ଡାଇବେଟିସ୍‌ କମାଇବ ଜୁସ୍‌

ବର୍ତ୍ତମାନ ଅଧିକାଂଶ ମହିଳାଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିପାଇଁ ସେମାନଙ୍କୁ ପ୍ରତିଦିନ ମେଡିସିନ୍‌ ମଧ୍ୟ ଖାଇବାକୁ ପଡ଼ୁଛି। ହେଲେ, ଖାଦ୍ୟ ତାଲିକାରେ ଚିନି ଏବଂ ଅନ୍ୟାନ୍ୟ କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ୟର ପରିମାଣ କମାଇବା ସହ କେତେକ ଜୁସ୍‌କୁ ସାମିଲ୍‌ କଲେ ଡାଇବେଟିସ୍‌ ବା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରଖାଯାଇପାରିବ…
ଅଁଳା ଜୁସ୍‌: ଅନେକ ଔଷଧୀୟ ଗୁଣରେ ଭରପୂର ଅଁଳା ଡାଇବେଟିସ୍‌ କମ୍‌ କରିବାରେ ମଧ୍ୟ ବେଶ୍‌ ଉପଯୋଗୀ। ଏଥିରେ ଫାଇବର୍‌ ମାତ୍ରା ଅଧିକ ଥିବାରୁ ହଜମକ୍ରିୟା ଧୀର କରି ରକ୍ତରେ ଶର୍କରା ମାତ୍ରା ଅଧିକ ହେବାକୁ ଦିଏ ନାହିଁ। ଏଥିରେ ଥିବା କ୍ରୋମିଅମ୍‌ ମିନେରାଲ୍‌ କ୍ରାର୍ବୋହାଇଡ୍ରେଟ୍‌ ମେଟାବୋଲିଜମ୍‌ ସହ ଇନ୍‌ସୁଲିନ୍‌ କ୍ଷରଣ ଠିକ୍‌ ଭାବରେ କରିବାରେ ସାହାଯ୍ୟ କରେ; ଯାହାଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।
କାକୁଡି ଜୁସ୍‌: ‘ଜର୍ନାଲ୍‌ ଅଫ୍‌ ପ୍ଲାଣ୍ଟ ଫୁଡ୍ସ ଫର୍‌ ହ୍ୟୁମାନ୍‌ ନ୍ୟୁଟ୍ରିଶନ୍‌’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ମୁତାବକ କାକୁଡ଼ିରେ ପ୍ରଚୁର ପରିମାଣରେ ଥିବା ଫାଇବର୍‌ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ବିଶେଷ କରି ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ଲାଗି ଏହା ବେଶ୍‌ ଉପକାରୀ। ତା’ଛଡା ଏଥିରେ କ୍ୟାଲସିଅମ୍‌, ଆଇରନ୍‌, ଫସ୍‌ଫରସ୍‌, ଭିଟାମିନ୍‌- ଏ, ବି-୧, ସି ଏବଂ ଆମିନୋ ଏସିଡ୍‌ ଅଧିକ ପରିମାଣରେ ରହିଥିବାରୁ ପ୍ରତିଦିନ କାକୁଡି ଜୁସ୍‌ ପିଇବା କିମ୍ବା କାକୁଡି ଖାଇବା ଡାଇବେଟିସ୍‌ ରୋଗୀଙ୍କ ଲାଗି ଉପକାରୀ।
ବିଟ୍‌ ଜୁସ୍‌: ଅନେକ ଡାଇବେଟିସ୍‌ ରୋଗୀଙ୍କଠାରେ ସ୍ନାୟୁ ନଷ୍ଟ(ନର୍ଭ ଡ୍ୟାମେଜ୍‌), ଚକ୍ଷୁ ସମସ୍ୟା ଆଦି ଦେଖିବାକୁ ମିଳେ; ଯାହାକୁ ଦୂର କରିବାରେ ବିଟ୍‌ ବେଶ୍‌ ଉପକାରୀ। ଏଥିରେ ଥିବା ଆଲ୍‌ଫା ଲିପୋଇକ୍‌ ସ୍ନାୟୁ ଏବଂ ଚକ୍ଷୁ ସମସ୍ୟା ଦୂର କରିଥାଏ।
କଲରା ଜୁସ୍‌: କଲରା ଜୁସ୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌ ସାହାଯ୍ୟ କରେ। କଲରାରେ ଥିବା ପଲିପେପ୍ଟାଇଡ୍‌- ପି ବା ପି- ଇନ୍‌ସୁଲିନ୍‌ ନାମକ ଏକ ଇନ୍‌ସୁଲିନ୍‌ ଜାତୀୟ ଉପାଦାନ ଡାଇବେଟିସ୍‌ ସମସ୍ୟା କମାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଚଲାଉଥିଲେ…

ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍‌ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ...

ଭୁଲ୍‌ରେ ବି ପିଅନ୍ତୁନି କଞ୍ଚା କ୍ଷୀର

ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ପ୍ରୋଟିନ ରହିଛି, ଯାହା ହାଡ଼ର ବିକାଶ...

ସ୍ତନ୍ୟପାନର ଉପକାରିତା

ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଦେହରୁ ଅଯଥା ଚର୍ବିଅଂଶ ହ୍ରାସ ହୁଏ। ଫଳରେ ପ୍ରସବ ପରବର୍ତ୍ତୀ ମୋଟାପଣ ଦୂର ହୋଇଥାଏ। କ୍ଷୀର ଖୁଆଇବା ଦ୍ୱାରା ମା’ର...

ମେଦବହୁଳତା ସମସ୍ୟା ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ୫ ଫଳ

ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତାର ମୁଖ୍ୟ କାରଣ। ଛୋଟରୁ ବଡ଼ ପ୍ରାୟ ସମସ୍ତେ ଏହାର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ନିଜ ଖାଦ୍ୟପେୟରେ ବିଶେଷ...

ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ...

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌...

ଅଳ୍ପ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ

ଘର ସଜାଇବା ଲାଗି କେବଳ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ଆବଶ୍ୟକ ତା’ ନୁହେଁ, ଆପଣ ଚାହିଁଲେ କମ୍‌ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ୍‌ କରିପାରିବେ।...

ଇୟର ବଡ୍‌

ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍‌ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ।...

Advertisement
Archives

Model This Week