Posted inଜାତୀୟ

ବିଚାରପତି ଗଣେଦିଓ୍ବାଲାଙ୍କ ଇସ୍ତଫା

ମୁମ୍ବାଇ,୧୨ା୨: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ପ୍ରସଙ୍ଗରେ ଲଗାତର ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ‘ସ୍କିନ୍‌-ଟୁ-ସ୍କିନ୍‌ କଣ୍ଟାକ୍ଟ’ ରାୟକୁ ନେଇ ଚର୍ଚ୍ଚିତ ଓ ସମାଲୋଚିତ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗଣେଦିଓ୍ବାଲା ଶେଷରେ ଚାକିରି ଛାଡ଼ିଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ଗଣେଦିଓ୍ବାଲା ଗୁରୁବାର ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି। ଅତିରିକ୍ତ ବିଚାରପତି ରୂପେ ତାଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହେଉଥିବାବେଳେ ସୁପ୍ରିମକୋର୍ଟ ଚାକିରି ଅବଧି ବୃଦ୍ଧି କରି ନ ଥିଲେ କି ପଦୋନ୍ନତି ମଧ୍ୟ ଦେଇ ନ ଥିଲେ।
ଜାନୁୟାରୀ ୧୬ରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଗଣେଦିଓ୍ବାଲାଙ୍କୁ ସ୍ଥାୟୀ ଜଜ୍‌ ରୂପେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ତେବେ ୨୦୨୧ ଜାନୁୟାରୀରେ ଜଷ୍ଟିସ୍‌ ଗଣେଦିଓ୍ବାଲା ୩ଟି ମହିଳା ବିରୋଧୀ ରାୟ ଦେଇ ବିବାଦୀୟ ହୋଇଥିଲେ। ଏଥିଯୋଗୁ ସୁପ୍ରିମକୋର୍ଟ କଲେଜିୟମ୍‌ ପରବର୍ତ୍ତୀ ସମୟରେ ସୁପାରିସ ପ୍ରତ୍ୟାହାର କରିଥିଲେ। ଅର୍ଥାତ୍‌ ଗଣେଦିଓ୍ବାଲାଙ୍କୁ ୨୦୨୨ ଫେବୃୟାରୀ ୧୨ରୁ ଜିଲା ସେସନ୍ସ ଜଜ୍‌ ଭାବେ ପଦାବନତି ମିଳିଥାଆନ୍ତା। ଫଳରେ ସେ ବାଧ୍ୟ ହୋଇ କାର୍ଯ୍ୟକାଳ ଶେଷ ହେବାର ଦିନକ ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ମାମଲା ନଂ.୧: ଜଣେ ନାବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରି ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନାବାଳିକାଙ୍କ ସ୍ତନ ସ୍ପର୍ଶ କରିଥିବା ଦୋଷୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୨୧ ଜାନୁୟାରୀ ୧୯ରେ ଜଷ୍ଟିସ୍‌ ଗଣେଦିଓ୍ବାଲାଙ୍କ ଜଣିକିଆ ଖଣ୍ଡପୀଠ ରାୟରେ କହିଥିଲେ, ନାବାଳିକାଙ୍କ ବସ୍ତ୍ର ନ କାଢ଼ି ତାଙ୍କ ସ୍ତନକୁ ଛୁଇଁବା ପୋକ୍ସୋ ଆଇନ ବଳରେ ଦଣ୍ଡନୀୟ ନୁହେଁ। କାରଣ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ତାଙ୍କ ଚର୍ମକୁ ସ୍ପର୍ଶକରି ନାହାନ୍ତି। ଗଣେଦିଓ୍ବାଲା ଦୋଷୀଙ୍କ ୩ ବର୍ଷ ଜେଲ ଦଣ୍ଡାଦେଶକୁ ୧ ବର୍ଷ ପର୍ଯ୍ୟନ୍ତ ଖସାଇଦେଇଥିଲେ।
ମାମଲା ନଂ. ୨: ୨୦୨୧ ଜାନୁୟାରୀ ୨୮ରେ ଗଣେଦିଓ୍ବାଲା ଅନ୍ୟ ଏକ ମାମଲାର ରାୟରେ କହିଥିଲେ, ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟର ଜିପ୍‌ ଖୋଲିବା ପୋକ୍ସୋ ଆଇନ କିମ୍ବା ଉତ୍ତେଜିତ ଯୌନ ଅପରାଧ ପରିସରରେ ଆସୁନାହିଁ। ୫ ବର୍ଷୀୟା ଶିଶୁକନ୍ୟା ପ୍ରତି ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ସେସନ୍ସ କୋର୍ଟ ଅଭିଯୁକ୍ତ ଲିବ୍‌ନସ୍‌ କୁଜୁର୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ୫୦ ବର୍ଷୀୟ ଅଭିଯୁକ୍ତ ଉକ୍ତ ରାୟକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ଜଷ୍ଟିସ୍‌ ଗଣେଦିଓ୍ବାଲା ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନରୁ ଦୋଷମୁକ୍ତ କରିଥିଲେ।
ମାମଲା ନଂ. ୩: ତୃତୀୟ ମାମଲାରେ ଜଣେ ଦୋଷୀଙ୍କୁ ଅନୁରୂପ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିଥିଲେ। ୨୦୨୧ ଫେବୃୟାରୀରେ ଜଷ୍ଟିସ୍‌ ଗଣେଦିଓ୍ବାଲା ନିଜ ରାୟରେ କହିଥିଲେ, ପୀଡ଼ିତାଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ତାଙ୍କ ଶରୀରରେ କ୍ଷତ ନ ଥିବାରୁ ମହିଳା ଜଣକ ଅପରାଧକୁ ବିରୋଧ କରି ନ ଥିଲେ ଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ବନ୍ଧ ସ୍ଥାପନ ହୋଇଥାଇପାରେ ବୋଲି ସେ ରାୟ ଦେଇଥିଲେ।

କ’ଣ କହିଥିଲେ ସୁପ୍ରିମକୋର୍ଟ

ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଗଣେଦିଓ୍ବାଲାଙ୍କ ରାୟ ଏକ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏହାସହ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ଶୀର୍ଷ ଅଦାଲତ ଗଣେଦିଓ୍ବାଲାଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ୨୦୨୧ ନଭେମ୍ବର ୧୮ରେ ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଅଭିଯୁକ୍ତ ଜଣେ ଶିଶୁକନ୍ୟାଙ୍କ ଚର୍ମ ସ୍ପର୍ଶ କରିଛନ୍ତି କି ନାହିଁ ତାହା ବଡ଼କଥା ନୁହେଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପୃକ୍ତ ବ୍ୟକ୍ତିଙ୍କ ଯୌନ ଇଚ୍ଛା। ମନ୍ଦ ଉଦ୍ଦେଶ୍ୟ ରଖି ଛୁଇଁବା ମଧ୍ୟ ଯୌନ ଉତ୍ପୀଡ଼ନ। ଆଇନର ଗଳାବାଟ ଦେଇ କୌଣସି ଅପରାଧୀଙ୍କୁ ଖସିଯିବାକୁ ଦିଆଯିବ ନାହିଁ କହି ଗଣେଦିଓ୍ବାଲାଙ୍କ ବିବାଦୀୟ ‘ସ୍କିନ୍‌-ଟୁ-ସ୍କିନ୍‌ କଣ୍ଟାକ୍ଟ’ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri