କାମରେ ଲାଗୁନି ତାପମାପକ ଯନ୍ତ୍ର

ଢେଙ୍କାନାଳ ଅଫିସ, ୩।୩ – ବଦଳୁଛି ପାଣିପାଗ। ଖରାଦିନେ କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ବର୍ଷାଦିନେ ପ୍ରବଳ ବର୍ଷାରେ ସୃଷ୍ଟି ହେଉଛି ଜଳବନ୍ଦୀ ପରିସ୍ଥିତି। ଶୀତ ଦିନ ଥରାଉଛି ଜାଡ଼। ବଦଳୁଥିବା ଋତୁ ଅନୁଯାୟୀ ଜନସାଧାରଣଙ୍କୁ ସତର୍କ କରାଇବା, ଚାଷୀଙ୍କୁ ଆଗୁଆ ସୂଚନା ଉପଲବ୍ଧ କରାଇବା ଦିଗରେ ପାଣିପାଗ ବିଭାଗର ରହିଛି ଗୁରୁଦାୟିତ୍ୱ। ଅନେକାଂଶରେ ଏହାର ସୁଫଳ ମଧ୍ୟ ମିଳୁଛି। ହେଲେ ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଶିଳ୍ପ ଜିଲା ଢେଙ୍କାନାଳ ଏଯାଏ ପାଣିପାଗ ମାନଚିତ୍ରରେ ସାମିଲ ହୋଇପାରିନାହିଁ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜଳବାୟୁ ସଂକ୍ରାନ୍ତ ସୂଚନା ଦେବାକୁ ବର୍ଷେ ତଳେ ପ୍ରଦାନ କରାଯାଇଥିବା ‘ମାନୁଆଲ ସର୍ଫେସ ଅବଜରଭେଟୋରି’ କାର୍ଯ୍ୟକ୍ଷମ ହୋଇ ନ ପାରି ଖତଖାଉଛି। ଯନ୍ତ୍ରପାତି ଥାଇ କାମରେ ନ ଲାଗିବା ପ୍ରଶାସନର ଅପାରଗତା ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ଦୈନିକ ତାପମାତ୍ରା ଆକଳନ କରିବା, ବର୍ଷା ପରିମାଣ ମାପିବା ଏବଂ ବାୟୁର ବେଗ ଜାଣିବାକୁ ଗତବର୍ଷ ମାର୍ଚ୍ଚରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମିଳିଛି ‘ମାନୁଆଲ ସର୍ଫେସ ଅବଜରଭେଟୋରି’। ତେବେ ଏହି ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ଜିଲା କାର୍ଯ୍ୟାଳୟର ଆପାତ୍‌କାଳିନ ବିଭାଗରେ ପଡ଼ି ଖତ ଖାଉଛି। ଏହାକୁ ସ୍ଥାପନ କରିବା ଲାଗି ମହିଷାପାଟସ୍ଥିତ ଜିଲା ଗ୍ରାମ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜାଗା ଚିହ୍ନଟ ସରିଛି। ତଥାପି ‘ମାନୁଆଲ ସର୍ଫେସ ଅବଜରଭେଟୋରି’ ବସାଇବାରେ କାହିଁକି ବିଳମ୍ବ ହେଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆବଶ୍ୟକ ଉପକରଣ ନ ଥିବାରୁ ବର୍ଷାଦିନେ ଆନୁମାନିକ ରିପୋର୍ଟ ସଂଗ୍ରହ କରାଯାଉଛି, ଯାହା ୧୦୦% ତ୍ରୁଟିରହିତ ନୁହେଁ। ଫଳରେ ଚାଷ ସମୟରେ ଚାଷୀ ଠିକ୍‌ ସୂଚନା ପାଇପାରୁନାହାନ୍ତି। ରାଜ୍ୟ ପାଣିପାଗ ସୂଚନା ଆଧାରରେ ଚାଷକାର୍ଯ୍ୟ ହେଉଛି। ଚଳିତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି। ଆସନ୍ତା ୩ ମାସ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ରାଜ୍ୟ ପାଣିପାଗ ବିଭାଗ ସତର୍କ କରାଇ ସାରିଲାଣି। ଏଭଳି ସ୍ଥିତିରେ ନିୟମିତ ଖରା ସମ୍ପର୍କିତ ରିପୋର୍ଟ ଜାରି କରିବା ଜରୁରୀ ହୋଇପଡ଼ିଛି। ବର୍ଷକୁ ୩-୪ଥର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ ବସୁଥିଲେ ହେଁ ‘ମାନୁଆଲ ସର୍ଫେସ ଅବଜରଭେଟୋରି’ କାର୍ଯ୍ୟକ୍ଷମ କରିବା ନେଇ କୌଣସି ଆଲୋଚନା ହେଉନାହିଁ। ଅଧିକାରୀମାନେ ମଧ୍ୟ ଏ ଦିଗରେ ଗୁରୁତ୍ୱ ଦେଉନାହାନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଜରୁରୀ ଓ ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଗତବର୍ଷ ମାର୍ଚ୍ଚରୁ ଜିଲାକୁ ତାପମାତ୍ରା ମାପକ ଯନ୍ତ୍ର ମିଳିଛି। ଏହାକୁ ସ୍ଥାପନ କରିବା ଲାଗି ଜାଗା ଚିହ୍ନଟ ସରିଛି। କିନ୍ତୁ କରୋନା ଲାଗି କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଥିଲା। ଖୁବ୍‌ଶୀଘ୍ର ଏହାକୁ ବସାଇବା ଲାଗି ପଦକ୍ଷେପ ନିଆଯିବ।

କାର୍ଯ୍ୟକାରୀ ନ ହେବା ପରିତାପର ବିଷୟ
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ବିଭିନ୍ନ ସଙ୍ଗଠନକୁ ସାମିଲ କରାଯିବା କଥା। କିନ୍ତୁ ବର୍ଷେ ହେଲା କାହାରିକୁ ଡକାଯାଉନାହିଁ। ତାପସୂଚକ ଯନ୍ତ୍ର ସ୍ଥାପନ କରିବାକୁ ବର୍ଷେ ତଳେ ଆଲୋଚନା ହୋଇଥିଲା। ତେବେ ଏହା କାର୍ଯ୍ୟକାରୀ ନ ହେବା ପରିତାପର ବିଷୟ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ
ଚାଷୀ, ଜନସାଧାରଣ ସୂଚନାରୁ ବଞ୍ଚତ୍ତ ହେଉଛନ୍ତି
ଢେଙ୍କାନାଳ ଜିଲାର ତାପମାତ୍ରା ଦୈନିକ ପ୍ରକାଶିତ ହେଉନାହିଁ। ଚାଷୀ, ଜନସାଧାରଣ ଦୈନିକ ପାଣିପାଗ ସମ୍ପର୍କିତ ସୂଚନାରୁ ବଞ୍ଚତ୍ତ ହେଉଛନ୍ତି। ମାନୁଆଲ ସର୍ଫେସ ଅବଜରଭେଟୋରି ଯନ୍ତ୍ର ଉପଲବ୍ଧ ଥାଇ କାମରେ ନ ଲାଗିବା ଦୁଃଖଦାୟକ। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ।
-ପଙ୍କଜ ନାୟକ, ସାମାଜିକ କର୍ମୀ
ପ୍ରଶାସନର ଅବହେଳା ପାଇଁ ବସିପାରୁନି
ପ୍ରଶାସନର ଅବହେଳା ଯୋଗୁ ତାପମାତ୍ରା ମାପକ ଯନ୍ତ୍ର ଥାଇ ସୁଦ୍ଧା ବସିପାରୁନି। ଗ୍ରୀଷ୍ମ ପ୍ରବାହ ସମୟରେ ଜିଲାବାସୀଙ୍କୁ ନିୟମିତ ସୂଚନା ପ୍ରଦାନ କରାଯିବା ନିହାତି ଜରୁରୀ। ପ୍ରଶାସନ ଉକ୍ତ ଯନ୍ତ୍ରକୁ ବସାଇବା ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri