ରାଜଦ୍ରୋହ ଆଇନ ଉଚ୍ଛେଦର ଯଥାର୍ଥତା

ସର୍ବେଶ୍ୱର ବେହେରା

ଗତବର୍ଷ ଦେଶରେ ପାଞ୍ଚଟି ରାଜ୍ୟର ନିର୍ବାଚନ ପୂର୍ବରୁ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭର୍ତ୍ସନା କରିଥିଲେ। ଦୁଆ ପାଞ୍ଚ ମିନିଟ୍‌ ପଇଁଚାଳିଶ ସେକେଣ୍ଡର ଏକ ୟୁଟ୍ୟୁବ ଭିଡିଓ ଜାରିକରି ପ୍ରଚାର କରିଥିଲେ ଯେ, ଦେଶର ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦେଶର ଚିକିତ୍ସାଳୟଗୁଡ଼ିକରେ ଠିକ୍‌ କରୋନା ପରୀକ୍ଷା କରାଯାଉ ନାହଁି, ଚିକିତ୍ସକଙ୍କ ନିକଟରେ ଯଥେଷ୍ଟ ପରିମାଣରେ ପିପିଇ କିଟ୍‌ ନାହିଁି, ଚିକିତ୍ସାଳୟଗୁଡ଼ିକରେ ଭେଣ୍ଟିଲେଟରର ସୁବିଧା ନାହଁି , କରୋନାରେ ସଂକ୍ରମିତ ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି, ଫଳରେ ବହୁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦି ଶବର କୁଢ଼ା ଉପରେ ଦଣ୍ଡାୟମାନ ହୋଇ ଭୋଟ ଭିକ୍ଷା କରିବା ଲଜ୍ଜାଜନକ କଥା। ପ୍ରଧାନମନ୍ତ୍ରୀ ମୃତ୍ୟୁର ଆତଙ୍କ ସୃଷ୍ଟି କରୁଛନ୍ତି।
ଏହି ପ୍ରକାରର ଦୃଶ୍ୟଶ୍ରାବ୍ୟ ଜାରିକରିବା ଆଦୌ ଶୋଭନୀୟ ନୁହେଁ ବୋଲି କହି ସଚେତନ ନାଗରିକ ମତପୋଷଣ କରିଥିଲେ। ଏହାଦ୍ୱାରା ସରକାରଙ୍କ ବିରୋଧରେ ଜନସାଧାରଣ ହିଂସା ଆଚରଣ କରିବା ପାଇଁ ପ୍ରୋତ୍ସାହିତ ହେବେ। ଏଣୁ ବିନୋଦ ଦୁଆଙ୍କ ବିରୋଧରେ ହିମାଚଳ ପ୍ରଦେଶର ସିମ୍‌ଲାଠାରେ ଥିବା କୁମାରସେଁ ଥାନାରେ ଅଜୟ ଶ୍ୟାମ ନାମକ ଜନୈକ ବ୍ୟକ୍ତି ଏତଲା ଦାଏର କରିଥିଲେ। ଅଜୟ ଏତଲାରେ ଉଲ୍ଲେଖ କରିଥିଲେ ଯେ ବିନୋଦ ଦୁଆଙ୍କ ଆରୋପ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ। ପ୍ରଧାନମନ୍ତ୍ରୀଙ୍କ ପ୍ରତି କେବଳ ଅସୂୟା ପ୍ରଣୋଦିତ ହୋଇ ଏପରି ଏକ କୁତ୍ସିତ ଦୃଶ୍ୟଶ୍ରାବ୍ୟ ପ୍ରଚଳନ କରାଯାଇଛି। ଏହା ଏକ ରାଜଦ୍ରୋହ ମାମଲା। ଏଣୁ ଦୁଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସଂପୃକ୍ତ ଥାନାର ତଦନ୍ତକାରୀ ପୋଲିସ ଅଧିକାରୀ ଦୁଆଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୪ (କ), ୨୬୮, ୫୦୧ ଓ ୫୦୫ରେ ମକଦ୍ଦମା ରୁଜୁ କରି ତାଙ୍କୁ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ ଜାରି କରିଥିଲେ।
ଏହି ନୋଟିସ ବିରୋଧରେ ବିନୋଦ ଦୁଆ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କେନ୍ଦ୍ର ସରକାରଙ୍କୁ ପକ୍ଷ କରି ସେ ଦରଖାସ୍ତରେ ଉଲ୍ଲେଖ କରିଥିଲେ ଯେ, ସେ କୌଣସି ରାଜଦ୍ରୋହ କରିନାହାନ୍ତି। ଦେଶର ନାଗରିକ ତଥା ସାମ୍ବାଦିକମାନଙ୍କର ସ୍ବାଧୀନ ମତପୋଷଣ କରିବାର ଅଧିକାର ଅଛି। ଏଣୁ ତାଙ୍କ ବିରୋଧରେ ଯେଉଁ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି ତାହାକୁ ରଦ୍ଦ କରାଯାଉ। ବିନୋଦ ଦୁଆଙ୍କ ସହିତ ଅନ୍ୟ କେତେ ଜଣ ସାମାଜିକ କର୍ମୀ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଜନହିତ ଦରଖାସ୍ତ ଦାଏର କରି ୧୨୪(କ) ଧାରାର ସାମ୍ବିଧାନିକ ଔଚିତ୍ୟକୁ ସମାପ୍ତ କରିବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମତରେ ଏହି ଧାରା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧) (କ)ରେ ପ୍ରଦତ୍ତ ଅଭିବ୍ୟକ୍ତିର ସ୍ବାଧୀନତାକୁ ଉଲ୍ଲଂଘନ କରୁଛି। ଏକ ସଭ୍ୟ ସମାଜରେ ଅଭିବ୍ୟକ୍ତିର ସ୍ବାଧୀନତାକୁ କଣ୍ଠରୋଧ କରା ନ ଯାଉ।
ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନୋଟିସ ଜାରି କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ଓକିଲ ଆଟର୍ନି ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହି ୧୨୪(କ) ଧାରା ପରାଧୀନତା କାଳରେ ଇଂରେଜମାନେ ମହାତ୍ମା ଗାନ୍ଧୀ, ଗୋଖଲେ, ତିଲକ ଆଦିଙ୍କ ବିରୋଧରେ ରୁଜୁକରି ସ୍ବାଧୀନତା ସଂଗ୍ରାମୀମାନଙ୍କ ଆନ୍ଦୋଳନକୁ ରାଜଦ୍ରୋହ ବିବେଚନା କରିଥିଲେ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସ୍ବାଧୀନତାର ୭୫ ବର୍ଷ ପରେ ଏହି ଧାରା ବଳବତ୍ତର ରହିବା କେତେଦୂର ଯଥାର୍ଥ?
ଆଟର୍ନି ଜେନେରାଲ କେ.କେ.ବେଣୁଗୋପାଳ ଏହି ଧାରାର ଔଚିତ୍ୟକୁ ପ୍ରତିପାଦନ କରି କହିଥିଲେ ଯେ, କେତେଜଣ ଦେଶ ବିଘଟନକାରୀ ବ୍ୟକ୍ତି ଅଭିବ୍ୟକ୍ତି ସ୍ବାଧୀନତା ନାମରେ ସରକାରଙ୍କୁ କୁତ୍ସାରଟନା କରିବା ସହିତ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏଣୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ଧାରାର ଅପପ୍ରୟୋଗ ଉପରେ ଅଙ୍କୁଶ ଲଗାଇବା ପାଇଁ ମାର୍ଗଦର୍ଶିକା ଜାରି କରିପାରିବେ।
ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷରୁ ଶୁଣାଣି କରି ୧୯୬୨ ମସିହା ଜାନୁୟାରୀ ୨୦ ତାରିଖରେ ପ୍ରକାଶ ପାଇଥିବା ସର୍ବୋଚ୍ଚ ନ୍ୟାୟାଳୟ ପାଞ୍ଚ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ କେଦାରନାଥ ସିଂହ ବନାମ ବିହାର ସରକାରର ରାୟକୁ ଉଦ୍ଧୃତ କରିଥିଲେ। ଏହି ରାୟରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ଯେଉଁମାନେ ସମାଜରେ ହିଂସାକୁ ଉସୁକାଇବେ ତଥା ସାର୍ବଜନୀନ ଶାନ୍ତି ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଏହି ପିଙ୍ଗଳ କୋଡ୍‌ ଧାରା ୧୨୪(କ) ରାଜଦ୍ରୋହ ମାମଲା ରୁଜୁ ହୋଇପାରିବ। କିନ୍ତୁ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବା ବ୍ୟକ୍ତି ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇପାରିବ ନାହଁି । ଏହା ବ୍ୟକ୍ତିର ଅଭିବ୍ୟକ୍ତିର ସ୍ବାଧୀନତାକୁ ବିରୁଦ୍ଧାଚରଣ କରୁଛି। ସର୍ବୋଚ୍ଚ ନ୍ୟାୟାଳୟ ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ରାଜଦ୍ରୋହ ମାମଲାକୁ ଖାରଜ କରିଦେଇଥିଲେ। ଶେଷରେ ବିନୋଦ ଦୁଆଙ୍କ ଦରଖାସ୍ତ ଉପରେ ଶୁଣାଣି କରି ଅଦାଲତ ଦରଖାସ୍ତକୁ ମଞ୍ଜୁର କରିଥିଲେ।
ସର୍ବୋଚ୍ଚ ନ୍ୟାୟାଳୟ ଏହିପରି ରାଜଦ୍ରୋହ ଆଇନକୁ ରଦ୍ଦ କରିଦେଇଛନ୍ତି। ପ୍ରକାଶଥାଉ କି ଏହି ରାଜଦ୍ରୋହ ମାମଲା ପରିଚାଳନା ସମୟରେ ଆଟର୍ନି ଜେନେରାଲ ଯେଉଁ ମହତ୍ତ୍ୱପୂର୍ଣ୍ଣ ଜବାବ ସୁଆଲ କରିଥିଲେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେତେଜଣ ଦେଶ ବିଘଟନକାରୀ ବ୍ୟକ୍ତି ବା ସଂଗଠନର ମୁଖିଆମାନେ ସରକାରଙ୍କୁ କୁତ୍ସାରଟନା କରିବା ସହିତ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ସେମାନଙ୍କ ବିରୋଧରେ କେଉଁ ମାମଲା ରୁଜୁ ହେବ?
