କଳାପଲ୍‌ସର ଆତଙ୍କ: ୫ଲକ୍ଷ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଫେରାର

ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ମଙ୍ଗଳବାର ଲୁଟ୍‌ ହୋଇଛି। କଳାପଲ୍‌ସରରେ ୨ ଦୁର୍ବୃତ୍ତ ଆସି ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇ ଜାତୀୟ ରାଜପଥ ୪୯ ନଂ.ରେ କେନ୍ଦୁଝର ଆଡ଼କୁ ଫେରାର ହୋଇଯାଇଛନ୍ତି।
ସୂଚନାନୁଯାୟୀ, ସ୍ଥାନୀୟ କୋଅପରେଟିଭ୍‌ ବ୍ୟାଙ୍କର ଆକାଉଣ୍ଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ର ନିଜ ବ୍ୟାଙ୍କ ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆରୁ ୫ଲକ୍ଷ ଟଙ୍କା ଉଠାଇ ଚାଲିକି ଯାଉଥିବା ବେଳେ ୨ ଦୁର୍ବୃତ୍ତ ଅନ୍ନପୂର୍ଣ୍ଣାଙ୍କ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତନାଘନା ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ,୩ା୧୨- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ସହରର ୱାର୍ଡ ନଂ. ୧୪ ତୁଳସୀଚଉରାର ବସ୍ତି ଅଞ୍ଚଳରେ ରବିବାର ରାତିରେ ଚଢ଼ଉ କରି ୨.୯...

ଜାଲ୍‌ ନୋଟ୍‌ କାରବାର: ୨ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୧ା୧୧(ଡି.ଏନ୍‌.ଏ.): ଉଦ୍ରକ ଜିଲାରେ ନକଲି ଜର୍ଦ୍ଦା, ନକଲି ମସଲା , ନକଲି ବିଶାକ୍ତ ମଦର ବ୍ୟାପକ କାରବାର ପୋଲିସର ନିଦ ହଜାଇ ଦେଇଥିବା ବେଳେ ନକଲି...

ନାବାଳିକା ଅସଦାଚରଣ ମାମଲା ଯୁବକଙ୍କୁ ୫ ବର୍ଷ ଜେଲ

ନୟାଗଡ଼ ଅଫିସ,୨୮।୫-ପ୍ରଥମ ଶ୍ରେଣୀର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତ ଯୁବକଙ୍କୁ ୫ ବର୍ଷ କାରାଦଣ୍ଡାଦେଶ...

ଉପାନ୍ତ ଅଞ୍ଚଳରେ କରୋନା ଯୋଦ୍ଧା: ୩ବର୍ଷର ପିଲାକୁ ଧରି ଗ୍ରାମରେ ଲୋକଙ୍କୁ କରୁଛନ୍ତି ସଚେତନ

ଜୟପୁର,୧୨ା୫ (ନି.ପ୍ର.)-କରୋନା ପାଇଁ ଏବେ ସାରା ଦେଶ ଲକ୍‌ଡାଉନରେ ରହିଛି। ତେବେ ଏନେଇ ରହିଥିବା ସଚେତନତା ବାର୍ତ୍ତା ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ ପାରୁନାହିଁ। ଏଭଳି ସ୍ଥିତିରେ...

ଦିଗପହଣ୍ଡି ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର ଅଫିସ୍‌,୧୫ା୮-ଗଞ୍ଜାମ ଜିଲା ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ବୁଧବାର ନିଲମ୍ବିତ ହୋଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ତାଙ୍କୁ ନିଲମ୍ବିତ...

ଖଣି ଅଞ୍ଚଳରେ ନିଶାଦ୍ରବ୍ୟ କାରବାର

କାଳିଆପାଣି,୯ା୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ବିଭିନ୍ନ ନିଶା ସାମଗ୍ରୀ କାରବାର ବୃଦ୍ଧି ପାଇବାରେ ଲାଗିଛି ା ଏଥିରେ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ...

ରାଣୀତାଲରେ ଦୁର୍ଘଟଣା, ଭିଡ଼ରେ ଫସିଲେ ମନ୍ତ୍ରୀ: ଗଳାପୋଲ ଦାବି ଜଣାଇଲେ ଆନ୍ଦୋଳନକାରୀ

ଭଦ୍ରକ ଅଫିସ, ୫।୧- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଶନିବାର ଏହି ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏପରି ସ୍ଥିତିରେ...

ଗଳିତ ପାଦକୁ ନେଇ ପୋଲିସର ତନଘନା; ନିଖୋଜ ଶିଶୁର ପାଦ ବୋଲି ଦାବି କଲେ ମହିଳା

ଯୋଡ଼ା, ୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍‌ ନିକଟସ୍ଥ ବସ୍ତି ପାଖରେ ପୋଲିସ ଜଣେ ୩ ବର୍ଷର ଶିଶୁର ଗଳିତ ପାଦ ରବିବାର...

Advertisement


Archives

Model This Week