କଳାହାଣ୍ଡିରେ ହେଲାନି ଓପିଏସ୍‌ସି ପରୀକ୍ଷା କେନ୍ଦ୍ର

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)୧୫ ତାରିଖ (ରବିବାର) ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଓପିଏସସି ପ୍ରିଲିମ୍ସ ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ଏହି ପରୀକ୍ଷାକୁ ନେଇ ରାଜ୍ୟର ସବୁ ଜିଲାର ପରୀକ୍ଷାର୍ଥୀ ଆଶା ବାନ୍ଧି ବସିଥିବାବେଳେ ୩୦୦ କିମି ଦୂର ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ କଳାହାଣ୍ଡି ଜିଲା ପରୀକ୍ଷାର୍ଥୀମାନେ ନିରାଶ ହୋଇପଡ଼ିଛନ୍ତି। ଏପରିକି ବହୁ ପରୀକ୍ଷାର୍ଥୀ ସମ୍ବଲପୁରକୁ ଯିବାକୁ ଅଗ୍ରୀମ ଟ୍ରେନ ଟିକେଟ କରିଥିବାବେଳେ ଶନିବାର ହଠାତ୍‌ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ ବାତିଲ ହୋଇଯିବାରୁ ଜିଲାର ବହୁ ପରୀକ୍ଷାର୍ଥୀ ସମ୍ବଲପୁର ଯିବାକୁ ନେଇ ହଇରାଣ ହୋଇଛନ୍ତି। ଏପରିକି ବିଭିନ୍ନ ସ୍ଥାନରେ କର୍ମଜୀବୀ ଆଶାୟୀଙ୍କ ସମେତ ମହିଳା ବିଶେଷ କରି ଗୃହିଣୀମାନେ ବେଶ ହଇରାଣ ହୋଇଛନ୍ତି। ସେହିପରି ସମ୍ବଲପୁରରେ ରହିବା ବ୍ୟବସ୍ଥା, ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାତାୟାତ ବ୍ୟବସ୍ଥା ଆଦିରେ ଘୋର ସମସ୍ୟା ଦେଖାଦେଇଥିବାବେଳେ କଳାହାଣ୍ଡି ଜିଲାର ବହୁ ପରୀକ୍ଷାର୍ଥୀ ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ ପରୀକ୍ଷା ଦେବାକୁ ବାଧ୍ୟ ହେବେ ବୋଲି ବହୁ ପରୀକ୍ଷାର୍ଥୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ଆୟୋଜିତ ଓପିଏସସି ପରୀକ୍ଷା କେନ୍ଦ୍ର କଳାହାଣ୍ଡିରେ କରିବାକୁ ବହୁଦିନ ହେଲା ଦାବି ହେଉଥିଲେ ହେଁ ଜିଲାବାସୀଙ୍କ ଏହି ଦାବିକୁ ଅଣଦେଖା କରି ଆସିଛନ୍ତି ଲୋକ ସେବା ଆୟୋଗ ଓ ରାଜ୍ୟ ସରକାର। ଜିଲାରେ ଦଶରୁ ଅଧିକ ଉପଯୁକ୍ତ ଭିତ୍ତିଭୂମି ଥିବା ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ରହିଥିଲେ ହେଁ ଏସବୁ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏପରିକି ଜିଲାରେ ବିଭିନ୍ନ କେନ୍ଦ୍ରୀୟ ପ୍ରବେଶିକା ଓ ଜାତୀୟସ୍ତରୀୟ ପରୀକ୍ଷା ସବୁ ସଫଳତାର ସହ ପରିଚାଳନା କରାଯାଉଥିବାବେଳେ ଓପିଏସସି ପରୀକ୍ଷା କେନ୍ଦ୍ର କରାଗଲେ ଅସୁବିଧା କେଉଁଠି ବୋଲି ଜିଲାର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ବର୍ଷକ ତଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଙ୍ଗଠନ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେଶନ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାର ଓ ଓଡ଼ିଶା ଲୋକ ସେବା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କଳାହାଣ୍ଡି ଜିଲାରେ ଓପିଏସସିର ପରୀକ୍ଷା କେନ୍ଦ୍ର କରାଯିବାକୁ ଦାବି କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ପରୀକ୍ଷା କେନ୍ଦ୍ର କରାଯିବା ନେଇ ସବୁଜ ସଙ୍କେତ ମିଳିଥିଲା। ଇତିମଧ୍ୟରେ ବର୍ଷଟିଏ ବିତିସାରିଥିଲେ ହେଁ ନିଜ ଘୋଷଣାକୁ ନା ସରକାର ନା ଲୋକସେବା ଆୟୋଗ କେହି ମଧ୍ୟ କାର୍ଯ୍ୟକାରୀ କଲେ ନାହିଁ। ଫଳରେ ଜିଲାର ଶତାଧିକ ପରୀକ୍ଷାର୍ଥୀଙ୍କୁ ହଇରାଣ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri