Posted inଜାତୀୟ

ପୂର୍ବାହ୍ନ ୯.୩୦ରେ ଶୁଣାଣି କଲେ ଜଷ୍ଟିସ୍‌ ଲଳିତ

ନୂଆଦିଲ୍ଲୀ,୧୬ା୭: ସୁପ୍ରିମକୋର୍ଟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ମାମଲାଗୁଡ଼ିକର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟରେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବାକୁ ଯାଉଥିବା ଜଷ୍ଟିସ୍‌ ୟୁ.ୟୁ. ଲଳିତ ପୂର୍ବାହ୍ନ ୯ଟା ୩୦ରେ ଏକ ମାମଲାର ଶୁଣାଣି କରି ବିରଳ ଦୃଷ୍ଠାନ୍ତ ସୃଷ୍ଟି କରିଛନ୍ତି। ଜଷ୍ଟିସ୍‌ ଲଳିତଙ୍କ ଅଧ୍ୟକ୍ଷତା ତଥା ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଢୁଲିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କୋର୍ଟ ନମ୍ବର ୨ରେ ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ଶୁଣାଣି କରିଥିବାବେଳେ ପୂର୍ବତନ ଆଟର୍ନି ଜେନେରାଲ ମୁକୁଲ ରହତୋଗି ଖୁସି ବ୍ୟକ୍ତ କରିଥିଲେ। ଏନେଇ ଜଷ୍ଟିସ୍‌ ଲଳିତ କହିଥିଲେ, ଯଦି ସ୍କୁଲ ପିଲାମାନେ ସକାଳ ୭ଟାରେ ପାଠ ପଢ଼ିବାକୁ ଯାଇପାରୁଛନ୍ତି ତେବେ ବିଚାରପତି ଓ ଆଇନଜୀବୀମାନେ ସେମାନଙ୍କ କାମ ୯ଟାରେ କାହିଁକି ଆରମ୍ଭ କରିପାରିବେ ନାହିଁ। ସୁପ୍ରିମକୋର୍ଟ ୯ଟାରେ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବା ପରେ ବିରତି ନେଇ ଅପରାହ୍ନରେ ପୁଣି ଚାଲିପାରିବ। ଏପରି କଲେ ଆଇନଜୀବୀମାନେ ସନ୍ଧ୍ୟାରେ ଅଧିକ କାମ କରିପାରିବେ ବୋଲି ଜଷ୍ଟିସ୍‌ ଲଳିତ ପ୍ରସ୍ତାବ ଦେଇଛନ୍ତି। ପ୍ରକାଶ ଯେ, ବର୍ତ୍ତମାନର ସିଜେଆଇ ଏନ୍‌.ଭି. ରମନା ଆସନ୍ତା ଅଗଷ୍ଟ ୨୭ରେ ଅବସର ନେବେ। ତାଙ୍କ ସ୍ଥାନରେ ଜଷ୍ଟିସ୍‌ ଲଳିତ ସିଜେଆଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସିଜେଆଇ ରୂପେ ସେ ନଭେମ୍ବର ୮ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri