫୭ଜଣ ଠିକା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥିସହ ୬ଟି ଗାଡ଼ିରେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି। ଏହି ଦାୟିତ୍ୱ ନେଇଛନ୍ତି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ। ନିକଟରେ ଏନ୍‌ଏସି ପକ୍ଷରୁ ଆବର୍ଜନାର ସୁପରିଚାଳନା ପାଇଁ ସହରଠାରୁ ଦୁଇ କିଲୋମିଟର ଦୂର ମହିଳା କଲେଜ ନିକଟରେ ଡମ୍ପିଂୟାର୍ଡ ସହିତ ୨ଟି କମ୍ପୋଷ୍ଟ ପିଟ୍‌ ତିଆରି ହୋଇଛି। କଲେଜ ନିକଟ କମ୍ପୋଷ୍ଟ ପିଟ୍‌ରେ ୩ମାସ ହେଲା ଖତ ଉତ୍ପାଦନ ଆରମ୍ଭ ହୋଇଛି। ଏଠାରୁ ମାସିକ ୨୦୦ କେଜି ଯାଏ ଖତ ବାହାରୁଛି। ତେବେ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନ ଥିବାରୁ ରଗଡ଼ି ନିକଟ କମ୍ପୋଷ୍ଟ ପିଟ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଏଭଳିସ୍ଥଳେ ସାରା ସହରର ସଂଗୃହୀତ ଆବର୍ଜନାକୁ କାଳୀବଜାର ଏବଂ କାଳୀବଜାର-ଢେଙ୍କାନାଳ ରାସ୍ତାର ଗୋଡ଼ିପୋଖରୀ ଛକ ନିକଟରେ ଗଦା କରାଯାଉଛି। ସେଠାରୁ ୨-୩ ଘଣ୍ଟା ପରେ ଡମ୍ପିଂୟାର୍ଡକୁ ନିଆଯାଉଛି। ଏହି ସମୟ ଭିତରେ କୁଢ଼ କୁଢ଼ ଆବର୍ଜନା ଜମି ରହିବା ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବିଭିନ୍ନ କାର୍ଯ୍ୟରେ ଆସୁଥିବା ଯାତ୍ରୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଆବର୍ଜନା ସିଧାସଳଖ ଡମ୍ପିଂୟାର୍ଡକୁ ନିଆଯିବା ବ୍ୟବସ୍ଥା କରିବା, ରଗଡ଼ିରେ ହୋଇଥିବା କମ୍ପୋଷ୍ଟ ପିଟ୍‌ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି।

ଅଭିଯୋଗ ସତ୍ତ୍ୱେ ଗୁରୁତ୍ୱ ଦିଆଯାଉନାହିଁ
ଭୁବନ ଏନ୍‌ଏସିର ବାଣିଜି୍ୟକ ପେଣ୍ଠସ୍ଥଳୀ ହେଉଛି କାଳୀବଜାର। ଏନ୍‌ଏସି ପ୍ରଶାସନର ଅପାରଗତା ଏବଂ ସଫେଇ ଦାୟିତ୍ୱରେ ଥିବା ଠିକାସଂସ୍ଥର ମନମାନି ଯୋଗୁ ସହରର ଏହି ମୁଖ୍ୟ ବଜାର ଆବର୍ଜନାକୁଣ୍ଡରେ ପରିଣତ ହୋଇଛି। ବାରମ୍ବାର ଜିଲାପାଳ, ଉପଜିଲାପାଳ, ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ପ୍ରତିକାର ହେଉନାହିଁ।
-ସମୀର କୁମାର ସାହୁ, କାଳୀବଜାର ବଣିକ ସଂଘ ସଭାପତି

ସ୍ବଚ୍ଛ ସହର ଅଭିଯାନ ପ୍ରହସନ
ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି। ଏହାର ତଦାରଖ କରିବା ଲାଗି କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ବିଭାଗୀୟ ଅବହେଳା ଯୋଗୁ ଭୁବନ ଏନ୍‌ଏସିରେ ସ୍ବଚ୍ଛ ସହର ଅଭିଯାନ ପ୍ରହସନ ପାଲଟିଛି। ଆବର୍ଜନା ଜମା ରହୁଥିବାରୁ ବିଭିନ୍ନ କାମରେ ଆସୁଥିବା ବ୍ୟକ୍ତି ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।
-ବିଶ୍ୱଜିତ୍‌ ବାରିକ, ବଣିକ ସଂଘ ସମ୍ପାଦକ
ସରକାରୀ କଳ ଅଚଳ
ପ୍ରଶାସନର ବିକାଶ ଧୂଅଁାବାଣ ପାଲଟିଛି। ସହରର ସୌନ୍ଦର୍ଯ୍ୟକରଣ, ସଫେଇ, ଡ୍ରେନେଜ ବ୍ୟବସ୍ଥା ସଜାଡ଼ିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଲାଗି ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସରକାରୀ କଳ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
-ବାସୁଦେବ ବେହେରା, ଭୁବନ ସହର ସଙ୍ଗଠନ ସଭାପତି

ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ
ଆବର୍ଜନା ପରିଚାଳନା ପାଇଁ ସହର ଉପକଣ୍ଠରେ କମ୍ପୋଷ୍ଟ ପିଟ୍‌ ନିର୍ମାଣ କରାଯାଇଛି। ତଥାପି ସହରର ପ୍ରମୁଖ ସ୍ଥଳରେ ଆବର୍ଜନା ଜମା କରି ରଖାଯିବା ଏକପ୍ରକାର ଅପରାଧ। ଏହାର ତଦନ୍ତ କରାଯିବ। ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରର ମୁଖ୍ୟରାସ୍ତାରେ ଅଳିଆ ଡମ୍ପିଂ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri