ଚାକିରି ସରକାରୀ, ଦେବେ ଘରୋଇ

ଭୁବନେଶ୍ବର, ୧୧ା୧୧(ବ୍ୟୁରୋ):ଓଡ଼ିଶାରେ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ଯେ ଠିକା ସଂସ୍ଥା ମାଧ୍ୟମରେ କରାଯାଉଥିବା ବିଷୟରେ ବୋଧହୁଏ ରାଜ୍ୟର ଅନେକ ଲୋକଙ୍କ ଜ୍ଞାତସାରରେ ନ ଥିବ। ସେଭଳି ଏକ ଘଟଣା ଦୃଷ୍ଟିକୁ ଆସିଛି। ଏଥିରେ କେତେ ପ୍ରକାର ଅନୀୟମିତତା ହେଉଥିବ ତାହା ଅନୁମାନ ଯୋଗ୍ୟ। ଓଡ଼ିଶା ଜେଲ ବିଭାଗ ପକ୍ଷରୁ ବିଭିନ୍ନ କାରାଗାରରେ ୪୦୩ ଓ୍ବାର୍ଡର ନିଯୁକ୍ତି ପାଇଁ ଠିକା ସଂସ୍ଥା ଚୟନ କରିବା ଲାଗି ନିକଟରେ ଶେଷ ହୋଇଥିବା ପ୍ରକ୍ରିୟା ଏହାର ଏକ ଉଦାହରଣ।
ସୂଚନାଯୋଗ୍ୟ, ରାଜ୍ୟରେ ଥିବା ବିଭିନ୍ନ କାରାଗାରଗୁଡ଼ିକରେ ୪୦୩ ଓ୍ବାର୍ଡର ନିଯୁକ୍ତି ପ୍ରକ୍ରିୟା ଲାଗି ଠିକା ସଂସ୍ଥା ଚୟନ କରିବାକୁ ପ୍ରିଜନ ଡାଇରେକ୍ଟରେଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାକୁ ଚାହୁଁଥିବା ଠିକା ସଂସ୍ଥାଗୁଡିକ ପାଇଁ ଗତ ୩୦ ଜୁଲାଇ ୨୦୨୨ ମଧ୍ୟରେ ଟେଣ୍ଡର ଦାଖଲର ସମୟସୀମା ଥିଲା। ହେଲେ ଟେଣ୍ଡର ପାଇଥିବା ସଂସ୍ଥା କେତେକ ଦସ୍ତାବିଜ ଦେଇ ଏହି କାର୍ଯ୍ୟ ହାତେଇଥିବା ଅଭିଯୋଗ ହେଉଛି। ଟେଣ୍ଡରରେ ଭାଗ ନେଇଥିବା ଅନ୍ୟ ଏକ ଠିକା ସଂସ୍ଥା ଇ-ମେଲ୍‌ ମାଧ୍ୟମରେ ଅଭିଯୋଗ କରିଥିବା ବିଷୟ ଧରିତ୍ରୀର ହସ୍ତଗତ ହୋଇଛି। ଯଦି ଠିକା ସଂସ୍ଥା ଦ୍ୱାରା ସରକାରୀ ପଦବୀର ନିଯୁକ୍ତି କରାଯାଉଛି ତେବେ ଏଥିରେ କେତେ ସ୍ବଚ୍ଛତା ରହୁଥିବ ତାହାକୁ ନେଇ ମଧ୍ୟ ଅନେକାଂଶରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଏପରି ସ୍ଥଳେ ଏହି ନିଯୁକ୍ତି ପ୍ରକ୍ରିୟା ଲାଗି ଟେଣ୍ଡର ହାତେଇଥିବା ଠିକା ସଂସ୍ଥାକୁ ନେଇ ମଧ୍ୟ ଏବେ ଅଭିଯୋଗ ଆସି ପହଞ୍ଚିଲାଣି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମଗାଯାଇଥିବା ତଥ୍ୟରୁ ଏହାର ଅନେକ ସତ୍ୟତା ଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଓ୍ବାର୍ଡର ପରୀକ୍ଷା ପାଇଁ ଏକ ବୋର୍ଡ ଗଠନ କରାଯାଇଥିଲା। ଏଥିରେ ଅତିରିକ୍ତ ଡିଜି ପ୍ରିଜନସ୍‌ ଦୀପ୍ତେଶ ପଟ୍ଟନାୟକ ଅଧ୍ୟକ୍ଷ ଅଛନ୍ତି। ଏମାନଙ୍କ ବ୍ୟତୀତ ସୀତାରାମ ପଟେଲ(ଓଏଏସ୍‌ ଅଫିସର୍‌) ଆଡିସନାଲ ଆଇଜି ଅଫ୍‌ ପ୍ରିଜନସ୍‌, ଅଶୋକ କୁମାର ବେଉରା(ଓଏସ୍‌ଏସ୍‌) ଡେପୁଟି ସେକ୍ରେଟାରୀ(ଗୃହ) ଜେଲ, କେ.ସି. ପଟ୍ଟନାୟକ ଏନ୍‌ଆଇସି ପ୍ରତିନିଧି, ଅଶୋକ କୁମାର ବାରିକ(ଓସିଏସି), ଶୁଭକାନ୍ତ ମିଶ୍ର ଡିଆଇଜି ଅଫ୍‌ ପ୍ରିଜନ(ମୁଖ୍ୟାଳୟ), ତପନ କୁମାର ପାତ୍ର ଓଏଫ୍‌ଏସ୍‌, ଅନୀଲ କୁମାର ସାହୁ (ଡେପୁଟି ଡାଇରେକ୍ଟର ଏମ୍‌ଜି(ଏପି ଆଣ୍ଡ ସିଏସ୍‌), ଚିତ୍ତରଞ୍ଜନ ନାଏକ(ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର), ସନ୍ତୋଷ କୁମାର ପ୍ରଧାନ(ଆଇ/ସି ସେକ୍ସନ ଅଫିସର ଏହି କମିଟିରେ ଆମନ୍ତ୍ରିତ ସଦସ୍ୟ ଅଛନ୍ତି। ଏହି ବୋର୍ଡ ଦ୍ୱାରା ପରୀକ୍ଷା ଲାଗି କରାଯାଇଥିବା ଟେଣ୍ଡର ପ୍ରକ୍ରିୟା ଚୟନର ମାପଦଣ୍ଡର ନିୟାମକ ପ୍ରସ୍ତୁତ ହୋଇଥାଏ। ହେଲେ ଏହି ବୋର୍ଡରେ କନ୍‌ସଲଟାଣ୍ଟ ଥିବା ସମସ୍ତ ଆଇଟି ଅଧିକାରୀଙ୍କ ଏହିପରି ପରୀକ୍ଷା କରାଇବାରେ ପୂର୍ବଦକ୍ଷତା ଅଛି କି ନାହିଁ ତାହା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ।
ସୂଚନାଯୋଗ୍ୟ, ଏହି ଓ୍ବାର୍ଡର ପରୀକ୍ଷା ପାଇଁ ଏସ୍‌ଆଇ(ସବ୍‌ ଇନସପେକ୍ଟର) ପୋଲିସ ରିକ୍ରୁଟମେଣ୍ଟ ଟେଣ୍ଡରର ଏଲିଜିବିଲିଟି କ୍ରାଇଟେରିଆକୁ ସମ୍ପୂର୍ଣ୍ଣ ନକଲ କରାଯାଇ ଟେଣ୍ଡର ଛପାଯାଇଛି। ଏହା ଆର୍‌ଟିଆଇ ଉତ୍ତରରୁ ସ୍ପଷ୍ଟ ଜଣାପଡୁଛି। ଯଦି ଓ୍ବାର୍ଡର ନିଯୁକ୍ତି ଲାଗି ସମାନ ମାନଦଣ୍ଡ ରଖାଯାଇଥିଲା ତେବେ ବୋର୍ଡ ଗଠନ କରି ସେଥିରେ ଏତେ ଲୋକ/ମେମ୍ବର ନେବାର କାରଣ କ’ଣ ରହିଛି ତାହା ସ୍ପଷ୍ଟ ହେଉନାହିଁ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏତଦ୍‌ ବ୍ୟତୀତ ୧ କୋଟିରୁ ଦେଢ କୋଟି ଟଙ୍କା ଠିକା ପାଇଁ ଆବେଦନ କରିଥିବା ସଂସ୍ଥାମାନଙ୍କର ୧୦ କୋଟିର ଟର୍ଣ୍ଣଓଭର ଦେଖାଇବାକୁ କୁହାଯାଇଯାଇଛି। ଏହାଦ୍ୱାରା ନିର୍ଦ୍ଦିଷ୍ଟ କୌଣସି ଠିକା ସଂସ୍ଥାକୁ ଲାଭ ଦେବାର ଉଦ୍ଦେଶ୍ୟ ଥିବା ଭଳି ମନେ ହେଉଛି। କାରଣ ଏହା ସିଭିସି(ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ) ଗାଇଡଲାଇନର ଉଲ୍ଲଂଘନ ହେଉଛି।
ଏହି ଟେଣ୍ଡର ପ୍ରକ୍ରିୟାରେ ୬ଟି ସର୍ବଭାରତୀୟ ସଂସ୍ଥା ଯଥା ଆପ୍‌ଟେକ ଲିମିଟେଡ୍‌, ସିଲିକନ ଟେକ୍‌ ଲାବ୍‌ ପ୍ରାଇଭେଟ ଲିମିଟେଡ୍‌, ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲଟାଣ୍ଟ ଇଣ୍ଡିଆ ଲିଃ, ଡାଇଭରସିଫାଏଡ୍‌ ବିଜ୍‌ନେସ୍‌ ସଲ୍ୟୁସନ ପ୍ରାଇଭେଟ ଲିଃ, ଓ୍ବି ସାଇନ ଟେକ୍‌ ପ୍ରାଇଭେଟ ଲିଃ, ଏଜୁ ଟେଷ୍ଟ ସଲ୍ୟୁସନ ଭାଗ ନେଇଥିଲେ। ହେଲେ ଏଗୁଡିକ ମଧ୍ୟରୁ କେବଳ ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲଟାଣ୍ଟସ୍‌(ଆଇ) ଲିଃ ହେଉଛି ଏକମାତ୍ର ରାଷ୍ଟ୍ରାୟତ୍ତ ସଂସ୍ଥା ।
ତେବେ ଏ ବାବଦରେ ଆହୁରି ତଥ୍ୟ ଖୋଜିବାପରେ ଜାଣିବାକୁ ମିଳିଛି, ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥା ମଧ୍ୟରୁ ଓ୍ବି ସାଇନ ଟେକ୍‌(ପ୍ରା) ଲିଃ ସଂସ୍ଥା ଟେଣ୍ଡରରେ ଅନିୟମିତତା ହୋଇଥିବା ନେଇ ଗତ ୪ ନଭେମ୍ବରରେ ଜେଲ ବିଭାଗକୁ ଏକ ଇ-ମେଲ୍‌ ଜରିଆରେ ଅଭିଯୋଗ ପତ୍ର ପଠାଇଛି। ଉକ୍ତ ଇ-ମେଲ୍‌ରେ ଉଲ୍ଲେଖ ରହିଛି ଯେ ଓ୍ବାର୍ଡର ନିଯୁକ୍ତି ଲାଗି ଠିକା ସଂସ୍ଥା ଚୟନ ପାଇଁ କରାଯାଇଥିବା ଟେଣ୍ଡରରେ ସିଲିକନ ଟେକ୍‌ ଲାବ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର କୌଣସି ମଧ୍ୟ ଯୋଗ୍ୟତା ନାହିଁ। ଯେଉଁ କାଗଜ ଦେଇ ଏହି ସଂସ୍ଥା କାର୍ଯ୍ୟ ହାତେଇଛି, ତାହା ପଛରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ହାତ ରହିଥିବା ଉକ୍ତ ସଂସ୍ଥା ଅଭିଯୋଗ କରିଛି। ଏହିସବୁ ମଧ୍ୟରେ ସିଲିକନ ଟେକ୍‌ ଲାବ୍‌ ପୂର୍ଣ୍ଣମାତ୍ରାରେ ସବୁ ଟେଷ୍ଟିଂ ସେଣ୍ଟରକୁ ପରୀକ୍ଷା ତାରିଖ ଦେବା ଲାଗି ଆବେଦନ କରିଥିବା କଥା ଦୃଷ୍ଟିକୁ ଆସିଛି। ସିଲିକନ ଟେକ୍‌ ଲାବ୍‌ ଦାଖଲ କରିଥିବା ସମସ୍ତ ଦସ୍ତାବିଜ ସେହି କମ୍ପାନୀର ଡାଇରେକ୍ଟରଙ୍କ ଅନ୍ୟ ଏକ ସଂସ୍ଥାର ହୋଇଥିବ ବୋଲି ସନ୍ଦେହ କରାଯାଉଛି। ତେବେ ଏନେଇ ସିଲିକନ ଟେକ୍‌ ଲାବ୍‌ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର ଏମ୍‌ଡି ସୁରେଶ ଚନ୍ଦ୍ର ନାଏକଙ୍କୁ ଟେଲିଫୋନ୍‌ ଯୋଗେ ପଚାରିବାରୁ ସେ କହିଛନ୍ତି, ଟେଣ୍ଡରରେ ଯଦି ତାଙ୍କ ସଂସ୍ଥା କିଛି ଭୁଲ୍‌ କାଗଜପତ୍ର ଦେଇଛି ତେବେ ସେନେଇ ଚୟନ କମିଟି ଉତ୍ତର ରଖିପାରିବେ। ତାଙ୍କ ସଂସ୍ଥା ଯାହା କହିବ ସେକଥା କେବଳ ଚୟନ କମିଟି ଆଗରେ ହିଁ କହିବେ। ଏମିତି ବହୁ ଟେଣ୍ଡର ତାଙ୍କ ସଂସ୍ଥା ପକାଉଛି। ତେଣୁ ଏହି ଓ୍ବାର୍ଡର ନିଯୁକ୍ତି ସମ୍ପର୍କିତ ଟେଣ୍ଡର ବିଷୟରେ କର୍ମଚାରୀ ଜାଣିଥିବେ, ସେ ଜାଣିନାହାନ୍ତି ବୋଲି କହିଛନ୍ତି। ତେବେ ଏ ସମ୍ପର୍କରେ ଦିପ୍ତେଶ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ଅଫିସ୍‌ ବନ୍ଦ ହୋଇଗଲା। ଏନେି ଯାହା ତଥ୍ୟ ଦରକାର ଶୁକ୍ରବାର ତାଙ୍କୁ ଟେଲିଫୋନ କଲେ ଜଣେ ଡିଆଇଜି ର଼୍ୟାଙ୍କର ଅଧିକାରୀ ଭେଟି ସବୁ ତଥ୍ୟ ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?