Posted inଜାତୀୟ

ଦିବ୍ୟାଙ୍ଗଙ୍କ ପାଇଁ ବିଚାର ସର୍ଚ୍ଚ ପୋର୍ଟାଲ…

ନୂଆଦିଲ୍ଲୀ, ୨୪।୯ : ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଗମ ତଥା ସହଜ କରିବାକୁ ସୁପ୍ରିମକୋର୍ଟର ଇ-କମିଟି କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚ୍‌ୂଡ ଶନିବାର ଏହି ସୂଚନା ଦେଇଛନ୍ତି। ତୃତୀୟ ପ୍ରଫେସର ଶାମନାଦ ବଶିର ମେମୋରିଆଲ ଲେକଚର-୨୦୨୨ ରେ ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥା ସହ ଜଡିତ ବିଷୟ ଉପରେ ସେ ଏଭଳି କହିଛନ୍ତି। ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ଆବଶ୍ୟକ ଆଇନ ସତ୍ତ୍ୱେ ଅନେକ ସରକାରୀ ତଥା ବେସରକାରୀ କୋଠା, ପରିବହନ, ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନ ଦିବ୍ୟାଙ୍ଗଙ୍କ ପାଇଁ ଉପଲବ୍ଧ ନୁହେଁ।

ନ୍ୟାୟପାଳିକାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମକୁ ଅନେକ କିଛି କରିବାକୁ ପଡିବ। ଏଥିପାଇଁ ଆମେ ସଠିକ ଦିଗରେ ଗତି କରୁଛୁ। ଉଲ୍ଲେଖନୀୟ କଥା ହେଉଛି, ଜଷ୍ଟିସ ଚନ୍ଦ୍ରଚ୍‌ୂଡ ମଧ୍ୟ ସୁପ୍ରିମକୋର୍ଟର ଇ-କମିଟିର ଅଧ୍ୟକ୍ଷ। ସେ କହିଛନ୍ତି ଯେ ଆଗାମୀ ଦିନରେ ସୁପ୍ରିମକୋର୍ଟ ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡରେ ଅନ୍ତର୍ଭୁକ୍ତ ହେବେ। ଯାହା ପରେ ସର୍ବୋଚ୍ଚ ଅଦାଲତର ସମସ୍ତ ବିଚାର ଏକ ମାଗଣା ପାଠ୍ୟ ସନ୍ଧାନ ଫର୍ମାଟରେ ଉପଲବ୍ଧ ହେବ।

ଯାହା ଦ୍ୱାରା କୋର୍ଟଙ୍କର ନିଷ୍ପତ୍ତି ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହୋଇ ପାରିବ। ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଜାତୀୟ ସୂଚନା କେନ୍ଦ୍ରର ସହଯୋଗରେ ସୁପ୍ରିମକୋର୍ଟର ଇ-କମିଟି ମଧ୍ୟ ଏକ ବିଚାର ସର୍ଚ୍ଚ ପୋର୍ଟାଲ ସୃଷ୍ଟି କରିଛି। ଏହା ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସହାୟକ ହେବ। ଏହା ମାଧ୍ୟମରେ ୭୫ ଲକ୍ଷରୁ ଅଧିକ ଫିସଲା ମୁକ୍ତ ଏବଂ ସହଜରେ ଦିବ୍ୟାଙ୍ଗ ତଥା ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟାଗୋରଙ୍କ ଚୌକିକୁ ଅସମ୍ମାନ କରିଥିବା ଦାବିର ଉତ୍ତର ଦେଲେ ଶାହ

ନୂଆଦିଲ୍ଲୀ, ୯ା୨- ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବୀନ୍ଦ୍ରନାଥ ଟାଗୋରଙ୍କ ଚୌକିରେ ବସିଥିବା ଲୋକସଭାରେ ଦାବି କରିଥିଲେ କଂଗ୍ରେସ ଦଳର ନେତା...

ମାସ୍କ ପିନ୍ଧିବାକୁ ରାଜି ନୁହେଁ ତେଜସ୍ୱୀ!

ପାଟନା,୨୮ ।୧୧: କରୋନା ମହାମାରୀ ବୃଦ୍ଧିକୁ ଦେଖି ଏହାର ଗାଇଡଲାଇନ୍ ପାଳନ କରିବାକୁ ସରକାର କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପାଟନା ବିଧାନସଭାରେ...

୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ...

ନିର୍ଭୟା ମାମଲା: ଖାରଜ ହେଲା ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୩୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରଙ୍କୁ ଲାଗିଛି ଆଉ ଏକ ଝଟକା। ଗୁରୁବାର ସୁପ୍ରିମକୋର୍ଟ ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରି...

ଚାଇନାର ଦାଦାଗିରି: ପୂର୍ବ ଲଦାଖରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଲଦାଖ, ୩୧।୮: ସୀମାରେ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ପରଲୋକରେ ଶୋକବ୍ୟକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୭: ଭେଟେରାନ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ପରେ କେରଳ କଂଗ୍ରେସ ରାଜ୍ୟ...

ଫିଲ୍ମ ଷ୍ଟାଇଲ୍‌ରେ ଛାଡ଼ପତ୍ର ଦାବି କଲେ ମହିଳା

ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍‌ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ...

ଅମର୍ତ୍ତ୍ୟ ସେନ୍‌ଙ୍କୁ ଭାଜପାର ସମାଲୋଚନା

କୋଲକାତା,୭ା୭: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ‘ଜୟ ଶ୍ରୀରାମ’ ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ, ଏହା ଲୋକଙ୍କୁ ପିଟିବା ଲାଗି ଉଦ୍ଦିଷ୍ଟ...

Advertisement
Archives

Model This Week