Posted inରାଜ୍ୟ

କେବଳ ଅର୍ଥ ପାଇଁ ଉଦ୍ୟୋଗୀ ହୋଇନି

ରାଜ୍ୟରେ ଇଲେକ୍ଟ୍ରୋନିକ୍‌ ଯାନ (ଇଭିଏସ୍‌) ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ଓମ୍‌ଜୟ ଇଭି ଲିଃ ପ୍ରଥମ ଓଡ଼ିଶାଭିତ୍ତିକ କମ୍ପାନୀ। ୨୦୧୮ରେ କମ୍ପାନୀ ନିଜ ବ୍ରାଣ୍ଡ୍‌ ନେମ୍‌ ‘ଇଇଭିଇ’ରେ ଇଲେକ୍ଟ୍ରୋନିକ୍‌ ଯାନକୁ ବଜାର ପ୍ରବେଶ କରାଇଥିଲା। ଏହି ବ୍ରାଣ୍ଡ୍‌ ଏବେ ଓଡ଼ିଶା ସମେତ ୧୧ ରାଜ୍ୟରେ ଉପସ୍ଥିତି ଜାହିର କରିପାରିଛି। ମହାମାରୀରେ ସବୁ ଆହ୍ବାନକୁ ସାମ୍ନା କରିବା ସତ୍ତ୍ୱେ ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇ ନ ଥିଲା କମ୍ପାନୀ। ଇଭିଏସ୍‌ର ସଫଳ ଯାତ୍ରା ସମ୍ପର୍କରେ କମ୍ପାନୀ ପ୍ରତିଷ୍ଠାତା ଜୟପ୍ରକାଶ ଡିଡ୍‌ୱାନିଆଙ୍କ ସହ କେଇପଦ କଥା।

ଯାନ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବା ପାଇଁ କେବେ ଚିନ୍ତା କରିଥିଲେ?
ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍‌ ଯାନ ତିଆରିକୁ ପ୍ରୋତ୍ସାହନ ଦେଉଛନ୍ତି। ଏହି ଦୃଷ୍ଟିରୁ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରେ ଇଭିଏସ୍‌ ଉତ୍ପାଦନ ଆରମ୍ଭ ନେଇ ଚିନ୍ତା କରିଥିଲୁ। ଆମେ ଯାଜପୁର ଜିଲା ବଡ଼ଚଣାଠାରେ ଏକ ଅତି ଉଚ୍ଚକୋଟୀର ପ୍ଲାଣ୍ଟ ପ୍ରତିଷ୍ଠା କରିଛୁ। ରାଜ୍ୟରେ ଆମର ଉପତ୍ାଦନ କ୍ଷମତା ହେଉଛି ୭.୫ ଲକ୍ଷ ୟୁନିଟ୍‌। ଏବେ ୬ ପ୍ରକାର ଦୁଇଚକିଆ ମଡେଲ ଉତ୍ପାଦନ କରୁଛୁ। ଭବିଷ୍ୟତରେ ତିନିଚକିଆ ଇଭିଏସ୍‌ ପାଇଁ ମଧ୍ୟ ଯୋଜନା ରଖିଛୁ। ବର୍ତ୍ତମାନ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳପ୍ରଦେଶ, ମିଜୋରାମ ଓ ଉତ୍ତରାଖଣ୍ଡରେ ଆମର ୧୦୪ଟି ନେଟ୍‌ୱର୍କ ରହିଛି।

ବ୍ୟବସାୟରୁ ହଠାତ୍‌ ଉତ୍ପାଦନ
କ୍ଷେତ୍ରକୁ କିପରି ଆସିଲେ?
୪୦ ବର୍ଷ ଧରି ମୁଁ ଡିଲରଶିପ୍‌ ବ୍ୟବସାୟରେ ଥିଲେ ବି ତାହା ମୋତେ ସେମିତି ଆନନ୍ଦ ଦେଇ ନ ଥିଲା। ଡିଲରଶିପ୍‌ ବ୍ୟବସାୟରେ ସେଭଳି କୌଣସି ସ୍ବଦେଶୀ ବିଚାର କିମ୍ବା ସିଦ୍ଧାନ୍ତ ଉପସ୍ଥାପନ କରିହୁଏ ନାହିଁ। କିନ୍ତୁ ଆମତ୍ସନ୍ତୋଷ ଲାଗି କିଛି ନୂଆ କରିବା ପାଇଁ ଥିବା ମୋ ଲକ୍ଷ୍ୟ ମୋତେ ଏହି କ୍ଷେତ୍ରକୁ ଟାଣିଆଣିଲା। ଏ କଥା ବି ସତ ଯେ କେବଳ ଅର୍ଥ ରୋଜଗାର ପାଇଁ ମୁଁ ଉତ୍ପାଦନ ଆରମ୍ଭ କରି ନ ଥିଲି।

