
ନୂଆଦିଲ୍ଲୀ,୨୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତା ବଜାୟ ରଖିବା ପାଇଁ ଭାଜପା ଲାଗିପଡିଛି। ଦଳର ହେବିଓ୍ବେଟ୍ ନେତାମାନେ ୟୁପିରେ ଡେରା ପକାଉଛନ୍ତି। ଏହି କ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଦୁଇ ଦିନିଆ ୟୁପି ଗସ୍ତରେ ଯିବେ।
ଗସ୍ତରେ ଗୋରଖପୁର ଓ କାନପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ଅପରାହ୍ନ ୧୨ଟା ୧୫ରେ ସେ ଗୋରଖପୁର ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଅପରାହ୍ନ ୩ଟାରେ ଚମ୍ପା ଦେବୀ ପାର୍କରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରିବେ।
ନଭେମ୍ବର ୨୩ରେ କାନପୁର ଗସ୍ତ କରିବେ । ସେଠାରେ ବାବା ନାମଦେବ ଗୁରୁଦ୍ବାର ଦର୍ଶନ ପରେ ଏକ ଦଳୀୟ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ । ଏହା ସହିତ ୭ ଜିଲା କାର୍ଯ୍ୟାଳୟ ମଧ୍ୟ ଉଦ୍ଘାଟିତ ହେବ । ଏହାପରେ ଅପରାହ୍ନ ୨ଟାରେ କାନପୁରର ରେଲୱେ ଗ୍ରାଉଣ୍ଡରେ ଆୟୋଜିତ ସଭାପତି ସମ୍ମିଳନୀକୁ ସମ୍ବୋଧିତ କରିବେ ବୋଲି କୁହାଯାଉଛି।