Posted inଖେଳ

ଏହି ଦେଶର ମୁଖ୍ୟ କୋଚ୍‌ ହେବେ ଜଣ୍ଟି ରୋଡ୍ସ

ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସ୍ବିଡେନ କ୍ରିକେଟ୍‌ ପକ୍ଷରୁ ଗୁରୁବାର ଏହା ସ୍ପଷ୍ଟ କରାଯାଇଛି। ଆଇପିଏଲ୍‌ ୧୩ତମ ସଂସ୍କରଣ ପରେ ୫୧ ବର୍ଷୀୟ ଜଣ୍ଟି ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୧୯୯୦ ଦଶକରେ ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଜଣ୍ଟି ବର୍ତ୍ତମାନ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ଫିଲ୍ଡିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହି ନୂଆ ଭୂମିକାକୁ ନେଇ ଜଣ୍ଟି ବେଶ୍‌ ରୋମାଞ୍ଚିତ ରହିଛନ୍ତି। ‘ମୋ ପରିବାର ସହିତ ସ୍ବିଡେନ ଯିବାକୁ ଏବଂ ସେଠାରେ କାମ କରିବାକୁ ଉତ୍ସାହିତ ରହିଛି। ଠିକ୍‌ ସମୟରେ ମୋତେ ଏହି ଦାୟିତ୍ୱ ମିଳିଛି’ ବୋଲି ଜଣ୍ଟି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଚମତ୍କାର ଫିଲ୍ଡିଂ ଲାଗି ପରିଚିତ ରୋଡ୍ସ ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୨ ଟେଷ୍ଟ ଓ ୨୪୫ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟରେ ସେ ୨,୫୩୨ ଓ ଦିନିକିଆରେ ୫,୯୩୫ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri