କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ ତାଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି। ୟୁ.ଏସ୍. ଆଣ୍ଟି ଡୋପିଙ୍ଗ ଏଜେନ୍ସି (ୟୁସାଡା) ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି। କେନିଆରେ ଜନ୍ମିତ ଏହି ୨୯ବର୍ଷୀୟଙ୍କ ଅସ୍ବାଭାବିକ ଫଳାଫଳ ଯୋଗୁ ତାଙ୍କର ଡୋପ୍ ଟେଷ୍ଟ କରାଯାଇଥିଲା।
ଜୋନା କୋଚ୍ ଏରିଥ ପୋପେଟିନ୍ ଭଳି ବ୍ଲଡ ବୁଷ୍ଟିଂ ଡ୍ରଗ୍ସ(ଇପିଓ) ବ୍ୟବହାର କରୁଥିଲେ। କୋଚ୍ ଆମେରିକା କଲେଜରେ ପପାଠ ପଢ଼ିବା ପାଇଁ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ଦେଶର ନାଗରିକ ପାଲଟିଯାଇଥିଲେ। ୟୁଏସ୍ ଅର୍ମିର ଓ୍ବାଲର୍ଡ କ୍ଲାସ ଆଥଲେଟ୍ ପ୍ରୋଗ୍ରାମ୍ ପାଇଁ ସେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିଲେ।
ଗତବର୍ଷ ଜାତୀୟ ପ୍ରତିଯୋଗିତାରେ ତାଙ୍କର ଜାତୀୟ ଶ୍ରେଷ୍ଠ ଟାଇମିଂ ୩ ମିନିଟ୍, ୩୦.୧୭ ସେକେଣ୍ଡ ରହିଥିଲା। ପରେ ସେ ବିଶ୍ୱ ପ୍ରତିଯୋଗିତାରେ ଭାଗ ନେଇ ୧୩ତମ ସ୍ଥାନ ଅଧିକାର କରିଥିଲେ। ୟୁସାଡା କହିଛିଜୋନା କୋଚ୍ଙ୍କଠାରୁ ଅସ୍ବାଭାବିକ ସାମ୍ପଲ ଜାତୀୟ ପ୍ରତିଯୋଗିତା ସମୟରେ ସଂଗ୍ରହ କରାଯାଇଥିଲା। ତାଙ୍କ ବାସନ୍ଦ ଦଣ୍ଡ ମିଆନ ୨୦୨୯ ଜୁଲାଇରେ ଶେଷ ହେବ। ଫଳତଃ ସେ ୨୦୨୮ ଏସ୍ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ।

