Posted inଜାତୀୟ

ଜୁନୈଦ-ନାସିରଙ୍କ ପରିବାରକୁ ଏଆଇଏମଆଇଏମ ଦେବ ଦେଢ ଦେଢ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୯ ।୩: ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ ରାଜସ୍ଥାନର ଜୁନୈଦ ଓ ନାସିରଙ୍କ ପରିବାରକୁ ଦେଢ ଦେଢ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି । ଜୁନୈଦ ଓ ନାସିରଙ୍କୁ ହରିୟାଣାରେ ଗୋ ରକ୍ଷକମାନେ ହତ୍ୟା କରିଥିଲେ । ଉଭୟଙ୍କ ମୃତ ଶରୀର ଭିବାନି ନିକଟରେ ଏକ ଗାଡିରେ ଜଳିଯାଇଥିବା ଅବସ୍ଥାରେ ମିଳିଥିଲା ।
ଏହାସହ ଏଆଇଏମଆଇଏମ ତେଲେଙ୍ଗାନାର ମେଦକରେ ପୋଲିସ କଷ୍ଟଡିରେ ଟର୍ଚର ହୋଇ ମୃତ୍ୟୁ ବରଣ କରିଥିବା ଖଦିର ଖାଁଙ୍କ ବିଧବା ପତ୍ନୀଙ୍କୁ ବି ଦେଢ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି ।

ସୂଚନାଯୋଗ୍ୟ, ରାଜସ୍ଥାନ ଭରତପୁରର ବାସିନ୍ଦା ଜୁନୈଦ ଓ ନାସିରଙ୍କ ଜଳିଯାଇଥିବା ମୃତ ଶରୀର ଗତ ଫେବୃୟାରୀ ୧୬ରେ ହରିୟାଣାର ଭିବାନିରେ ଏକ ବୋଲେରୋ ଗାଡିରୁ ମିଳିଥିଲା । ଏହି ମାମଲାରେ ପୋଲିସ ଜଣେ ନାମୀ ଅଭିଯୁକ୍ତ ରିଙ୍କୁ ସୈନିଙ୍କୁ ଗିରଫ କରିଥିଲା । ରିଙ୍କୁ୍‌ଙ୍କୁ ପଚରାଉଚରା ପରେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କ୍‌ୁ ଚିହ୍ନଟ କରାଯାଇଥିଲା । ପୋଲିସର ୫ଟି ଟିମ ଗଠନ କରାଯାଇ ଏମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ୫-୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।
୧୫ ଫେବୃୟାରୀରେ ନାସିର ଓ ଜୁନୈଦ ନିଖୋଜ ଥିବା ରିପୋର୍ଟ ଦିଆଯାଇଥିଲା । ଏହାର ଠିକ୍ ପରଦିନ ହରିୟାଣାର ଭିବାନିରେ ତାଙ୍କର ଜଳି ଯାଇଥିବା ଗାଡି ଓ ଗାଡି ଭିତରେ ଜଳିଯାଇଥିବା ଅବସ୍ଥାରେ ଦୁଇଟି କଙ୍କାଳ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri