କାମରେ ଲାଗୁନି ତାପମାପକ ଯନ୍ତ୍ର

ଢେଙ୍କାନାଳ ଅଫିସ, ୩।୩ – ବଦଳୁଛି ପାଣିପାଗ। ଖରାଦିନେ କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ବର୍ଷାଦିନେ ପ୍ରବଳ ବର୍ଷାରେ ସୃଷ୍ଟି ହେଉଛି ଜଳବନ୍ଦୀ ପରିସ୍ଥିତି। ଶୀତ ଦିନ ଥରାଉଛି ଜାଡ଼। ବଦଳୁଥିବା ଋତୁ ଅନୁଯାୟୀ ଜନସାଧାରଣଙ୍କୁ ସତର୍କ କରାଇବା, ଚାଷୀଙ୍କୁ ଆଗୁଆ ସୂଚନା ଉପଲବ୍ଧ କରାଇବା ଦିଗରେ ପାଣିପାଗ ବିଭାଗର ରହିଛି ଗୁରୁଦାୟିତ୍ୱ। ଅନେକାଂଶରେ ଏହାର ସୁଫଳ ମଧ୍ୟ ମିଳୁଛି। ହେଲେ ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଶିଳ୍ପ ଜିଲା ଢେଙ୍କାନାଳ ଏଯାଏ ପାଣିପାଗ ମାନଚିତ୍ରରେ ସାମିଲ ହୋଇପାରିନାହିଁ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜଳବାୟୁ ସଂକ୍ରାନ୍ତ ସୂଚନା ଦେବାକୁ ବର୍ଷେ ତଳେ ପ୍ରଦାନ କରାଯାଇଥିବା ‘ମାନୁଆଲ ସର୍ଫେସ ଅବଜରଭେଟୋରି’ କାର୍ଯ୍ୟକ୍ଷମ ହୋଇ ନ ପାରି ଖତଖାଉଛି। ଯନ୍ତ୍ରପାତି ଥାଇ କାମରେ ନ ଲାଗିବା ପ୍ରଶାସନର ଅପାରଗତା ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ଦୈନିକ ତାପମାତ୍ରା ଆକଳନ କରିବା, ବର୍ଷା ପରିମାଣ ମାପିବା ଏବଂ ବାୟୁର ବେଗ ଜାଣିବାକୁ ଗତବର୍ଷ ମାର୍ଚ୍ଚରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମିଳିଛି ‘ମାନୁଆଲ ସର୍ଫେସ ଅବଜରଭେଟୋରି’। ତେବେ ଏହି ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ଜିଲା କାର୍ଯ୍ୟାଳୟର ଆପାତ୍‌କାଳିନ ବିଭାଗରେ ପଡ଼ି ଖତ ଖାଉଛି। ଏହାକୁ ସ୍ଥାପନ କରିବା ଲାଗି ମହିଷାପାଟସ୍ଥିତ ଜିଲା ଗ୍ରାମ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜାଗା ଚିହ୍ନଟ ସରିଛି। ତଥାପି ‘ମାନୁଆଲ ସର୍ଫେସ ଅବଜରଭେଟୋରି’ ବସାଇବାରେ କାହିଁକି ବିଳମ୍ବ ହେଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆବଶ୍ୟକ ଉପକରଣ ନ ଥିବାରୁ ବର୍ଷାଦିନେ ଆନୁମାନିକ ରିପୋର୍ଟ ସଂଗ୍ରହ କରାଯାଉଛି, ଯାହା ୧୦୦% ତ୍ରୁଟିରହିତ ନୁହେଁ। ଫଳରେ ଚାଷ ସମୟରେ ଚାଷୀ ଠିକ୍‌ ସୂଚନା ପାଇପାରୁନାହାନ୍ତି। ରାଜ୍ୟ ପାଣିପାଗ ସୂଚନା ଆଧାରରେ ଚାଷକାର୍ଯ୍ୟ ହେଉଛି। ଚଳିତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି। ଆସନ୍ତା ୩ ମାସ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ରାଜ୍ୟ ପାଣିପାଗ ବିଭାଗ ସତର୍କ କରାଇ ସାରିଲାଣି। ଏଭଳି ସ୍ଥିତିରେ ନିୟମିତ ଖରା ସମ୍ପର୍କିତ ରିପୋର୍ଟ ଜାରି କରିବା ଜରୁରୀ ହୋଇପଡ଼ିଛି। ବର୍ଷକୁ ୩-୪ଥର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ ବସୁଥିଲେ ହେଁ ‘ମାନୁଆଲ ସର୍ଫେସ ଅବଜରଭେଟୋରି’ କାର୍ଯ୍ୟକ୍ଷମ କରିବା ନେଇ କୌଣସି ଆଲୋଚନା ହେଉନାହିଁ। ଅଧିକାରୀମାନେ ମଧ୍ୟ ଏ ଦିଗରେ ଗୁରୁତ୍ୱ ଦେଉନାହାନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଜରୁରୀ ଓ ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଗତବର୍ଷ ମାର୍ଚ୍ଚରୁ ଜିଲାକୁ ତାପମାତ୍ରା ମାପକ ଯନ୍ତ୍ର ମିଳିଛି। ଏହାକୁ ସ୍ଥାପନ କରିବା ଲାଗି ଜାଗା ଚିହ୍ନଟ ସରିଛି। କିନ୍ତୁ କରୋନା ଲାଗି କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଥିଲା। ଖୁବ୍‌ଶୀଘ୍ର ଏହାକୁ ବସାଇବା ଲାଗି ପଦକ୍ଷେପ ନିଆଯିବ।

କାର୍ଯ୍ୟକାରୀ ନ ହେବା ପରିତାପର ବିଷୟ
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ବିଭିନ୍ନ ସଙ୍ଗଠନକୁ ସାମିଲ କରାଯିବା କଥା। କିନ୍ତୁ ବର୍ଷେ ହେଲା କାହାରିକୁ ଡକାଯାଉନାହିଁ। ତାପସୂଚକ ଯନ୍ତ୍ର ସ୍ଥାପନ କରିବାକୁ ବର୍ଷେ ତଳେ ଆଲୋଚନା ହୋଇଥିଲା। ତେବେ ଏହା କାର୍ଯ୍ୟକାରୀ ନ ହେବା ପରିତାପର ବିଷୟ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ
ଚାଷୀ, ଜନସାଧାରଣ ସୂଚନାରୁ ବଞ୍ଚତ୍ତ ହେଉଛନ୍ତି
ଢେଙ୍କାନାଳ ଜିଲାର ତାପମାତ୍ରା ଦୈନିକ ପ୍ରକାଶିତ ହେଉନାହିଁ। ଚାଷୀ, ଜନସାଧାରଣ ଦୈନିକ ପାଣିପାଗ ସମ୍ପର୍କିତ ସୂଚନାରୁ ବଞ୍ଚତ୍ତ ହେଉଛନ୍ତି। ମାନୁଆଲ ସର୍ଫେସ ଅବଜରଭେଟୋରି ଯନ୍ତ୍ର ଉପଲବ୍ଧ ଥାଇ କାମରେ ନ ଲାଗିବା ଦୁଃଖଦାୟକ। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ।
-ପଙ୍କଜ ନାୟକ, ସାମାଜିକ କର୍ମୀ
ପ୍ରଶାସନର ଅବହେଳା ପାଇଁ ବସିପାରୁନି
ପ୍ରଶାସନର ଅବହେଳା ଯୋଗୁ ତାପମାତ୍ରା ମାପକ ଯନ୍ତ୍ର ଥାଇ ସୁଦ୍ଧା ବସିପାରୁନି। ଗ୍ରୀଷ୍ମ ପ୍ରବାହ ସମୟରେ ଜିଲାବାସୀଙ୍କୁ ନିୟମିତ ସୂଚନା ପ୍ରଦାନ କରାଯିବା ନିହାତି ଜରୁରୀ। ପ୍ରଶାସନ ଉକ୍ତ ଯନ୍ତ୍ରକୁ ବସାଇବା ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?