Posted inଜାତୀୟ

ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ସିଏଏ: ବିଜୟଭର୍ଗିୟ

ନୂଆଦିଲ୍ଲୀ,୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାଶ ବିଜୟଭର୍ଗିୟ ନାଗରିକ ସଂଶୋଧନ ଆଇନ(ସିଏଏ)ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ବୋଲି କହିଛନ୍ତି । ଭାଜପାର ରାଷ୍ଟ୍ରୀୟ ମହାସଚିବ ଅଭିଯୋଗ କରିଛନ୍ତି ତ୍ରୁଣମୂଳ କଂଗ୍ରେସ ସରକାର ଶରଣାର୍ଥୀଙ୍କ ପ୍ରତି ସହାନୁଭୁତି ଦେଖାଉ ନାହିଁ । ତେଣୁ ଭାଜପା ସରକାର ଆସନ୍ତା ବର୍ଷ ସିଏଏ ଲାଗୁ କରିବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି । ବିଜୟଭର୍ଗିୟ ଆହୁରି ମଧ୍ୟ କହିଛନ୍ତି ଉତ୍ପିଡନ ପାଇଁ ପଳାଇ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ସିଏଏ ଲାଗୁ କରାଯାଇଛି । ତେବେ ବିଜୟଭର୍ଗିୟଙ୍କ ଟିପ୍ପଣିର ଉତ୍ତର ଦେବାକୁ ଯାଇ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଫରହାଦ ହାକିମ କହିଛନ୍ତି ଭାଜପା ପଶ୍ଚିମବଙ୍ଗ ଜନତାଙ୍କୁ ମୁର୍ଖ କରିବାକୁ ଚେଷ୍ଟା କରୁଛି । ସିଏଏରେ ପାକିସ୍ତାନ, ବାଂଲାଦେଶ, ଓ ଆଫଗାନୀସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୀ, ଶିଖ, ବୌଦ୍ଧ, ଇସାଇ, ଜୈନ ଓ ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାର ବ୍ୟବସ୍ଥା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ବର୍ଷ ପରେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ

ଲକ୍ଷ୍ନୌ, ୨।୭: ୨୯ବର୍ଷ ପରେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ। ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ କଲ୍ୟାଣ କେବଳ ଯେ ୨୦ବର୍ଷ...

ଆବାସିକ ବିଦ୍ୟାଳୟରେ ୪୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର ମୁଥାଙ୍ଗି ଗାଁରେ ଥିବା ମହାତ୍ମା ଜ୍ୟୋତିବା ଫୁଲେ ଗୁରୁକୁଳ ଏକ ଆବାସିକ ବିଦ୍ୟାଳୟରେ ୪୫ ଜଣ ଛାତ୍ରୀଛାତ୍ର ଓ ଜଣେ...

ଶଶୀ ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୧୧।୮: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଲେଖା ଏବଂ ବକ୍ତୃତା ପାଇଁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଚେଭାଲିଅର ଡି ଲା ଲେଗିଅନ୍‌’ରେ ସମ୍ମାନିତ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ...

୧୦୫ ଘଣ୍ଟାରେ ୭୫ କି.ମି. ରାଜପଥ

ନୂଆଦିଲ୍ଲୀ, ୯ା୬: ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ପର୍ଯ୍ୟନ୍ତ ୭୫ କିଲୋମିଟର ରାସ୍ତା ଖୁବ୍‌ କମ୍‌ ସମୟରେ ଶେଷ ହୋଇଥିବା ଦୀର୍ଘତମ ରାଜପଥ ଭାବେ ବିଶ୍ୱ ରେକର୍ଡ...

ତିନି ଦିନିଆ ଭାରତ ଗସ୍ତରେ ଗୁଜରାଟ ଆସିବେ ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ,୧୮ ।୪: କରୋନା ଭାଇରସରେ ଦେଶରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଗଣନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ପ୍ରକ୍ରିୟା ଉପରେ ଭାରତ ଆପତ୍ତି କରିଛି ।...

ନାଗାଲାଣ୍ଡରେ ଆଫ୍‌ସ୍ପା ସମୟସୀମା ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ (ଆଫ୍‌ସ୍ପା) କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଦିଆଯାଇଛି। ସୋମବାର କେନ୍ଦ୍ର ସରକାର ଏହି ଘୋଷଣା...

ପତ୍ନୀଙ୍କ ଡରରେ ଆସନ ବଦଳାଇଲେ ତେଜ ପ୍ରତାପ!

ପାଟନା,୮।୯: ପାଖେଇ ଆସୁଛି ବିହାର ବିଧାନଭସା ନିର୍ବାଚନ। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ...

Advertisement
Archives

Model This Week