ରାଜଧାନୀରେ ଝଲସିବ ଯୋଧପୁର ରାଜପ୍ରାସାଦ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ମା’ ଜଗଜ୍ଜନନୀଙ୍କ ଆବାହନ ପାଇଁ ଏବେଠୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ବାରି ହୋଇପଡୁଛି। ସମସ୍ତେ ମା’ଙ୍କ ଧରାବତରଣ ପାଇଁ ଚାହିଁ ବସିଛନ୍ତି। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ମଧ୍ୟ ଜୋର୍‌ଦାର କରାଯାଇଛି। ୨୨ ବର୍ଷ ପୂରଣ କରିଥିବା ବରମୁଣ୍ଡା ଦୂର୍ଗାପୂଜା କମିଟି ଏଥର ୨୩ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷର ପୂଜା ବ୍ୟୟ ଅଟକଳ ୨୫ରୁ ୩୦ ଲକ୍ଷ ଟଙ୍କା ରହିଛି। ପ୍ରତିଥର ନୂଆ ନୂଆ ତୋରଣ କରି ସ୍ବତନ୍ତ୍ରତା ବଜାୟ ରଖୁଥିବା ଏହି ପୂଜା କମିଟି ଏଥର ଶ୍ରଦ୍ଧାଳୁଙ୍କୁ ରାଜସ୍ଥାନ ଯୋଧପୁର ରାଜପ୍ରସାଦ ଭେଟି ଦେଉଛି। ରାଜପୁତଙ୍କ ଐତିହ୍ୟର ଗାଥା ବହନ କରୁଥିବା ଏହି ତୋରଣରେ ଝଲସିବ ସହର। ୧୨୦ ଫୁଟ ଚଉଡା ଓ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ପାଇଁ ପଶ୍ଚିମବଙ୍ଗ ମେଦିନିପୁରର କାରିଗର ସୁବାଷ ମଣ୍ଡଳ ଓ ସାଥୀ ଲାଗିପଡ଼ିଛନ୍ତି। ସେହିପରି ମା’ଙ୍କ ପ୍ରତିମାର ଉଚ୍ଚତା ୧୪ ଫୁଟ ରହିବ। ଏହାକୁ କେନ୍ଦ୍ରାପଡ଼ା ମାର୍ଶାଘାଇର କାରିଗର ନିର୍ମାଣ କରୁଛନ୍ତି। ସୁନାର ଟିକା, ସିନ୍ଥି, କାନଫୁଲ ସହିତ ୧୫କେଜି ରୁପାରେ ସଜେଇ ହେବେ ମା’ ଦଶଭୂଜା। ସପ୍ତମୀରେ ପ୍ରାୟ ୩ହଜାର ଲୋକଙ୍କ ପାଇଁ ମାଗଣା ପ୍ରସାଦ ସେବନର ଆୟୋଜନ କରାଯାଇଥିବାବେଳେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସପ୍ତମୀରେ ନିମାପଡ଼ାର ପାରମ୍ପରିକ ଘୋଡ଼ାନାଚ ସହିତ ଅଷ୍ଟମୀରେ କଟକର ମେଲୋଡି ଏବଂ ନବମୀରେ ବ୍ରହ୍ମପୁରର ମେଲୋଡି ପରିବେଷଣ କରାଯିବ। ସେହିପରି ମୀନାବଜାର, ବିପଦମୁକ୍ତ ଦୋଳିର ବ୍ୟବସ୍ଥା ମଧ୍ୟ ରହିବ।
ଅପରପକ୍ଷେ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଫେରିବ ରାବଣ ପୋଡ଼ି। ୬୫ ଫୁଟ ରାବଣ ମୂର୍ତ୍ତି ତିଆରି ଦାୟିତ୍ୱ ନେଇଛନ୍ତି ପୁରୁଣା ଭୁବନେଶ୍ୱରର କାରିଗର। ସରକାରଙ୍କ ନିୟମ ଅନୁଯାୟୀ କମ୍‌ ଶବ୍ଦଯୁକ୍ତ ବାଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୭୦ଜଣ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ତଥା ସହାୟତା ପାଇଁ ମହିଳା ଭଲ୍ୟୁଣ୍ଟର ମଧ୍ୟ ରହିବେ। ମଣ୍ଡପ ଓ ଏହା ଆଖପାଖରେ ୧୦ ସିସିଟିଭି କ୍ୟାମେରା ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)/ଝାରସୁଗୁଡ଼ା (ଅଫିସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସୋମବାର ଝାରସୁଗୁଡ଼ା ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ...

ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ସଫଳ

ବାଲେଶ୍ୱର ଅଫିସ,୨୩ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର...

ପୂରା ହେଲା ଆକାଶରେ ଉଡ଼ିବାର ସ୍ବପ୍ନ: ବିମାନଯାତ୍ରାର ମଜା ନେଲେ ୪୮ ଦିବ୍ୟାଙ୍ଗ ଶିଶୁ, କିଶୋର

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବପ୍ନ ବାସ୍ତବ ରୂପ ନେଲା। ଆକାଶରେ ଉଡ଼ିବାର ଇଚ୍ଛା ପୂରଣ ହେଲା। ସମସ୍ତଙ୍କ ଆଖିରେ ଥିଲା ଚମକ, ମୁହଁରେ ଖୁସି, ଓଠରେ ହସ ଓ...

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ: କଟକରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮,...

ବେକରେ ଓଢ଼ଣୀ ଲଗାଇ ଛାତ୍ରୀଙ୍କ ଆମତ୍ହତ୍ୟା: ବାପା ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାପଡା,୨୧।୬(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁରସ୍ଥିତ ଏକ ମହାବିଦ୍ୟାଳୟର ଛାତ୍ରୀନିବାସରେ ଜଣେ +3 ପ୍ରଥମବର୍ଷ ବାଣିଜ୍ୟ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି।...

ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ...

ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଉଭୟ ଟିମ୍‌ ଶୁକ୍ରବାର ଓଡିଶା ପହଞ୍ଚିଛନ୍ତି। ସେଠାରୁ ଖେଳାଳି ବସ୍‌ ଯୋଗେ ହୋଟେଲ...

ଦୋଷ ଏଡାଉଛି କ୍ରୁଟ୍‌, କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ୱର, ୮।୮(ବ୍ୟୁରୋ): ପ୍ରବଳ ବର୍ଷାରେ ଶନିବାର ଖୋର୍ଦ୍ଧା ଜିଲା ଜଟଣୀରେ ‘ମୋ ବସ୍‌’ ବୁଡିବା ଘଟଣାକୁ ଗୁରୁତ୍ୱର ସହ ନେଉନି ଏହାର ପରିଚାଳନା ଦାୟିତ୍ୱରେ ଥିବା...

Advertisement
Archives

Model This Week