କମାଲ ଦେଖାଇଲେ କଳାହାଣ୍ଡି କଳାକାର

ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)ରାଜ୍ୟ ବାହାରେ କଳାହାଣ୍ଡିର କଳାକାରମାନଙ୍କ କମାଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁରଠାରେ ସଂସ୍କାର ଭାରତୀ ପକ୍ଷରୁ ‘କ୍ରାନ୍ତିଗାଥା’ ଶୀର୍ଷକରେ ଅଖିଳ ଭାରତୀୟ ବହୁଭାଷୀ ନାଟ୍ୟ ମହୋତ୍ସବରେ କଳାହାଣ୍ଡିର ନାଟକ ‘ରିନ୍ଦୋ-୧୮୫୫’ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାରୁ ମନୋନୀତ ଏକମାତ୍ର ନାଟକ ଭାବେ ଏହା ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀରଜି ମୁନଙ୍ଗ ଟିୱାର, ସଂସ୍କାର ଭାରତୀ ଉପାଧ୍ୟକ୍ଷ ତଥା ସିନେ ତାରକା ନୀତିଶ ଭରଦ୍ୱାଜ, ସଙ୍ଗୀତ ନାଟକ ଏକାଡେମୀ ସଚିବ ସା ପୁରେଚା ପ୍ରମୁଖ ଉଦ୍‌ଘାଟନ କରିବା ସହ ନାଟକଟିକୁ ଉପଭୋଗ କରିଥିଲେ। କବିବର ସୁରେଶ ଭଟ୍ଟ ସଭାଗୃହରେ ଆୟୋଜିତ ଏହି ନାଟକ ଉତ୍କଳ ପଶ୍ଚିମ ପ୍ରାନ୍ତ ଓଡ଼ିଶା ପକ୍ଷରୁ ପ୍ରଯୋଜିତ ହୋଇଥିବାବେଳେ ପରମେଶ୍ୱର ମୁଣ୍ଡ ରଚନାରେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ। ବିଭିନ୍ନ ଭୂମିକାରେ ମାନସ ପଣ୍ଡା, ରାମେଶ୍ୱର ତ୍ରିପାଠୀ, ତ୍ରିମୋହନ ସାହୁ, ଶୁଭମ ବେହେରା, ଅମରେନ୍ଦ୍ର ମହାନ୍ତି, ଡିଲେଶ୍ୱର ରଣା, ଧନଞ୍ଜୟ ସାହୁ, ଆଲୋକ କୁମାର ସାହୁ, ଅନୀଲ ବୈଠାରୁ, କେ. ଗୋପୀଧର ନାୟର, ସନମତ ପ୍ରଧାନ, ଅବିନାଶ ଅଗସ୍ତି, ମାନସିପ୍ରଭା ନାୟକ, ଶାଲିନୀ ପ୍ରଧାନ ଅଭିନୟ କରିଥିଲେ। କଳାହାଣ୍ଡି କଳାକାରମାନଙ୍କ ଚମତ୍କାର ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କଳାହାଣ୍ଡିର କଳାକାର ପୁଣି ନିଜର ଚମକ ଦେଖାଇଥିଲେ। ସଙ୍ଗୀତ ପରିଚାଳନା କରିଥିଲେ ଚକ୍ରଧର ମହାରଣା, ପ୍ରେମଲାଲ ନାଏକ ଓ ଲିପ୍ସା ମହାରଣା। ରୂପ ଓ ମଞ୍ଚସଜ୍ଜା ଦାୟିତ୍ୱରେ ଥିଲେ ଗୁରୁ ପ୍ରଭାସଚନ୍ଦ୍ର ମିଶ୍ର। ଏଥିରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ନାଟକଗୁଡିକ ମଞ୍ଚସ୍ଥ ହୋଇଥିଲା। କଳାହାଣ୍ଡି କଳାକାରଙ୍କ ମଞ୍ଚସ୍ଥ ନାକଟ ସମସ୍ତଙ୍କଠାରୁ ସ୍ବତନ୍ତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri