Posted inଖେଳ

ଜୁନିୟର ହକି ବିଶ୍ୱକପ୍‌: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲେ ହେଁ ଅନ୍ତର୍ଜାତୀୟ ହକି ଫେଡେରେଶନ ପକ୍ଷରୁ ବୁଧବାର ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି। ଫଳରେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଟେକ୍ନିକାଲ ଅଫିସିଆଲ ଭାବେ କାର୍ଯ୍ୟନିର୍ବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ବିଶ୍ୱରଞ୍ଜନ ପୂର୍ବରୁ ଅନେକ ଜାତୀୟ-ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଫିସିଆଲ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଛନ୍ତି। ଏହାର ପୁରସ୍କାର ସ୍ବରୂପ ତାଙ୍କୁ ସମ୍ମାନଜନକ ଜୁନିୟର ହକି ବିଶ୍ୱକପ୍‌ରେ ଅଫିସିଆଲ ହେବାର ସୁଯୋଗ ମିଳିଛି। ପ୍ରକାଶିତ ତାଲିକା ଅନୁସାରେ ଅନ୍ୟତମ ଓଡ଼ିଆ ବିଭୂକଲ୍ୟାଣ ନାୟକ ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଅଲିମ୍ପିକ୍ସ ପାଇଁ ଏଫ୍‌ଆଇଏଚ୍‌ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଥିଲା। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ମଧ୍ୟ ବିଭୂକଲ୍ୟାଣ ମେଡିକାଲ ଅଫିସର ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ ୨୦୦୭ରୁ ୨ ବର୍ଷ ପାଇଁ ଭାରତୀୟ ୟୁଥ୍‌ ବକ୍ସିଂ ଟିମ୍‌, ୨୦୦୯ରୁ ଭାରତୀୟ ଜାତୀୟ ହକି ଦଳ ସହ ରହି ୨୦୦୯ ଓ ୨୦୧୦ ସୁଲତାନ ଆଜଲାନଶାହ କପ୍‌, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ପୁରୁଷ ହକି ବିଶ୍ୱକପ୍‌ (ନୂଆଦିଲ୍ଲୀ) ଏବଂ ୨୦୧୨ ଦୋହା କାତାର ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଏହି ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ଓଡ଼ିଶାର ଏହି ୨ ଜଣଙ୍କୁ ଛାଡ଼ିଦେଲେ ଆଉ ଜଣେ ଭାରତୀୟ ଏହି ତାଲିକାରେ ରହିଛନ୍ତି। ସେ ହେଉଛନ୍ତି ଦୀପକ ଯୋଶୀ। ସେ ୧୪ ଜଣିଆ ଅମ୍ପାୟର ତାଲିକାରେ ରହିଛନ୍ତି। ଜୁନିୟର ହକି ବିଶ୍ୱକପ୍‌ ପାଇଁ ଆୟୋଜକ ଭାରତକୁ ଛାଡ଼ିଦେଲେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ ଯୋଗ୍ୟତା ହାସଲ କରି ସାରିଛନ୍ତି। ୨୦୨୧ ଜୁନିୟର ଓସେନିଆ କପ୍‌ରୁ ୨, ଜୁନିୟର ଏସିଆ କପ୍‌ରୁ ୩, ଜୁନିୟର ଆଫ୍ରିକା କପ୍‌ରୁ ୨ ଏବଂ ଜୁନିୟର ପାନ୍‌ ଆମେରିକାନ ଚାମ୍ପିୟନଶିପ୍‌ରୁ ୨ଟି ଦଳ ଯୋଗ୍ୟତା ହାସଲ କରିବେ। ମୋଟ ୧୬ ଦଳକୁ ନେଇ ପ୍ରତିଯୋଗିତା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରାଜୟ ଝଟ୍‌କା ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ପରାଜୟ ବରଣ କରିବା ପରେ ଘରୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।...

କୋହଲିଙ୍କ ‘ବିରାଟ’ ଫ୍ୟାନ୍‌

ଇସଲମାବାଦ୍‌, ୧୦।୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି। ନିକଟରେ କୋହଲିଙ୍କ ଜଣେ...

ଜାତୀୟ ମହିଳା ହକି କ୍ୟାମ୍ପରେ ୫ ଓଡ଼ିଆ

ନୂଆଦିଲ୍ଲୀ,୧।୯(ପି.ଟି.): ସୋମବାରଠାରୁ ବେଙ୍ଗାଲୁରୁର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପରିସରରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ...

କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ

ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...

ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍‌, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ

ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍‌ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍‌ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ...

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ...

ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଖେଳାଳି, ଡେବ୍ୟୁ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ଗତ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୭ ଉଇକେଟ୍‌ରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରୁ ଡେବ୍ୟୁ କରିଥିବା ଈଶାନ...

ଅଭ୍ୟାସ ନୁହେଁ, ବିଶ୍ରାମ ନେଉଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୮।୫- ଆଇସିସି ବିଶ୍ୱକପ୍‌ ଭଳି ବୃହତ୍‌ ଟୁର୍ନାମେଣ୍ଟ ଲାଗି ଭାରତୀୟ ଖେଳାଳିମାନେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛନ୍ତି। ସେମାନେ ଅଭ୍ୟାସ କରିବା ବଦଳରେ ବିଶ୍ରାମ ନେଉଛନ୍ତି।...

Advertisement
Archives

Model This Week