Posted inଫୁରସତ

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ। ଏହା ପରେ ବକ୍ରି ଗୁରୁ ସେପ୍ଟେମ୍ବର ୧୪ରେ ରାତି ୨ଟା ୨୮ରେ ମକର ରାଶିରେ ପ୍ରବେଶ କରିବେ।
ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଧର୍ମ , ଜ୍ଞାନ , ଶିକ୍ଷା , ବିବାହ , ସନ୍ତାନ , ସୁଖ ଏବଂ ଧନର ଗ୍ରହଭାବେ ବିବେଚନା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ଗୋଚର ଚଳନରେ ସେ ଅବସ୍ଥାନ କରୁଥିବା ରାଶିଠାରୁ ଦ୍ୱିତୀୟ, ପଞ୍ଚମ, ନବମ, ଦଶମ ଏବଂ ଏକାଦଶ ଭାବରେ ସୁୁଖ ପ୍ରଦାନ କରିଥାନ୍ତି। ଦେବଗୁରୁ ପଞ୍ଚମ, ସପ୍ତମ ଏବଂ ନବମ ଭାବକୁ ବିଶେଷ ଦୃଷ୍ଟି ପ୍ରଦାନ କରିଥାନ୍ତି। କର୍କଟ ରାଶିରେ ବୃହସ୍ପତି ହେଉଛନ୍ତି ଉଚ୍ଚ। ଧନୁ ଏବଂ ମୀନ ବୃହସ୍ପତିଙ୍କ ନିଜ ରାଶି। ଦେବଗୁରୁଙ୍କ ଚଳନରେ ଶାନ୍ତି ପାଇଁ ଗୁରୁ ମହାଗ୍ରହ ମନ୍ତ୍ର ଜପ କରିବା , ଗୋ ସେବା , ମନ୍ଦିରରେ ପୂଜାର୍ଚ୍ଚନା, ଗୁରୁଙ୍କ ସେବା ଏବଂ ଗୁରୁ ଗ୍ରହଙ୍କ ଦ୍ରବ୍ୟ ଦାନ କରିବା ଆବଶ୍ୟକ। ପ୍ରଭୁ ଶିବ , ଦେବୀ ଦୁର୍ଗା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା କଲେ ଗୁରୁଙ୍କର ଖରାପ ପ୍ରଭାବ ପଡ଼ିବ ନାହିଁ। ଦେବଗୁରୁଙ୍କ ଚଳନରେ

ମେଷ- ଲାଭର ଯୋଗ ରହିଛି। ବ୍ୟବସାୟ କିମ୍ବା ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କର ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ ।

ବୃଷ- ଦଶମ ଘରେ ବୃହସ୍ପତିଙ୍କ ଆଗମନ ଯୋଗୁ କାର୍ଯ୍ୟ ସିଦ୍ଧ ହେବ। ମାନ ସମ୍ମାନରେ ବୃଦ୍ଧି ଘଟିବ। ଧନର ନୂତନ ଉତ୍ସ ସୃଷ୍ଟି ହେବ।

ମିଥୁନ- ଭାଗ୍ୟ ଭାବ ପ୍ରତି ସୁଦୃଷ୍ଟି। ଅର୍ଥ ଲାଭ ହେବ , କିନ୍ତୁ ଖର୍ଚ୍ଚ ମଧ୍ୟ ଅଧିକ ହେବ। ଘରେ ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ଅଛି।

କର୍କଟ- ମିଶ୍ରିତ ଫଳାଫଳ ମିଳିବ। ଲାଭ କମ ହେବ। ଅତ୍ୟଧିକ ବ୍ୟୟ ମାନସିକ ସମସ୍ୟା ସୃଷ୍ଟି କରିପାରେ। କ୍ରୋଧରୁ ଦୂରେଇ ରହିବା ସହିତ କାରବାରରେ ସତର୍କତା ଅବଲମ୍ବନ ଜରୁରୀ।

ସିଂହ- ବୃହସ୍ପତିଙ୍କ ସପ୍ତମ ଦୃଷ୍ଟି ଯୋଗୁ ବନ୍ଧୁ ସମ୍ପର୍କ ବୃଦ୍ଧି ପାଇବ। ନୂତନ ଚାକିରି ସମ୍ଭାବନା।

କନ୍ୟା- ଅର୍ଥ ଲାଭ। ପ୍ରତିପକ୍ଷଙ୍କ ସହିତ ମଧ୍ୟ ସତର୍କତା ଜରୁରୀ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ଭାବନା। ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ଯାତ୍ରାର ସମ୍ଭାବନା।

ତୁଳା- ସୁଖରେ ସମୟ ବିତିବ। ଆୟର ଉତ୍ସ ସ୍ଥିର ରହିବ। ଦକ୍ଷତା ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ ସଫଳତା। ମାନ ସମ୍ମାନରେ ବୃଦ୍ଧି।

ବିଛା-ପରିବାରରେ ମତ ପାର୍ଥକ୍ୟ। ଅର୍ଥ ପ୍ରାପ୍ତି ଯୋଗ ରହିଛି। ଅପବ୍ୟୟ ପ୍ରତି ସତର୍କ ରହିବା ଜରୁରୀ।

ଧନୁ- ସୁଖ ଶାନ୍ତି ମିଳିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଅଟକି ରହିଥିବା କାମ ଶେଷ ହେବାର ସମ୍ଭାବନା ରହିଛି।

ମକର- ଶୁଭ ଏବଂ ଅଶୁଭ ଉଭୟ ମିଶ୍ରିତ ଫଳ ମିଳିବ। ପରିବାରରେ ଶୁଭ କାର୍ଯ୍ୟ ସମ୍ପନ୍ନ ହେବ। ବୃଥା ଚିନ୍ତାରେ ଘାରିହେବେ। ମାନସିକ ସମସ୍ୟା ସ୍ବାସ୍ଥ୍ୟ ଉପରେ ପ୍ରଭାବ ।

କୁମ୍ଭ-ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

ମୀନ- ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ଆସିବାର ଆଶଙ୍କା ରହିଛି। ବିତର୍କରୁ ଦୂରେଇ ରହିବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri