ବୀରମିତ୍ରପୁରରେ ପୁଣି ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା,୧।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ପୋଲିସ ଅଭିଯୁକ୍ତ ବୀରମିତ୍ରପୁର ପୌରାଞ୍ଚଳର ରାଜୀବ ସିଂ(୨୧)କୁ ବୁଧବାର ଗିରଫ କରିଛି । ଘଟଣାଟି ଜୁନ ୨୮ ତାରିଖ ରବିବାର ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ରାଜୀବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଥାନାରେ କେସ ନଂ.(୮୦/୨୦)ରେ ମାମଲା ରୁଜ କରି ପୋଲିସ ରାଜୀବଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା। ବୁଧବାର ରାଜୀବଙ୍କୁ ପୋଲିସ ତାଙ୍କ ଘର ନିକଟରୁ ଗିରଫ କରିଛି ।
ସୂଚନାଯୋଗ୍ୟ, ୨୮ ତାରିଖ ରବିବାର ଡି.ଦାସ ଦଫେଇରେ ନିଜ ପରିବାର ସହ ରହୁଥିବା ଉକ୍ତ ନାବାଳିକା(୧୬) ଘରେ ଏକା ଶୋଇଥିଲେ। ହେଲେ କୌଣସି ପ୍ରକାର ଘରର ପଛ କବାଟ ଖୋଲି ରାଜୀବ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ସେ ଚିତ୍କାର କରିବାରୁ ପରିବାର ଲୋକେ ଉଠି ତାଙ୍କ ନିକଟକୁ ଯିବା ପୂର୍ବରୁ ଅଭିଯୁକ୍ତ ରାଜୀବ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ସଂଘର୍ଷ ଜାରି ରଖିଛି ଗଞ୍ଜାମ ପୋଲିସ

ଗଞ୍ଜାମ,୨୬ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।...

କେନ୍ଦ୍ରାପଡ଼ାରେ ଆଉ ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ/ମହାକାଳପଡ଼ା ୧୯।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମଙ୍ଗଳବାର...

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା...

କରୋନା ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ଅନୁଗୋଳ ଅଫିସ, ୧୨।୫: ଅନୁଗୋଳ ଜିଲାରୁ ୧୫ ଜଣ କରୋନା ସଂକ୍ରମିତ ବାହାରିବା ପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩ ଜଣିଆ...

ଟ୍ୟାଙ୍କର-ଟ୍ରକ ଧକ୍କା: ଜଳିଗଲା ଟ୍ୟାଙ୍କର

ରାୟଗଡ଼ା ଅଫିସ,୯।୧: ରାୟଗଡ଼ାର ମଝିଘରିଆଣୀ ମନ୍ଦିର ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବାରୁ ରାସ୍ତା...

ଐତିହାସିକ ଗାନ୍ଧୀ କର୍ମମନ୍ଦିର ଶ୍ରୀହୀନ

ବନ୍ତ,୩୦।୧୨(ସ୍ବ.ପ୍ର.)- ଦେଶକୁ ସ୍ବାଧୀନ କରିବା ପାଇଁ ସେତେବେଳେ ବହୁ ସ୍ଥାନରେ ସଂଗ୍ରାମୀମାନେ ମେଳି ବାନ୍ଧି ବ୍ରିଟିଶ ଶାସନ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ପରେ ସେହି...

ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର: ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକ ଅଫିସ, ୧୯।୪ – କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଗୁରୁବାର ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା...

ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ...

Play 250+ Trending Games
Archives

Model This Week

Why Dharitri