Posted inଜାତୀୟ

କୋଭିଡ୍‌ ବିରୋଧରେ ଲଢ଼େଇକୁ ଦୁର୍ବଳ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୧।୫ : ଦେଶରେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ କଂଗ୍ରେସ ଦୁର୍ବଳ କରୁଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭାଜପା ମୁଖ୍ୟ ଜେ. ପି. ନଡ୍ଡା ଲେଖିଥିବା ଚିଠିରେ ଏହା ଦର୍ଶାଇଛନ୍ତି। ଉକ୍ତ ଚିଠିରେ ନଡ୍ଡା ଉଲ୍ଲେଖ କରିଛନ୍ତି, ଛୋଟ ଚିନ୍ତାଧାରା ଓ ନକଲ ପାଇଁ କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ମନେ ରହିବେ।

କୋଭିଡ୍‌ ମ୍ୟାନେଜମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି। ମହାମାରୀ ସମୟରେ କଂଗ୍ରେସ ଓ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜନୀତି କରିଥିଲେ, ଯଦ୍ଦ୍ବାରା ଦୁର୍ବଳ ହୋଇଛି କୋଭିଡ୍‌ ବିରୋଧରେ ଚାଲିଥିବା ଲଢ଼େଇ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ମହାମାରୀ ସମୟରେ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆନ୍ତରିକ ପରାମର୍ଶ କରାଯାଇଥିଲା। ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡ଼ା ପ୍ରଶଂସା କରିଛନ୍ତି। ଗରିବ ଶ୍ରେଣୀଙ୍କୁ ପ୍ରାଥମିକତା ଦିଆଯାଉଛି।

ଭାରତରେ ପ୍ରସ୍ତୁତ ଟିକା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା କଂଗ୍ରେସ। ଲକ୍‌ଡାଉନକୁ ବିରୋଧ କରିଥିଲେ ରାହୁଲ। କିନ୍ତୁ ପରେ ଲକଡାଉନ ପାଇଁ ଦାବି କରିଥିଲେ। ବିକ୍ଷୋଭ ଆୟୋଜନ କରିବା ସହ ସୁପରସ୍ପ୍ରେଡର ଇଭେଣ୍ଟରେ ଯୋଗ ଦେବା ପରେ କୋଭିଡ୍‌ ଗାଇଡ୍‌ଲାଇନ ସମ୍ପର୍କରେ ପ୍ରଶ୍ନ କରୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନଡ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଜେଲରେ ରହି ସେ ସେହିଠାରୁ ହିଁ ଶାସନ କ୍ଷମତା ପରିଚାଳନା କରୁଛନ୍ତି।...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri