ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ କୃଷ୍ଣ ଓ ରାଧାଙ୍କ ନିକଟରେ ଅବିର ଅର୍ପଣ କରାଯାଇ ରାଧାକୃଷ୍ଣ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଉତ୍ସବ ମୁଖରିତ ହୋଇଥାଏ। ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ଘରେ ଘରେ ମହାପ୍ରଭୁ ପ୍ରସାଦ ପାଇଁ ବିଜେ କରିଥାନ୍ତି। ରଥଯାତ୍ରାବେଳେ ଜଗତରନାଥ ଜଗନ୍ନାଥ ନିଜ ସିଂହାସନରୁ ବଡ଼ଦାଣ୍ଡକୁ ଯେପରି ଭାବେ ଓହ୍ଲାଇ ଆସିଥାନ୍ତି ଭକ୍ତବୃନ୍ଦଙ୍କୁ ଦର୍ଶନ ଦେବାପାଇଁ, ସେହିପରି ପ୍ରେମମୟ ଶ୍ରୀକୃଷ୍ଣ ଦୋଳ ଉତ୍ସବ ବେଳେ ଭକ୍ତମାନଙ୍କ ଘରକୁ ଯାଇଥାନ୍ତି ଭୋଗ ଖାଇ ସେମାନଙ୍କୁ କୃପା ପ୍ରଦାନ କରିବା ପାଇଁ।
ଐତିହ୍ୟ ପରମ୍ପରାର ରାଷ୍ଟ୍ର ଭାରତରେ ବହୁ ପ୍ରାଚୀନ କାଳରୁ ହୋଲି ଓ ଦୋଳ ପର୍ବ ପାଳିତ ହୋଇଆସୁଛି। ଭଗବାନ୍‌ କୃଷ୍ଣ ମଧ୍ୟ ଶ୍ରୀରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ସେହିପରି ଫାଲ୍‌ଗୁନ ପୂର୍ଣ୍ଣିମା ଦିନ ପାଳନ ହେଉଥିବା ଦୋଳ ପର୍ବ ଓଡ଼ିଶାର ପରମ୍ପରା ଓ ଇତିହାସ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ପଞ୍ଚଦୋଳ ଏବଂ ଦୋଳପୂର୍ଣ୍ଣିମା ପରେ ମଧ୍ୟ କେତେକ ସ୍ଥାନରେ ଏହି ପର୍ବ ପାଳିତ ହୋଇଥାଏ। ଦୋଳପର୍ବରେ ରାଧାଗୋବିନ୍ଦଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ। ଭଗବାନ୍‌ କୃଷ୍ଣ ଏବଂ ରାଧାଙ୍କୁ ସୁସଜ୍ଜିତ ବିମାନରେ ବୁଲାଯାଇଥାଏ। ଫଗୁ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଦୋଳପୂର୍ଣ୍ଣିମାରେ ଶେଷ ହୋଇଥାଏ। ଦୋଳ ଉତ୍ସବ ହିନ୍ଦୁ ସମାଜକୁ ଏକତା, ସଙ୍ଗଠନ, ଧର୍ମରକ୍ଷା, ତ୍ୟାଗ, ତପସ୍ୟା ଓ ଐତିହାସିକ ପରମ୍ପରାକୁ ସୁରକ୍ଷା ଦେବା ଲାଗି ସର୍ବଦା ତପତ୍ର ରହିବାକୁ ଶିକ୍ଷା ଦେଇଥାଏ।
ଦୋଳଯାତ୍ରାର ପ୍ରଥମ ଦିନକୁ ଫଗୁ ଦଶମୀ କୁହାଯାଇଥାଏ। ଏହା ପରଠାରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଚାଚେରୀ ଲୀଳା ଆରମ୍ଭ ହୋଇଥାଏ। ଫଗୁ ଦଶମୀ ଦିନ ଦୋଳବିମାନରେ ମଦନମୋହନ ଓ ଲକ୍ଷ୍ମୀ, ସରସ୍ବତୀ ଦୋଳବେଦିକୁ ବିଜେ କରିଥାନ୍ତି। ଏମାନେ ପାଲିଙ୍କିରେ ବସି ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଲଭଙ୍କ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି। ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଦୋଳବେଦିରେ ପହଞ୍ଚତ୍ବା ପରେ ଫଗୁ ଲାଗି ହୋଇଥାଏ। ସେଠାରେ ସୁବାସିତ ପୁଷ୍ପ ଓ ଲାଲ୍‌ ବେଶରେ ପୂଜାର୍ଚ୍ଚନା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି।
ଓଡ଼ିଆ ଜନଜୀବନରେ ହୋଲିର ସ୍ଥାନ ସ୍ବତନ୍ତ୍ର। ଏହି ଦିନ ବନ୍ଧୁ-ବନ୍ଧୁ, ଭାଇ-ଭାଇ ଏପରି କି ସବୁକ୍ଷେତ୍ରରେ ସମସ୍ତେ ହୋଲିର ରଙ୍ଗ ଭିତରେ ନିଜ ଜୀବନକୁ ରଙ୍ଗାୟିିତ କରିବା ପାଇଁ ଚେଷ୍ଟିତ ହୋଇଥାନ୍ତି। ଶ୍ରୀଚୈତନ୍ୟଦେବଙ୍କ ଜନ୍ମ ଦୋଳ ପୂର୍ଣ୍ଣିମାରେ ହୋଇଥିବାରୁ ଗୌଡ଼ୀୟ ମତାବଲମ୍ବୀ ଭକ୍ତଗଣ ଏହି ଦିନଟିକୁ ମହୋତ୍ସବର ଦିନ ରୂପେ ପାଳନ କରିଥାନ୍ତି। ଶ୍ରୀଚୈତନ୍ୟଙ୍କ ଉତ୍କଳ ଆଗମନ ପରେ ପରେ ଓଡ଼ିଶାରେ ଶ୍ରୀରାଧାକୃଷ୍ଣ ପୂଜା ଉତ୍ସବ ପାଳନ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ବା ହୋଲି ଆରମ୍ଭ ହେଉଥିଲେ ହେଁ ଦୋଳପୂର୍ଣ୍ଣିମା ଦିନ ମେଳଣ ସମାପ୍ତ ହୋଇଥାଏ । ଅବଶ୍ୟ ଦୋଳପୂର୍ଣ୍ଣିମା ପରେ କେତେକ ସ୍ଥାନରେ ମେଳଣ ମହୋତ୍ସବ ପାଳିତ ହୁଏ, ଏହାକୁ ଦଶ ଦୋଳ କୁହାଯାଏ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସୌହାର୍ଦ୍ଦ୍ୟର ପ୍ରତୀକ ହେଉଛି ହୋଲି ଖେଳ। କର୍ମବ୍ୟସ୍ତ ତେଲଲୁଣର ସଂସାର ହେଉ ବା କର୍ମକ୍ଷେତ୍ରର ଗୁରୁଦାୟିତ୍ୱ ଭିତରେ ପ୍ରାୟତଃ ସମସ୍ତେ କିଛି ସମୟ କାଢ଼ି ଥାଆନ୍ତି ରଙ୍ଗ ଓ ଆନନ୍ଦର ମହାପାର୍ବଣ ହୋଲିରେ ନିଜକୁ ସାମିଲ କରିବା ପାଇଁ। ସମ୍ପ୍ରତି ମାନବୀୟ ମୂଲ୍ୟବୋଧର ଏକ ସନ୍ଧିକ୍ଷଣରେ ପହଞ୍ଚତ୍ଥିବା ସମୟରେ ହୋଲିର ପବିତ୍ର ରଙ୍ଗ ସମସ୍ତଙ୍କ ଜୀବନର ଦାୟିତ୍ୱବୋଧକୁ ରଙ୍ଗାୟିତ କରୁ ଏତିକି କାମନା।

-ଯଶସ୍ବିନୀ ପଟ୍ଟନାୟକ , ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ, ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri