ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼ରେ ଧାନଫସଲ ନଷ୍ଟ, ବିଦ୍ୟୁତ୍‌ ସେବା ବନ୍ଦ

\ନୂଆପଡ଼ା,୨୭।୪(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଳକ ଅଧୀନ ବୁଦ୍ଧିକୋମନା ପଞ୍ଚାୟତର ପଣ୍ଡରାପଥର ଏବଂ ସ୍ଥାନୀୟ ଆଖପାଖ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୁଆପଥର ମାଡ଼ ସହ ବର୍ଷା ପବନରେ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଛି। ଏପରିକି ବିଭିନ୍ନ ସ୍ଥାନରେ ଗଛପଡ଼ି ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି।

ଶନିବାର ରାତିରେ ବୁଦ୍ଧି କୋମନା ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଏଥିରେ ପଣ୍ଡରାପଥର ଗାଁ ସହ ଦୋହେଲପଡ଼ା, କୁରେଶ୍ୱର, ଖାଇରଭାଡ଼ି, ଜଦାମୁଣ୍ଡା, ମାନିଗୁଡ଼ା, ଗଣିଆରି, ନାଇକପଡ଼ା, ସିହିନାମୁଣ୍ଡା ଆଦି ଅନେକ ଗାଁର ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଛି।

ଚାଷୀମାନେ ଧାର ଉଧାର କରି ରବି ଧାନ ଚାଷ କରିଥିଲେ। ଜଡ଼ାମୁଣ୍ଡା ସୁନ୍ଦର ଜଳ ସେଚନ ପ୍ରକଳ୍ପ ପାଣିରେ ଚାଷ କରି ଥିଲେ। ଏବେ ଧାନ ଅମଳ ହେବାକୁ ଥିବା ବେଳେ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଧାନ ସବୁ ପାଣିରେ ଭାସୁଛି। ପାଚିଲା ଧାନ ସବୁ ଝଡ଼ି ପଡିଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ଅନେକ ଗାଁର ୧୧ କେଭି ବିଦ୍ୟୁତ୍‌ ତାର ଉପରେ ଗଛପଡ଼ି ବିଦ୍ୟୁତ୍‌ ସରବରାହ ବନ୍ଦ ରହିବା ସହ ଜଟଗଡ-ସୋରିପଡା ରାସ୍ତାରେ ବିଶାଳ ଏକ ବରଗଛ ଟଲିପଡ଼ି ରାସ୍ତା ଅବରୋଧ ହୋଇଛି। ସେହିପରି ମାନିଗୁଡ଼ା, ଗନିଆରୀ, ଜଡ଼ାମୁଣ୍ଡା, କୁମୁଟିମୁଣ୍ଡା ଓ ଜଟଗଡ ଅଞ୍ଚଳରେ କାଳବୈଶାଖିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।

କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୂରନ୍ତ ସହାୟତା ପ୍ରଦାନ କରିବାକୁ ଜିଲା ପ୍ରଶାସନ ନିକଟରେ ପଣ୍ଡରାପଥର ଗାଁର ଚାଷୀ ଦମୟନ୍ତୀ ଧରୁଆ, ଧର୍ମୁ ଗୌଡ଼, ଆଶାରାମ ମାଝୀ, ଗଜମନ ରାଉତ, ସଦୁଲ ମାଝୀ, ପ୍ରଫୁଲ ଦୁରିଆ, ପଡୁତୋଳା ମାଝୀ, କୁରସିଂ ରାଉତ, ହଳଧର ମାଝୀ, କଙ୍କି ମାଝୀ, ଟଙ୍କଧର ମାଝୀ, ମହେନ୍ଦ୍ର ମାଝୀ, ହରପ୍ରସାଦ ରାଉତ, ନକୁଳ ମାଝୀ, ହିରଣ୍ୟ ରାଉତ, ନିରଞ୍ଜନ ରାଉତ, ନିଲମ୍ବନ ରାଉତ, କ୍ଷୀରସିନ୍ଧୁ ରାଉତ, ଭାଝି ମାଝୀ,ଦୟା ମାଝୀ, ଜୟଲାଲ ମାଝୀ, ପ୍ରହ୍ଲାଦ ମାଝୀ,ତୁଲସି ମାଝୀ, ସୀତା ରାଉତ, ଭିମସେନ ପ୍ରଧାନୀ,ମନୁଧର ମାଝୀ, ହେମ ବାଗଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri