ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ କୃଷ୍ଣ ଓ ରାଧାଙ୍କ ନିକଟରେ ଅବିର ଅର୍ପଣ କରାଯାଇ ରାଧାକୃଷ୍ଣ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଉତ୍ସବ ମୁଖରିତ ହୋଇଥାଏ। ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ଘରେ ଘରେ ମହାପ୍ରଭୁ ପ୍ରସାଦ ପାଇଁ ବିଜେ କରିଥାନ୍ତି। ରଥଯାତ୍ରାବେଳେ ଜଗତରନାଥ ଜଗନ୍ନାଥ ନିଜ ସିଂହାସନରୁ ବଡ଼ଦାଣ୍ଡକୁ ଯେପରି ଭାବେ ଓହ୍ଲାଇ ଆସିଥାନ୍ତି ଭକ୍ତବୃନ୍ଦଙ୍କୁ ଦର୍ଶନ ଦେବାପାଇଁ, ସେହିପରି ପ୍ରେମମୟ ଶ୍ରୀକୃଷ୍ଣ ଦୋଳ ଉତ୍ସବ ବେଳେ ଭକ୍ତମାନଙ୍କ ଘରକୁ ଯାଇଥାନ୍ତି ଭୋଗ ଖାଇ ସେମାନଙ୍କୁ କୃପା ପ୍ରଦାନ କରିବା ପାଇଁ।
ଐତିହ୍ୟ ପରମ୍ପରାର ରାଷ୍ଟ୍ର ଭାରତରେ ବହୁ ପ୍ରାଚୀନ କାଳରୁ ହୋଲି ଓ ଦୋଳ ପର୍ବ ପାଳିତ ହୋଇଆସୁଛି। ଭଗବାନ୍‌ କୃଷ୍ଣ ମଧ୍ୟ ଶ୍ରୀରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ସେହିପରି ଫାଲ୍‌ଗୁନ ପୂର୍ଣ୍ଣିମା ଦିନ ପାଳନ ହେଉଥିବା ଦୋଳ ପର୍ବ ଓଡ଼ିଶାର ପରମ୍ପରା ଓ ଇତିହାସ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ପଞ୍ଚଦୋଳ ଏବଂ ଦୋଳପୂର୍ଣ୍ଣିମା ପରେ ମଧ୍ୟ କେତେକ ସ୍ଥାନରେ ଏହି ପର୍ବ ପାଳିତ ହୋଇଥାଏ। ଦୋଳପର୍ବରେ ରାଧାଗୋବିନ୍ଦଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ। ଭଗବାନ୍‌ କୃଷ୍ଣ ଏବଂ ରାଧାଙ୍କୁ ସୁସଜ୍ଜିତ ବିମାନରେ ବୁଲାଯାଇଥାଏ। ଫଗୁ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଦୋଳପୂର୍ଣ୍ଣିମାରେ ଶେଷ ହୋଇଥାଏ। ଦୋଳ ଉତ୍ସବ ହିନ୍ଦୁ ସମାଜକୁ ଏକତା, ସଙ୍ଗଠନ, ଧର୍ମରକ୍ଷା, ତ୍ୟାଗ, ତପସ୍ୟା ଓ ଐତିହାସିକ ପରମ୍ପରାକୁ ସୁରକ୍ଷା ଦେବା ଲାଗି ସର୍ବଦା ତପତ୍ର ରହିବାକୁ ଶିକ୍ଷା ଦେଇଥାଏ।
