ଚାଇନା ଭଳି ଅନ୍ଧାରରେ ବୁଡି ଯାଇପାରେ କାବୁଲ

କାବୁଲ,୫ ।୧୦: ତାଲିବାନ ଆଫଗାନିସ୍ତାନକୁ ନିଜ କବଳକୁ ନେଇ ଯାଇଛି ସତ । ହେଲେ ଏବେ ବେଳକୁ ବେଳ ତାଲିବାନ ଆଗରେ ନୂଆ ନୂଆ ସମସ୍ୟା ଠିଆ ହେଉଛି । ତାଲିବାନ ଆଫଗାନିସ୍ତାନରେ ବିଜୁଳି ଯୋଗାଇ ଦେଉଥିବା କମ୍ପାନୀ ଗୁଡିକର ବାକିଥିବା ବିଲ୍ ଦେବାକୁ ଏବେ ଅକ୍ଷମ ହୋଇଛି । ଏଥିପାଇଁ ଏବେ କାବୁଲ ସମେତ ସମଗ୍ର ଆଫଗାନିସ୍ତାନରେ ବିଜୁଳି ସଙ୍କଟ ଦେଖାଯାଇଛି । ଫଳରେ କିଛି ବଡ ବଡ ସହର ଅନ୍ଧାରରେ ବୁଡିଯିବାର ସମ୍ଭାବନା ରହିଛି । ବାଲ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ବିଦ୍ୟୁତ ପ୍ରାଧିକରଣ ଦ ଆଫଗାନିସ୍ତାନ ବ୍ରେଶନା ଶେରକାତର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦାଉଦ ନୁରଜାଇ କହିଛନ୍ତି ଆଫଗାନିସ୍ତାନ ବିଶେଷ ଭାବେ ବିଜୁଳି ପାଇଁ ଉଜବେକିସ୍ତାନ, ଜାଜିକିସ୍ତାନ ଭଳି ପଡୋଶୀ ଦେଶ ଉପରେ ନିର୍ଭର କରିଥାଏ । ଅଧା ବିଜୁଳି ତୁର୍କମେନିସ୍ତାନରୁ ଆସିଥିବା ସେ ପ୍ରକାଶ କରିଛନ୍ତି । ତେଣୁ ଏବେଠାରୁ ଯଦି ଆଫଗାନିସ୍ତାନରେ ଏଭଳି ବିଜୁଳି ସଙ୍କଟ ଦେଖାଦିଏ ତେବେ ଏହା ଭବିଷ୍ୟତରେ ଚାଇନା ଭଳି ଅନ୍ଧାରରେ ବୁଡିଯିବ ବୋଲି ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପକାଇବାକୁ ଯାଉଥିବାବେଳେ ବାଇକ ଆଗକୁ ଚାଲିଆସିଲା ଷଣ୍ଢ, ଆଉ ତା’ପରେ …

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଅଗଝୋଳ ପେଟ୍ରୋଲ ପମ୍ପ ନିକଟରେ ସୋମବାର ସାରେ ହଠାତ୍‌ ବାଇକ ଆଗକୁ ଏକ ଷଣ୍ଢ ଚାଲିଆସିଲା…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ…

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ମୋହନା, ୨୩/୬/୨୬ (ମନ୍ମଥ ମିଶ୍ର): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri