Posted inଖେଳ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପରେ ଲାଗିଲା ବଡ଼ ଝଟ୍‌କା, ଆଉ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୦।୨: ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା ପୂର୍ବରୁ ଅନେକ ଖେଳାଳି ଆଘାତ କାରଣରୁ ବାଦ୍‌ ପଡିଛନ୍ତି। ଏବେ ଆହତ ଖେଳାଳିଙ୍କ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି। ସେ ହେଲେ ଜାକବ ବେଥେଲ। ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଏହା ନିଶ୍ଚିତ କରିଛନ୍ତି।
ବଟଲର୍‌ କହିଛନ୍ତି ଯେ ଜାକବ ବେଥେଲଙ୍କ ହାମଷ୍ଟ୍ରିଙ୍ଗ ଆଘାତ ଲାଗିଛି ଏବଂ ସେ ଚାମ୍ପିଅନ୍ସ ଟ୍ରଫିରେ ଖେଳିବେ ନାହିଁ। ବେଥେଲ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ମଧ୍ୟ ଖେଳି ନ ଥିଲେ। ଏହି ମ୍ୟାଚ୍‌ରେ ଇଂଲଣ୍ଡର ପରାଜୟ ପରେ ଖେଳାଳି ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାହାର ହୋଇଯାଇଥିଲେ। ଟମ୍‌ ବାଣ୍ଟନ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳକୁ ଫେରିଛନ୍ତି। ଏହି ଖେଳାଳି ସମ୍ପ୍ରତି ଦୁବାଇରେ ILT୨୦ ଖେଳୁଥିଲେ, ଯେଉଁଠାରେ ସେ ଦୁଇଟି ଶତକ ହାସଲ କରିଥିଲେ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳ:
ଫିଲ୍‌ ସଲ୍ଟ, ବେନ୍‌ ଡକେଟ୍‌, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ, ଜେମି ଓଭରଟନ୍‌, ଗସ୍‌ ଆଟକିନସନ୍‌, ଆଦିଲ ରଶିଦ୍‌, ମାର୍କ ଉଡ୍‌, ସାକିବ୍‌ ମହମୁଦ୍‌, ଜେମି ସ୍ମିଥ, ଟମ୍‌ ବାଣ୍ଟନ୍‌, ବ୍ରାଇଡନ କାର୍ସେ ଏବଂ ଜୋଫ୍ରା ଆର୍ଚର
ଜ୍ୟାକବ ବେଥେଲଙ୍କ ସ୍ଥାନରେ ଇଂଲଣ୍ଡ ଦଳରେ ଯୋଗ ଦେଇଥିବା ଟମ ବାଣ୍ଟନ ମଧ୍ୟ ଜଣେ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ସମ୍ପ୍ରତି ଦୁବାଇରେ ବହୁତ କ୍ରିକେଟ ଖେଳିଛନ୍ତି। ସେ ଏମିରେଟ୍ସ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି-୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ, ଯେଉଁଠାରେ ସେ ୫୪.୭୭ ହାରରେ ୪୯୩ ରନ କରିଥିଲେ। ତାଙ୍କ ବ୍ୟାଟରୁ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ଆସିଥିଲା। ଏହି ଖେଳାଳି ୨୧ଟି ଛକା ମାରିଥିଲେ।
କହିରଖୁଛୁ, ଏଯାବତ ଚାମ୍ପିଅନ୍ସ ଟ୍ରଫିରୁ ମୋଟ ୮ ଜଣ ବଡ଼ ଖେଳାଳି ବାଦ୍‌ ପଡ଼ିଛନ୍ତି। ପାକିସ୍ତାନର ସାମ ଆୟୁବ ଆଘାତ ଯୋଗୁ ଟୁର୍ନାମେଣ୍ଟରେ ଖେଳିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନେରିକ୍‌ ନୋର୍ଖିଆ ଏବଂ ଜେରାଲ୍ଡ କୋଟ୍‌ଜିଆ ମଧ୍ୟ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ତାଙ୍କ ବ୍ୟତୀତ ଦୁଇ ଜଣ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ମଧ୍ୟ ବାହାରେ ଅଛନ୍ତି। ଜୋଶ ହାଜେଲଉଡ ଏବଂ ଅଧିନାୟକ ପ୍ୟାଟ୍‌ କମିନ୍ସ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ଖେଳିବେ ନାହିଁ। ଏହି ଦୁଇଜଣଙ୍କ ବ୍ୟତୀତ, ମାର୍କସ ଷ୍ଟୋଇନିସ ହଠାତ ODI ଫର୍ମାଟକୁ ବିଦାୟ  ନେଇଛନ୍ତି, ଏଣୁ ସେ ମଧ୍ୟ ଟୁର୍ନାମେଣ୍ଟରେ ନ ଖେଳିବା ସ୍ପଷ୍ଟ ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?