ସରକାରୀ ସୁବିଧାରୁ ବଞ୍ଚିତ ମୁକବଧିର ନାବାଳକ

ପଲମ, ୨୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନ ସେରଗଡ଼ ପଞ୍ଚାୟତ ଉଫେର ଗ୍ରାମର ନାବାଳକ ଦିନମଣି ଜାନୀ । ବୟସ ୧୧ ବର୍ଷ । ସେ ଜଣେ ଭିନ୍ନକ୍ଷମ । ଜନ୍ମରୁ ମୁକବଧିର । ଭିନ୍ନକ୍ଷମ ହୋଇବି ଆଜି ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ତାଙ୍କର ବାପା ଦ୍ରୋଣ ଜାନୀ ଜଣେ ଗରିବ ଲୋକ । ଭଙ୍ଗା ଘରେ ବାପା, ମା’ଙ୍କ ସହିତ ଦିନମଣି ଦୟନୀୟ ଜୀବନ ବିତାଉଛନ୍ତି । ବର୍ଷେ ପୂର୍ବରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଭିନ୍ନକ୍ଷମ ପ୍ରମାଣପତ୍ର ଆଣିବା ଲାଗି ଦିନମଣିକୁ ନେଇ ତାଙ୍କର ବାପା ଦ୍ରୋଣ ଜାନୀ ଯାଇଥିଲେ । ହେଲେ ସେଠାରେ ଡାକ୍ତର ପ୍ରମାଣପତ୍ର ଦେବାକୁ ମନା କରିଦେଇଥିଲେ । ଫଳରେ ବାପପୁଅ ନିରାଶ ହୋଇ ଫେରିଆସିଥିଲେ। ନର୍ଲା ବ୍ଲକ ପ୍ରଶାସନ ନିକଟକୁ ମଧ୍ୟ ଯାଇଥିଲେ । ସେମାନେ କହିଲେ ଭିନ୍ନକ୍ଷମ ପ୍ରମାଣପତ୍ର ନ ଥିଲେ କୌଣସି ସରକାରୀ ସହାୟତା ମିଳିବ ନାହିଁ। ପ୍ରମାଣପତ୍ର ନ ଥିବାରୁ ବିଚରା ନାବାଳକ ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଭିନ୍ନକ୍ଷମ ଭତ୍ତା ନାହିଁ କି ଅନ୍ୟାନ୍ୟ କିଛି ସୁବିଧା ପାଉନାହାନ୍ତି । ତାଙ୍କ ବାପା ଗରିବ ହୋଇଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ତେଣୁ ତାଙ୍କ ଭିନ୍ନକ୍ଷମ ପୁଅ ପ୍ରତି ପ୍ରଶାସନ ସହାୟତାର ହାତ ବଢାଇକୁ ତାଙ୍କ ପିତା ଓ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନଭାଇ

କେସିଙ୍ଗା,୧୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁରେ ରବିବାର ଅଭାବନୀୟ କାଣ୍ଡ ଘଟିଛି। ପ୍ରକାଶ ଯେ, ରବିବାର...

ଆଦିବାସୀ ମନ୍ତ୍ରୀଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ; ଉଦ୍‌ଘାଟନୀ ସମାରୋହରେ ଯୋଗଦେଲେ

ଲାଞ୍ଜିଗଡ଼, ୨୬।୮ (ଡି.ଏନ.ଏ.) ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ...

ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

କେସିଙ୍ଗା,୮।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବା ବେଳେ ଏହାର ଆଂଶିକ ପ୍ରଭାବ ପଡ଼ିଛି।...

ଫିଦିନିଅଁ। ରାସ୍‌ତା ଅଭାବ: ଖେତ୍‌ ଆଡ଼ିରେ ଯାଆସ କରୁଛନ୍‌ ଛାତ୍ରୀଛାତ୍ର

କୋକସରା,୧୩ା୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଲପାଲି ପଁଚେତ୍‌ ଅଧୀନ ପାଣିଗଁା ଶବରପଡ଼ାକେ ଆଏଜ୍‌ ବି ଫିଦିନିଅଁା ରାସ୍‌ତା ନଁାଇଁନ। ଇ ଗଁାରେ ୩୦...

କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

କୋକସରା,୨୯।୯(ଡି.ଏନ୍‌.ଏ.): କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ନେଗିଗୁଡ଼ା ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ଭଣାଡୋଙ୍ଗରି ଅଞ୍ଚଳରୁ ଗୁରବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ଉପରୁ...

ବାପାଙ୍କୁ ହତ୍ୟା କରି ଘରେ ପୋତି ଥିଲା ପୁଅ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ କାଡମ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପାଙ୍କୁ ହତ୍ୟା କରି ଏକ ଭଙ୍ଗା...

ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ...

କଳାହାଣ୍ଡିରେ ପ୍ରବଳ ଶୀତ: ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୧୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୪ ଦିନ ଧରି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ଅଦିନିଆ ବର୍ଷା ପରେ ପରେ...

Advertisement
Archives

Model This Week