Posted inରାଜ୍ୟ

କେବଳ ଅର୍ଥ ପାଇଁ ଉଦ୍ୟୋଗୀ ହୋଇନି

ରାଜ୍ୟରେ ଇଲେକ୍ଟ୍ରୋନିକ୍‌ ଯାନ (ଇଭିଏସ୍‌) ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ଓମ୍‌ଜୟ ଇଭି ଲିଃ ପ୍ରଥମ ଓଡ଼ିଶାଭିତ୍ତିକ କମ୍ପାନୀ। ୨୦୧୮ରେ କମ୍ପାନୀ ନିଜ ବ୍ରାଣ୍ଡ୍‌ ନେମ୍‌ ‘ଇଇଭିଇ’ରେ ଇଲେକ୍ଟ୍ରୋନିକ୍‌ ଯାନକୁ ବଜାର ପ୍ରବେଶ କରାଇଥିଲା। ଏହି ବ୍ରାଣ୍ଡ୍‌ ଏବେ ଓଡ଼ିଶା ସମେତ ୧୧ ରାଜ୍ୟରେ ଉପସ୍ଥିତି ଜାହିର କରିପାରିଛି। ମହାମାରୀରେ ସବୁ ଆହ୍ବାନକୁ ସାମ୍ନା କରିବା ସତ୍ତ୍ୱେ ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇ ନ ଥିଲା କମ୍ପାନୀ। ଇଭିଏସ୍‌ର ସଫଳ ଯାତ୍ରା ସମ୍ପର୍କରେ କମ୍ପାନୀ ପ୍ରତିଷ୍ଠାତା ଜୟପ୍ରକାଶ ଡିଡ୍‌ୱାନିଆଙ୍କ ସହ କେଇପଦ କଥା।

ଯାନ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବା ପାଇଁ କେବେ ଚିନ୍ତା କରିଥିଲେ?
ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍‌ ଯାନ ତିଆରିକୁ ପ୍ରୋତ୍ସାହନ ଦେଉଛନ୍ତି। ଏହି ଦୃଷ୍ଟିରୁ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରେ ଇଭିଏସ୍‌ ଉତ୍ପାଦନ ଆରମ୍ଭ ନେଇ ଚିନ୍ତା କରିଥିଲୁ। ଆମେ ଯାଜପୁର ଜିଲା ବଡ଼ଚଣାଠାରେ ଏକ ଅତି ଉଚ୍ଚକୋଟୀର ପ୍ଲାଣ୍ଟ ପ୍ରତିଷ୍ଠା କରିଛୁ। ରାଜ୍ୟରେ ଆମର ଉପତ୍ାଦନ କ୍ଷମତା ହେଉଛି ୭.୫ ଲକ୍ଷ ୟୁନିଟ୍‌। ଏବେ ୬ ପ୍ରକାର ଦୁଇଚକିଆ ମଡେଲ ଉତ୍ପାଦନ କରୁଛୁ। ଭବିଷ୍ୟତରେ ତିନିଚକିଆ ଇଭିଏସ୍‌ ପାଇଁ ମଧ୍ୟ ଯୋଜନା ରଖିଛୁ। ବର୍ତ୍ତମାନ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳପ୍ରଦେଶ, ମିଜୋରାମ ଓ ଉତ୍ତରାଖଣ୍ଡରେ ଆମର ୧୦୪ଟି ନେଟ୍‌ୱର୍କ ରହିଛି।

ବ୍ୟବସାୟରୁ ହଠାତ୍‌ ଉତ୍ପାଦନ
କ୍ଷେତ୍ରକୁ କିପରି ଆସିଲେ?
୪୦ ବର୍ଷ ଧରି ମୁଁ ଡିଲରଶିପ୍‌ ବ୍ୟବସାୟରେ ଥିଲେ ବି ତାହା ମୋତେ ସେମିତି ଆନନ୍ଦ ଦେଇ ନ ଥିଲା। ଡିଲରଶିପ୍‌ ବ୍ୟବସାୟରେ ସେଭଳି କୌଣସି ସ୍ବଦେଶୀ ବିଚାର କିମ୍ବା ସିଦ୍ଧାନ୍ତ ଉପସ୍ଥାପନ କରିହୁଏ ନାହିଁ। କିନ୍ତୁ ଆମତ୍ସନ୍ତୋଷ ଲାଗି କିଛି ନୂଆ କରିବା ପାଇଁ ଥିବା ମୋ ଲକ୍ଷ୍ୟ ମୋତେ ଏହି କ୍ଷେତ୍ରକୁ ଟାଣିଆଣିଲା। ଏ କଥା ବି ସତ ଯେ କେବଳ ଅର୍ଥ ରୋଜଗାର ପାଇଁ ମୁଁ ଉତ୍ପାଦନ ଆରମ୍ଭ କରି ନ ଥିଲି।

ସମୟରେ ଇଭିଏସ୍‌ କେଉଁ ସବୁ
ଆହ୍ବାନର ସମ୍ମୁଖୀନ ହୋଇଛି?
ଓଡ଼ିଶା ପ୍ରାୟ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥାଏ। ଏହି ଦୃଷ୍ଟିରୁ ଆମ ବ୍ୟବସାୟରେ ଚ୍ୟାଲେଞ୍ଜ ନୂଆ କଥା ନୁହେଁ। ମହାମାରୀ ମଧ୍ୟ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ଏକ ବିପତ୍ତି। କିନ୍ତୁ ଏହି ସଙ୍କଟ ସମୟରେ ଆମର ସମସ୍ତ କର୍ମଚାରୀଙ୍କ ଉପଯୁକ୍ତ ଯତ୍ନ ନେଇଥିଲୁ।

ଯାନର ପ୍ରମୋଶନ ବେଳେ କି ଚ୍ୟାଲେଞ୍ଜ ଥିଲା?
ସବୁଠୁ ବଡ କଥା ଥିଲା, ଉତ୍ତମ ଭିତ୍ତିଭୂମି କିମ୍ବା ଚାର୍ଜିଂ ଷ୍ଟେଶନ ବିନା ଇଲେକ୍ଟ୍ରୋନିକ୍‌ ଯାନ କେମିତି ଚାଲିବ। ଏହାକୁ ଆମେ ଏକ ସୁଯୋଗ ଭାବେ ଗ୍ରହଣ କରି ମାର୍କେଟରେ ପ୍ରବେଶ କଲୁ। ଗାଡ଼ିଚାଳକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍‌ ଟେକ୍ନୋଲୋଜିକୁ ନେଇ ସଚେତନ ଥିବାରୁ ବ୍ୟବସାୟ କରିବା ସହଜ ହୋଇପାରିଛି। ଆମେ ବିକ୍ରି ପରବର୍ତ୍ତୀ ସେବା ଯୋଗାଇବାକୁ ପ୍ରତିଶ୍ରୁତି ବି ଦେଉଛୁ। ଆମେ ହିଁ ପ୍ରଥମେ ୫ ବର୍ଷର ୱାରେଣ୍ଟି ପ୍ରଦାନ କରିଥିଲୁ।

କ୍ଷେତ୍ରରେ ସରକାରଙ୍କ ନୀତି କେବେ ଆସିବ ବୋଲି ଭାବୁଛନ୍ତି ?
ମହାମାରୀ ପାଇଁ ପ୍ରକ୍ରିୟା ବିଳମ୍ବିତ ହୋଇଥିତ୍ବା ମନେକରୁଛି। ଇଲେକ୍ଟ୍ରୋନିକ୍‌ ଯାନ ସମ୍ପର୍କିତ ସ୍ବତନ୍ତ୍ର ନୀତି ଆଣିବା ପାଇଁ ସରକାର ଯଥାଶୀଘ୍ର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାରଙ୍କ ନୀତି ନିଶ୍ଚିତ ଭାବେ ଇଭିଏସ୍‌ ବିକ୍ରି ବୃଦ୍ଧି କରିବ।

କମ୍ପାନୀର ମନ୍ତ୍ର କ’ଣ?
ଏହା ବହୁତ ସରଳ। ଆମେ ଆମ କର୍ମଚାରୀଙ୍କୁ ପରିବାର ସଦସ୍ୟ ବୋଲି ମନେକରୁ।

ଉଦ୍ୟୋଗୀମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହାନ୍ତି?
ଯୁବ ଉଦ୍ୟୋଗୀମାନେ ସେମାନଙ୍କ ଲକ୍ଷ୍ୟ ନେଇ ଆନ୍ତରିକ ପ୍ରୟାସ କରିବା ଉଚିତ। ଲକ୍ଷ୍ୟ ପ୍ରାପ୍ତି ପାଇଁ ସେମାନେ ଶତ ପ୍ରତିଶତ ଉଦ୍ୟମ କରିବା ଆବଶ୍ୟକ। କଠିନ ପରିଶ୍ରମ କରି ପ୍ରତିଶ୍ରୁତିବଦ୍ଧ ତଥା ସମର୍ପିତ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri