କଳାହାଣ୍ଡିରେ ହେଲାନି ଓପିଏସ୍‌ସି ପରୀକ୍ଷା କେନ୍ଦ୍ର

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)୧୫ ତାରିଖ (ରବିବାର) ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଓପିଏସସି ପ୍ରିଲିମ୍ସ ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ଏହି ପରୀକ୍ଷାକୁ ନେଇ ରାଜ୍ୟର ସବୁ ଜିଲାର ପରୀକ୍ଷାର୍ଥୀ ଆଶା ବାନ୍ଧି ବସିଥିବାବେଳେ ୩୦୦ କିମି ଦୂର ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ କଳାହାଣ୍ଡି ଜିଲା ପରୀକ୍ଷାର୍ଥୀମାନେ ନିରାଶ ହୋଇପଡ଼ିଛନ୍ତି। ଏପରିକି ବହୁ ପରୀକ୍ଷାର୍ଥୀ ସମ୍ବଲପୁରକୁ ଯିବାକୁ ଅଗ୍ରୀମ ଟ୍ରେନ ଟିକେଟ କରିଥିବାବେଳେ ଶନିବାର ହଠାତ୍‌ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ ବାତିଲ ହୋଇଯିବାରୁ ଜିଲାର ବହୁ ପରୀକ୍ଷାର୍ଥୀ ସମ୍ବଲପୁର ଯିବାକୁ ନେଇ ହଇରାଣ ହୋଇଛନ୍ତି। ଏପରିକି ବିଭିନ୍ନ ସ୍ଥାନରେ କର୍ମଜୀବୀ ଆଶାୟୀଙ୍କ ସମେତ ମହିଳା ବିଶେଷ କରି ଗୃହିଣୀମାନେ ବେଶ ହଇରାଣ ହୋଇଛନ୍ତି। ସେହିପରି ସମ୍ବଲପୁରରେ ରହିବା ବ୍ୟବସ୍ଥା, ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାତାୟାତ ବ୍ୟବସ୍ଥା ଆଦିରେ ଘୋର ସମସ୍ୟା ଦେଖାଦେଇଥିବାବେଳେ କଳାହାଣ୍ଡି ଜିଲାର ବହୁ ପରୀକ୍ଷାର୍ଥୀ ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ ପରୀକ୍ଷା ଦେବାକୁ ବାଧ୍ୟ ହେବେ ବୋଲି ବହୁ ପରୀକ୍ଷାର୍ଥୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ଆୟୋଜିତ ଓପିଏସସି ପରୀକ୍ଷା କେନ୍ଦ୍ର କଳାହାଣ୍ଡିରେ କରିବାକୁ ବହୁଦିନ ହେଲା ଦାବି ହେଉଥିଲେ ହେଁ ଜିଲାବାସୀଙ୍କ ଏହି ଦାବିକୁ ଅଣଦେଖା କରି ଆସିଛନ୍ତି ଲୋକ ସେବା ଆୟୋଗ ଓ ରାଜ୍ୟ ସରକାର। ଜିଲାରେ ଦଶରୁ ଅଧିକ ଉପଯୁକ୍ତ ଭିତ୍ତିଭୂମି ଥିବା ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ରହିଥିଲେ ହେଁ ଏସବୁ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏପରିକି ଜିଲାରେ ବିଭିନ୍ନ କେନ୍ଦ୍ରୀୟ ପ୍ରବେଶିକା ଓ ଜାତୀୟସ୍ତରୀୟ ପରୀକ୍ଷା ସବୁ ସଫଳତାର ସହ ପରିଚାଳନା କରାଯାଉଥିବାବେଳେ ଓପିଏସସି ପରୀକ୍ଷା କେନ୍ଦ୍ର କରାଗଲେ ଅସୁବିଧା କେଉଁଠି ବୋଲି ଜିଲାର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ବର୍ଷକ ତଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଙ୍ଗଠନ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେଶନ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାର ଓ ଓଡ଼ିଶା ଲୋକ ସେବା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କଳାହାଣ୍ଡି ଜିଲାରେ ଓପିଏସସିର ପରୀକ୍ଷା କେନ୍ଦ୍ର କରାଯିବାକୁ ଦାବି କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ପରୀକ୍ଷା କେନ୍ଦ୍ର କରାଯିବା ନେଇ ସବୁଜ ସଙ୍କେତ ମିଳିଥିଲା। ଇତିମଧ୍ୟରେ ବର୍ଷଟିଏ ବିତିସାରିଥିଲେ ହେଁ ନିଜ ଘୋଷଣାକୁ ନା ସରକାର ନା ଲୋକସେବା ଆୟୋଗ କେହି ମଧ୍ୟ କାର୍ଯ୍ୟକାରୀ କଲେ ନାହିଁ। ଫଳରେ ଜିଲାର ଶତାଧିକ ପରୀକ୍ଷାର୍ଥୀଙ୍କୁ ହଇରାଣ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?