ସମୟରେ ଇଭିଏସ୍‌ କେଉଁ ସବୁ
ଆହ୍ବାନର ସମ୍ମୁଖୀନ ହୋଇଛି?
ଓଡ଼ିଶା ପ୍ରାୟ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥାଏ। ଏହି ଦୃଷ୍ଟିରୁ ଆମ ବ୍ୟବସାୟରେ ଚ୍ୟାଲେଞ୍ଜ ନୂଆ କଥା ନୁହେଁ। ମହାମାରୀ ମଧ୍ୟ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ଏକ ବିପତ୍ତି। କିନ୍ତୁ ଏହି ସଙ୍କଟ ସମୟରେ ଆମର ସମସ୍ତ କର୍ମଚାରୀଙ୍କ ଉପଯୁକ୍ତ ଯତ୍ନ ନେଇଥିଲୁ।

ଯାନର ପ୍ରମୋଶନ ବେଳେ କି ଚ୍ୟାଲେଞ୍ଜ ଥିଲା?
ସବୁଠୁ ବଡ କଥା ଥିଲା, ଉତ୍ତମ ଭିତ୍ତିଭୂମି କିମ୍ବା ଚାର୍ଜିଂ ଷ୍ଟେଶନ ବିନା ଇଲେକ୍ଟ୍ରୋନିକ୍‌ ଯାନ କେମିତି ଚାଲିବ। ଏହାକୁ ଆମେ ଏକ ସୁଯୋଗ ଭାବେ ଗ୍ରହଣ କରି ମାର୍କେଟରେ ପ୍ରବେଶ କଲୁ। ଗାଡ଼ିଚାଳକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍‌ ଟେକ୍ନୋଲୋଜିକୁ ନେଇ ସଚେତନ ଥିବାରୁ ବ୍ୟବସାୟ କରିବା ସହଜ ହୋଇପାରିଛି। ଆମେ ବିକ୍ରି ପରବର୍ତ୍ତୀ ସେବା ଯୋଗାଇବାକୁ ପ୍ରତିଶ୍ରୁତି ବି ଦେଉଛୁ। ଆମେ ହିଁ ପ୍ରଥମେ ୫ ବର୍ଷର ୱାରେଣ୍ଟି ପ୍ରଦାନ କରିଥିଲୁ।

କ୍ଷେତ୍ରରେ ସରକାରଙ୍କ ନୀତି କେବେ ଆସିବ ବୋଲି ଭାବୁଛନ୍ତି ?
ମହାମାରୀ ପାଇଁ ପ୍ରକ୍ରିୟା ବିଳମ୍ବିତ ହୋଇଥିତ୍ବା ମନେକରୁଛି। ଇଲେକ୍ଟ୍ରୋନିକ୍‌ ଯାନ ସମ୍ପର୍କିତ ସ୍ବତନ୍ତ୍ର ନୀତି ଆଣିବା ପାଇଁ ସରକାର ଯଥାଶୀଘ୍ର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାରଙ୍କ ନୀତି ନିଶ୍ଚିତ ଭାବେ ଇଭିଏସ୍‌ ବିକ୍ରି ବୃଦ୍ଧି କରିବ।

କମ୍ପାନୀର ମନ୍ତ୍ର କ’ଣ?
ଏହା ବହୁତ ସରଳ। ଆମେ ଆମ କର୍ମଚାରୀଙ୍କୁ ପରିବାର ସଦସ୍ୟ ବୋଲି ମନେକରୁ।

ଉଦ୍ୟୋଗୀମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହାନ୍ତି?
ଯୁବ ଉଦ୍ୟୋଗୀମାନେ ସେମାନଙ୍କ ଲକ୍ଷ୍ୟ ନେଇ ଆନ୍ତରିକ ପ୍ରୟାସ କରିବା ଉଚିତ। ଲକ୍ଷ୍ୟ ପ୍ରାପ୍ତି ପାଇଁ ସେମାନେ ଶତ ପ୍ରତିଶତ ଉଦ୍ୟମ କରିବା ଆବଶ୍ୟକ। କଠିନ ପରିଶ୍ରମ କରି ପ୍ରତିଶ୍ରୁତିବଦ୍ଧ ତଥା ସମର୍ପିତ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?