୫୪ ବର୍ଷରେ ମଝିପଡ଼ା କାଳୀପୂଜା: ହିନ୍ଦୁ ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦିଏ

ସୋନପୁର,୨୪।୧୦(ନି.ପ୍ର.): ସୁବର୍ଣ୍ଣପୁର ସହର ମଝିପଡାରେ ୫୪ତମ ସାର୍ବଜନୀନ କାଳୀପୂଜା ୨୪ ତାରିଖ ସୋମବାର ରାତିରୁ ଆରମ୍ଭ ହେବ। ରାମଧୂନ କ୍ଲବ ମଝିପଡା ପକ୍ଷରୁ ଏହି ପୂଜା ମହୋତ୍ସବ ମହା ସମାରୋହରେ ଆୟୋଜିତ ହେବ ବୋଲି ପୂଜା କମିଟି ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୂଜା ଆୟୋଜନ ହୋଇଥିଲା। ତେଣୁ ଚଳିତ ବର୍ଷ କାଳୀପୂଜା ମହୋତ୍ସବ ଆଡମ୍ବର ସହକାରେ ପାଳନ ହେଉଛି। ପୂଜାରେ ସାଜସଜ୍ଜା, ଆଲୋକ ସଜ୍ଜା, ରକ୍ତଦାନ ଶିବିର, ଦଣ୍ଡନୃତ୍ୟ, ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ, ନୃତ୍ୟ ପ୍ରତିଯୋଗିତା, ସମ୍ବଲପୁରୀ ଲୋକନୃତ୍ୟ ଏବଂ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୧ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ପୂଜା ମଣ୍ଡପ ଓ ପଡାର ସମସ୍ତ ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ୩୧ ତରିଖରେ ଶହୀଦ ପ୍ରତାପ କୁମାର ନାଏକଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।
୫୪ ବର୍ଷ ପୂର୍ବରୁ ପଡାର ହିନ୍ଦୁ ଓ ମୁସଲିମ୍‌ ସମ୍ପ୍ରଦାୟର ଲୋକ ମିଳିତ ହୋଇ କାଳୀପୂଜା ଆରମ୍ଭ କରିଥିଲେ। ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଏହି ପୂଜା କମିଟିର କର୍ମମର୍ତ୍ତା ଓ ସଭ୍ୟ ରହି ଆସୁଛନ୍ତି। ଏହି ପଡାରେ ପ୍ରାୟ ୮୦ ମୁସଲିମ ପରିବାର ବସବାସ କରୁଛନ୍ତି। ପୂଜାରେ ସର୍ବଧର୍ମ ସମନ୍ବୟ ଓ ହିନ୍ଦୁ-ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ମା’ କାଳୀଙ୍କ ମୃଣ୍ମୟୀ ମୃର୍ତ୍ତି ବେଶ ଆକର୍ଷଣୀୟ ହୋଇଛି। ପୂଜା ଉପଲକ୍ଷେ ହାତୀଶାଳ କଲ୍ୟାଣ ମଣ୍ଡପରେ ରବିବାର ଠାରୁ ମୀନାବଜାର ଖୋଲିଛି। ଛୋଟ ପିଲା ମାନେ ମୀନାବଜାରର ବେଶ ମଜା ନେଉଛନ୍ତି। କମିଟି ଉପଦେଷ୍ଟା ତଥା ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାମଧୂନ କ୍ଲବର ସମ୍ପାଦକ ବିକାଶ ପଣ୍ଡା ସଂଯୋଜନା କରିଥିଲେ। କ୍ଲବ ସମ୍ପାଦକ ପୀୟୁଷ କୁମାର ପଣ୍ଡା, ପୂଜା କମିଟି ସଭାପତି ସୁରଜ ସାହୁ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ, କମିଟିର ଉପଦେଷ୍ଟା ଲଡୁକିଶୋର ମଲ୍ଲିକ, ବରିଷ୍ଠ ସଭ୍ୟ ହରିନାରାୟଣ ସାହୁ, ଶେଷଦେବ ମେହେର, ମାଧବ ଦାସ, ଜଗତବନ୍ଧୁ ତ୍ରିପାଠୀ, ଭକ୍ତିରଞ୍ଜନ ଦଳେଇ, ଜାଭେଦ ଖାନ, ରାଜ ମହମ୍ମଦ, ଅରବାଜ ଖାନ ଓ ମନୋରଞ୍ଜନ ତ୍ରିପାଠୀ ସମ୍ମିଳନୀରେ ଉପସ୍ଥିତ ରହି ପୂଜା, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନଭେମ୍ବର ୮ତାରିଖରେ ଭସାଣୀ ଶୋଭାଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ପରେ ପଇସା ଗଲା, ଚାଷୀ ମୁଣ୍ଡରେ ଚଡ଼କ

କେନ୍ଦୁଝର,୨୩ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ୬୮ଜଣ ଚାଷୀଙ୍କ ଧାନ ବିକ୍ରି ଅର୍ଥ ହଡ଼ପ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଟୋକନ...

ବାଇକକୁ ଧକ୍କା ଦେଲା ବୁଲେଟ, ୪ ଗୁରୁତର

ପରଜଙ୍ଗ, ୯ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁକ୍ତାପଶି-ବଡ଼କମର ଗ୍ରାମ୍ୟ ନିର୍ମାଣ (ଆର୍ଡ଼ି) ରାସ୍ତାର କଟାବାହାଳ ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ବୁଲେଟ...

ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ଅଭିଯୋଗ; ଦୁଇ ମାସ ପୂରିନି ରାସ୍ତାରୁ ଉଠିଲା ପିଚୁ

ଗଞ୍ଜାମ,୬।୧୧(ଡି.ଏନ୍‌.ଏ. ): ଗଞ୍ଜାମ ସହର ଦାମୋଦର ପୁର ଛକ ଠାରୁ ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୬ କୋଟି ୭୨...

ପ୍ରଥମେ ସଫେଇ କର୍ମଚାରୀଙ୍କୁ ଦିଆଗଲା ଟିକା

କୋକସରା,୧୬।୧: କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ୯୦ ଜଣ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଏ ନେଇ କୋଭିଡ...

ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା...

କଟକ: ୧୮ରେ ୧୨ ଘଣ୍ଟିଆ ବନ୍ଦ

କଟକ ଅଫିସ,୧୬ା୯ : ହିନ୍ଦୁସେନା ଓ କଟକ ସଦର ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୧୮ରେ କଟକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରବିବାର...

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର...

ଜଡ଼ାଫଳ ଖାଇ ୮ ଅଙ୍ଗନଓ୍ବାଡ଼ି ଶିଶୁ ଅସୁସ୍ଥ

ମାଲକାନଗିରି,୩ା୨: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ମୁନୁସକୋଣ୍ଡା ଗ୍ରାମରେ ବୁଧବାର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୮ ଶିଶୁ ଜଙ୍ଗଲୀ ଜଡ଼ାଫଳ ଖାଇ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week