ଆମାଜନ ସପକ୍ଷରେ ରାୟ

ମୁମ୍ବାଇ, ୭।୮: ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ନେଇ ରିଲାଏନ୍ସ ସହ ୨୪,୭୧୩ କୋଟି ଟଙ୍କାର ଡିଲ୍‌କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଆମାଜନ ସପକ୍ଷରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌ ଆଗକୁ ବଢ଼ିବା କଷ୍ଟସାଧ୍ୟ ହୋଇପଡ଼ିଛି। ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣିକରି ସିଙ୍ଗାପୁର ଜରୁରିକାଳୀନ ମଧ୍ୟସ୍ଥତା ଅଦାଲତଙ୍କ ନିଷ୍ପତ୍ତି ଠିକ୍‌ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟସ୍ଥତା ଅଦାଲତ ଆମାଜନ ସପକ୍ଷରେ ଅନ୍ତରୀଣ ରାୟ ଦେଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିବା ଫଳରେ ଆମାଜନକୁ ଏକ ବଡ଼ ଆଶ୍ୱସ୍ତି ମିଳିଥିବା କୁହାଯାଉଛି। ଜଷ୍ଟିସ ଆର୍‌.ଏଫ୍‌. ନରିମାନ ଏବଂ ଜଷ୍ଟିସ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁଲାଇ ୨୯ରେ ଏହି ମାମଲାର ଶୁଣାଣିକରି ରାୟ ସଂରକ୍ଷିତ ରଖିଥିଲେ। ଫ୍ୟୁଚର ରିଟେଲ ଲିମିଟେଡ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ ଏବଂ ଆମାଜନ ପକ୍ଷରୁ ଗୋପାଲ ସୁବ୍ରମଣ୍ୟନ ମାମଲା ଲଢୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହି ଡିଲ୍‌ ଲାଗି ଫ୍ୟୁଚର ଗ୍ରୁପ୍‌ର ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିଲା। କମ୍ପାନୀ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ହାତକୁ ଟେକିଦେବା ଲାଗି କିଶୋର ବିୟାନୀ ମନ ବଳାଇ ସାରିଥିଲେ। ହେଲେ ଫ୍ୟୁଚର କୁପନରେ ୪୯% ଅଂଶଧନ ହାସଲ କରିଥିବା ଆମାଜନ ପ୍ରଥମେ ଚୁକ୍ତି ନିୟମ ଉଲ୍ଲଂଘନ ଅଭିଯୋଗରେ ଫ୍ୟୁଚର ଗ୍ରୁପ୍‌କୁ ଏକ ଆଇନଗତ ନୋଟିସ ଜାରି କରିଥିଲା। ପରେ ଏହି ଡିଲ୍‌ ବିରୋଧରେ ଆମାଜନ ସିଙ୍ଗାପୁରର ଜରୁରିକାଳୀନ ମଧ୍ୟସ୍ଥତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା।
ସେହି ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିବା ସହ ଏହି ଡିଲ୍‌ରେ ଆଗକୁ ନ ବଢ଼ିବା ଲାଗି ଫ୍ୟୁଚର ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହା ବିରୋଧରେ ଫ୍ୟୁଚର ଗ୍ରୁପ୍‌ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏକ ଆବେଦନ କରିଥିଲା। ଆମାଜନ ଅଯଥା ଏଥିରେ ହସ୍ତକ୍ଷେପ କରିଥିବା ଫ୍ୟୁଚର ଗ୍ରୁପ୍‌ ଅଭିଯୋଗ ଆଣିଥିଲା। ଆମାଜନକୁ ଏଥିରେ ହସ୍ତକ୍ଷେପ କରିବାକୁୁ କ୍ଷାନ୍ତ କରିପାରିବେ ନାହିଁ ବୋଲି କୋର୍ଟ ପ୍ରଥମେ କହିଥିଲେ। ଏହି ଘଟଣାକୁ ବିଚାର କରିବା ଲାଗି ସିଙ୍ଗାପୁର ମଧ୍ୟସ୍ଥତା ଅଦାଲତ ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଦିଲ୍ଲୀ ହାଇକୋର୍ଟର ଏକକ ବେଞ୍ଚ ଆମାଜନର ଆବେଦନକୁ ବିଚାରକରି ଫ୍ୟୁଚର ରିଟେଲ, ରିଲାଏନ୍ସ ରିଟେଲ ଏବଂ କିଶୋର ବିୟାନୀଙ୍କୁ ପ୍ରଥମେ ନୋଟିସ ଜାରି କରିଥିଲେ। ଏଭଳି ସ୍ଥିତିରେ ସିଙ୍ଗାପୁର ମଧ୍ୟସ୍ଥତା ଅଦାଲତଙ୍କ ନିଷ୍ପତ୍ତିକୁ ଠିକ୍‌ ଦର୍ଶାଇ ଡିଲ୍‌ରେ ଆଗକୁ ନ ବଢିବା ଲାଗି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜେ.ଆର୍‌.ମିଧାଙ୍କ ଏକକ ଜଜ୍‌ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ହାଇକୋର୍ଟର ୨ ବିଚାରପତିଙ୍କ ଖଣ୍ଡପୀଠ ଫ୍ୟୁଚର ଗ୍ରୁପ୍‌କୁ ଆଗକୁ ବଢିବା ନେଇ ସବୁଜ ସଙ୍କେତ ଦେଇଦେଲେ। ଏହି ଶୁଣାଣି ବିରୋଧରେ ଆମାଜନ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଚଳିତ ବର୍ଷ ଫେବୃୟାରୀରେ ଏନ୍‌ସିଏଲ୍‌ଟିରେ ଆବେଦନ କରିବା ଲାଗି ଫ୍ୟୁଚର ଗ୍ରୁପ୍‌କୁ ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ମିଳିଥିଲା। ମାତ୍ର ଡିଲ୍‌କୁ ଚୂଡାନ୍ତ କରିବାରେ ଏନ୍‌ସିଏଲ୍‌ଟିକୁ ବାରଣ କରାଯାଇଥିଲା।
ସର୍ବୋଚ୍ଚ ଅଦାଲତଙ୍କ ବର୍ତ୍ତମାନର ନିଷ୍ପତ୍ତି ଦ୍ୱାରା ଉଭୟ ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସାରା ଦେଶରେ ଫ୍ୟୁଚର ରିଲେଟର ୧୭୦୦ ଷ୍ଟୋର ରହିଛି। କ୍ଷତିରେ ଚାଲୁଥିଲେ ମଧ୍ୟ ଫ୍ୟୁଚର ଗ୍ରୁପ୍‌କୁ କିଶୋର ବିୟାନୀ ରିଲାଏନ୍ସକୁ ବିକ୍ରି କରିପାରିବେ ନାହିଁ। ଡିଲ୍‌କୁ ବଞ୍ଚାଇବା ଲାଗି ସମସ୍ତ ପ୍ରକାର ବିକଳ୍ପକୁ ଧ୍ୟାନରେ ରଖାଯିବ ବୋଲି ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସିଙ୍ଗାପୁର ଅଦାଲତରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଏହି ପ୍ରକ୍ରିୟା ବିଫଳ ହେଲେ ଫ୍ୟୁଚର ଗ୍ରୁପ୍‌ ଲିକ୍ୟୁଡେଶନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ। ଏହାଦ୍ୱାରା ସାରା ଦେଶର ୫୦ ହଜାର କର୍ମଚାରୀ ଏବଂ ୬ ହଜାର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ଭେଣ୍ଡର କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ଶୁଣାଣି ପରେ ରିଲାଏନ୍ସର ଷ୍ଟକ୍‌ କାରବାର ପ୍ରାୟ ୨% ଖସିଛି। ସେହିଭଳି ଫ୍ୟୁଚର ଗ୍ରୁପ୍‌ର ଶେୟାର କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ଜିଓ ମାର୍ଟ ବର୍ତ୍ତମାନ ଘରୋଇ ବଜାରରେ ପ୍ରବେଶ କରିସାରିଛି। ଏହା ଜେଫ୍‌ ବେଜୋସଙ୍କ ଆମାଜନକୁ କଡା ଟକ୍କର ଦେବ ବୋଲି ବଜାର ବିଶେଷଜ୍ଞ କୁହନ୍ତି। ଏହି ୨ ବ୍ୟକ୍ତିବିଶେଷ ଭାରତରେ ଇ-କମର୍ସ କାରବାରରେ ପତିଆରା ଜମାଇବା ଲାଗି ଲାଗି ପଡିଥିବା ବେଳେ ଏହି ସମୟରେ ଏଭଳି ଏକ ନିଷ୍ପତ୍ତି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?