ଦୋଳଯାତ୍ରାର ପ୍ରଥମ ଦିନକୁ ଫଗୁ ଦଶମୀ କୁହାଯାଇଥାଏ। ଏହା ପରଠାରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଚାଚେରୀ ଲୀଳା ଆରମ୍ଭ ହୋଇଥାଏ। ଫଗୁ ଦଶମୀ ଦିନ ଦୋଳବିମାନରେ ମଦନମୋହନ ଓ ଲକ୍ଷ୍ମୀ, ସରସ୍ବତୀ ଦୋଳବେଦିକୁ ବିଜେ କରିଥାନ୍ତି। ଏମାନେ ପାଲିଙ୍କିରେ ବସି ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଲଭଙ୍କ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି। ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଦୋଳବେଦିରେ ପହଞ୍ଚତ୍ବା ପରେ ଫଗୁ ଲାଗି ହୋଇଥାଏ। ସେଠାରେ ସୁବାସିତ ପୁଷ୍ପ ଓ ଲାଲ୍‌ ବେଶରେ ପୂଜାର୍ଚ୍ଚନା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି।
ଓଡ଼ିଆ ଜନଜୀବନରେ ହୋଲିର ସ୍ଥାନ ସ୍ବତନ୍ତ୍ର। ଏହି ଦିନ ବନ୍ଧୁ-ବନ୍ଧୁ, ଭାଇ-ଭାଇ ଏପରି କି ସବୁକ୍ଷେତ୍ରରେ ସମସ୍ତେ ହୋଲିର ରଙ୍ଗ ଭିତରେ ନିଜ ଜୀବନକୁ ରଙ୍ଗାୟିିତ କରିବା ପାଇଁ ଚେଷ୍ଟିତ ହୋଇଥାନ୍ତି। ଶ୍ରୀଚୈତନ୍ୟଦେବଙ୍କ ଜନ୍ମ ଦୋଳ ପୂର୍ଣ୍ଣିମାରେ ହୋଇଥିବାରୁ ଗୌଡ଼ୀୟ ମତାବଲମ୍ବୀ ଭକ୍ତଗଣ ଏହି ଦିନଟିକୁ ମହୋତ୍ସବର ଦିନ ରୂପେ ପାଳନ କରିଥାନ୍ତି। ଶ୍ରୀଚୈତନ୍ୟଙ୍କ ଉତ୍କଳ ଆଗମନ ପରେ ପରେ ଓଡ଼ିଶାରେ ଶ୍ରୀରାଧାକୃଷ୍ଣ ପୂଜା ଉତ୍ସବ ପାଳନ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ବା ହୋଲି ଆରମ୍ଭ ହେଉଥିଲେ ହେଁ ଦୋଳପୂର୍ଣ୍ଣିମା ଦିନ ମେଳଣ ସମାପ୍ତ ହୋଇଥାଏ । ଅବଶ୍ୟ ଦୋଳପୂର୍ଣ୍ଣିମା ପରେ କେତେକ ସ୍ଥାନରେ ମେଳଣ ମହୋତ୍ସବ ପାଳିତ ହୁଏ, ଏହାକୁ ଦଶ ଦୋଳ କୁହାଯାଏ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସୌହାର୍ଦ୍ଦ୍ୟର ପ୍ରତୀକ ହେଉଛି ହୋଲି ଖେଳ। କର୍ମବ୍ୟସ୍ତ ତେଲଲୁଣର ସଂସାର ହେଉ ବା କର୍ମକ୍ଷେତ୍ରର ଗୁରୁଦାୟିତ୍ୱ ଭିତରେ ପ୍ରାୟତଃ ସମସ୍ତେ କିଛି ସମୟ କାଢ଼ି ଥାଆନ୍ତି ରଙ୍ଗ ଓ ଆନନ୍ଦର ମହାପାର୍ବଣ ହୋଲିରେ ନିଜକୁ ସାମିଲ କରିବା ପାଇଁ। ସମ୍ପ୍ରତି ମାନବୀୟ ମୂଲ୍ୟବୋଧର ଏକ ସନ୍ଧିକ୍ଷଣରେ ପହଞ୍ଚତ୍ଥିବା ସମୟରେ ହୋଲିର ପବିତ୍ର ରଙ୍ଗ ସମସ୍ତଙ୍କ ଜୀବନର ଦାୟିତ୍ୱବୋଧକୁ ରଙ୍ଗାୟିତ କରୁ ଏତିକି କାମନା।

-ଯଶସ୍ବିନୀ ପଟ୍ଟନାୟକ , ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ, ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?