ଦେଶର କେତେକ ସ୍ଥାନରେ ବିଘଟନକାରୀ ଶକ୍ତିମାନେ ପଡ଼ୋଶୀ ଶତ୍ରୁ ଦେଶକୁ ମୁକ୍ତ କଣ୍ଠରେ ପ୍ରଶଂସା କରୁଛନ୍ତି, ସେହି ଦେଶ ସପକ୍ଷରେ ସ୍ଲୋଗାନ ଦେଉଛନ୍ତି ଓ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପଡ଼ୋଶୀ ଦେଶର ବିଜୟରେ ଏଠାରେ ବାଣ ଫୁଟାଯାଇ ଉତ୍ସବ ଆୟୋଜନ ହେଉଛି। ତାହା କ’ଣ ରାଜଦ୍ରୋହ ନୁହେଁ?
ବିନୋଦ ଦୁଆଙ୍କ ସହିତ ଯେଉଁ କେତେଜଣ ସାମାଜିକ କର୍ମୀ ଓ ସାମାଜିକ ସଙ୍ଗଠନ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ, ସେମାନଙ୍କ ଭୂମିକା ସନ୍ଦେହସ୍ପଦ। ଗତ ୭୫ ବର୍ଷ ଧରି ଏହି ସଙ୍ଗଠନଗୁଡ଼ିକର ମଙ୍ଗୁଆଳମାନେ କେଉଁଠାରେ ଥିଲେ। ୧୯୭୫ ମସିହା ଜରୁରିକାଳୀନ ପରିସ୍ଥିତିରେ ସରକାରଙ୍କୁ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କୁ ରାଜଦ୍ରୋହ ମାମଲାରେ ଗିରଫ କରାଯାଇ ଜେଲଦଣ୍ଡ ଦିଆଯାଇଥିଲା। ସମସ୍ତ ବିରୋଧୀ ଦଳର ନେତା ଓ ସାମାଜିକ ସଂଗଠନର ନେତାଙ୍କୁ ଗିରଫ କରାଯାଇଥିଲା। ଖବରକାଗଜ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଥିଲା। ଏହିପରି ଗତ ୭୫ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ସରକାରଙ୍କୁ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇ ଜେଲଦଣ୍ଡ ଦିଆଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପରି ବୃହତ୍‌ ସାମାଜିକ ସଂଗଠନ ଉପରେ ତିନିଥର କଟକଣା ଜାରି କରାଯାଇ ସେମାନଙ୍କର କାର୍ଯ୍ୟକର୍ତ୍ତାମାନଙ୍କୁ ଜେଲଦଣ୍ଡ ଦିଆଯାଇଛି। ସେହି ସମୟରେ ଏହି ସାମାଜିକ କର୍ମୀମାନେ କେଉଁଠାରେ ଥିଲେ। ସେତେବେଳେ କ’ଣ ଅଭିବ୍ୟକ୍ତିର ସ୍ବାଧୀନତାର କଣ୍ଠରୋଧ କରାଯାଇ ନ ଥିଲା ?
ଗତ ୭୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏହି ଧାରା ବଳରେ ଅନେକ ମକଦ୍ଦମା ରୁଜୁ କରିଛନ୍ତି। କେବଳ ଗତ ଦଶନ୍ଧି ମଧ୍ୟରେ ଦେଶରେ ସର୍ବମୋଟ ୮୩୮ଟି ରାଜଦ୍ରୋହ ମାମଲା ରୁଜୁ ହୋଇଛି। ୨୦୧୦ରୁ ୨୦୧୪ ମଧ୍ୟରେ ଉପା ସରକାର ଅମଳରେ ୨୭୯ଟି ମକଦ୍ଦମା ଓ ୨୦୧୪ରୁ ୨୦୨୦ ମଧ୍ୟରେ ୫୫୯ଟି ରାଜଦ୍ରୋହ ମକଦ୍ଦମା ରୁଜୁ ହୋଇଛି। ଏଥିରୁ ଏପର୍ଯ୍ୟନ୍ତ କେବଳ ୧୦ଟି ମକଦ୍ଦମାରେ ଅଭିଯୁକ୍ତ ଦଣ୍ଡନୀୟ ହୋଇଛନ୍ତି।
ଆଡ୍‌ଭୋକେଟ, ଖଟବିନ୍‌ ସାହି, କଟକ
ମୋ:୯୪୩୭୦୧୬୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri