ଚାକିରି: ନାହିଁ କିନ୍ତୁ ଅଛି

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତା’ର ପ୍ରଭାବ ରାଜ୍ୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଛି। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତିନିମାସରେ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ତେଣୁ ସରକାର ଗତ ୭ ତାରିଖରେ ଏକ ସର୍କୁଲାର ଜାରି କରି କେତେକ ଖର୍ଚ୍ଚ ଉପରେ କଟକଣା ଲଗାଇବା ସାଙ୍ଗକୁ ଠିକା କର୍ମଚାରୀଙ୍କ ଚାକିରି ନବୀକରଣ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହାସହ ଅବସରପ୍ରାପ୍ତ ଅଧିକାରୀଙ୍କୁ ଆଉ ପୁନଃ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ସେଥିରେ ଦର୍ଶାଇଛନ୍ତି। ଏହାସହିତ ପ୍ରକାଶ ପାଇଥିବା ୨୦୦୪୨ ସର୍କୁଲାର ନମ୍ବର ଦେଖନ୍ତୁ। ଏଭଳି ସ୍ଥିତିରେ ପାଖିପାଖି ୨ଲକ୍ଷ ଠିକା କର୍ମଚାରୀ ଜୀବିକା ହରାଇବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃ ନିଯୁକ୍ତି ବ୍ୟବସ୍ଥାକୁ ନେଇ କିନ୍ତୁ ପ୍ରଶ୍ନ ଉଠିବା ଆରମ୍ଭ ହୋଲାଣି। କାରଣ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଯେଉଁ କଟକଣା ଜାରି ହେବ ବୋଲି ଅର୍ଥ ବିଭାଗ ଦର୍ଶାଇଥିଲା ସେହିଦିନ ସାଧାରଣ ପ୍ରଶାସନ ଶ୍ରୀଭୂଷଣ ଶୁକ୍ଳା ନାମକ ଜଣେ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଖାଲି ସେତିକି ନୁହେଁ ,ଏହାର ୩ ଦିନ ପରେ ଅର୍ଥାତ୍‌ ଜୁଲାଇ ୧୦ ତାରିଖରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କୁ ଅଷ୍ଟମ ଥର ପାଇଁ ଇସ୍ପାତ ଓ ଖଣି ବିଭାଗରେ ଓଏସ୍‌ଡି ତଥା ସ୍ବତନ୍ତ୍ର ଶାସନ ସଚିବ ଭାବେ ସାଧାରଣ ପ୍ରଶାସନ ବିଭାଗ ନିଯୁକ୍ତି ଦେଇଛି। ମହାନ୍ତି ଖଣି ନିର୍ଦ୍ଦେଶକ ଥିବା ସମୟରେ ୨୦୧୮ରେ ଅବସର ନେଇଥିଲେ। ଉଚ୍ଚତମ ନ୍ୟାୟାଳୟରେ ମାମଲା ପରିଚାଳନାର ଆବଶ୍ୟକତା ଥିବା ଦର୍ଶାଇ ତାଙ୍କୁ ପ୍ରଥମେ ୬ ମାସ ପାଇଁ ସେତେବେଳେ ପୁନଃ ନିଯୁକ୍ତି ଦିଆଗଲା। ଏହିଭଳି ୨୦୧୮ରୁ ୨୦୨୦ ମଧ୍ୟରେ ତାଙ୍କୁ ୭ଥର ପୁନଃ ନିଯୁକ୍ତି ମିଳିସାରିବାପରେ ନିକଟରେ ମହାନ୍ତିଙ୍କ ସମୟ ଅବଧି ପୂରିଥିଲା। ବର୍ତ୍ତମାନ ଖଣି ନିର୍ଦ୍ଦେଶକ ଭାବେ ଆଇଏଫଏସ ଅଫିସର ଦେବୀଦତ୍ତ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିବା ପରେ ଦୀପକ ମହାନ୍ତିଙ୍କୁ ବିଭାଗରେ ଓଏସ୍‌ଡି ଭାବେ ପୁନଃନିଯୁକ୍ତି ମିଳିଲା।
ଏହିସବୁ ଘଟଣା ପରେ ଅର୍ଥ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ତାଳମେଳର ଅଭାବ ରହୁଥିବା ପରିଲକ୍ଷିତ ହେଉଛି। ସରକାରଙ୍କ ନିୟମାନୁଯାୟୀ, ଯେଉଁ ସ୍ଥାନରେ ନିଯୁକ୍ତିକୁ ନେଇ କୌଣସି ଆଇନଗତ ସମସ୍ୟା ରହିଥିବ ସେହି ସ୍ଥାନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥାଏ। ଆବଶ୍ୟକସ୍ଥଳେ ଖାଲି ପଦବୀ ପୂରଣ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ମଧ୍ୟ ଆହ୍ବାନ କରିବା ବ୍ୟବସ୍ଥା ୨୦୧୪ରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ରହିଛି। କିନ୍ତୁ ଏ ନିୟମକୁ ଅଣଦେଖା କରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ବାରମ୍ବାର ପୁନଃ ନିଯୁକ୍ତି ମିଳୁଛି। ଠିକା କର୍ମଚାରୀଙ୍କ ପାଇଁ ବିପଦ ଥିବାବେଳେ ଏବଂ ଆଗକୁ କୌଣସି ନୂଆ ପଦବୀ ଚାକିରି କ୍ଷେତ୍ରରେ ସୃଷ୍ଟି ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭିନ୍ନ ନିୟମ ରଖାଯାଇଛି। ଅନ୍ୟପଟେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ୨୦୧୮ରେ ଏକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହେଲା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ପୁନଃ ନିଯୁକ୍ତି ମିଳିବ ନାହିଁ। କିନ୍ତୁ ବରିଷ୍ଠ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ନିଜ କଥାକୁ ପାଳନ କରିବାରେ ବିଫଳ ହେଲେ। ସେହିବର୍ଷ ୩ ଜଣ ବରିଷ୍ଠ ଅଧିକାରୀ ତଥା ୨ଜଣ ଆଇଏଏସ ଏବଂ ଜଣେ ଆଇଏଫଏସ ଅଫିସରଙ୍କୁ ପୁନଃ ନିଯୁକ୍ତି ମିଳିଲା। ଏହାସହ ଆଉ କେତେଜଣ ଓଏଏସ୍‌ ଅଫିସରଙ୍କୁ ମଧ୍ୟ ସମାନଭାବେ ପୁନଃ ନିଯୁକ୍ତି ଦିଆଗଲା। ସେହିପରି ୨୦୨୦ରେ ଆହୁରି ୪ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ସେହିପରି ୨ଜଣ ଓଏଏସ୍‌ ଅଫିସର ଏବଂ ଜଣେ ଓଏସ୍‌ଏସ୍‌ ଅଧିକାରୀଙ୍କୁ ମଧ୍ୟ ପୁନଃ ନିଯୁକ୍ତି ମିଳିଛି। ଅନ୍ୟପଟେ ଅର୍ଥ ବିଭାଗରେ ଓଏସ୍‌ଡି ତଥା ଅତିରିକ୍ତ ଶାସନ ସଚିବ ପଦବୀରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ବର୍ଷେ ପାଇଁ ପୁନଃ ନିଯୁକ୍ତି ଦିଆଯାଇଛି। ସେହିଭଳି ପୂର୍ତ୍ତ ବିଭାଗରେ ମଧ୍ୟ ସମାନ ଦଶା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କୁ ବର୍ତ୍ତମାନ ବିଭାଗର ଓଏସ୍‌ଡି ତଥା ସ୍ବତନ୍ତ୍ର ସଚିବ ପାହ୍ୟାରେ ପୁନଃ ନିଯୁକ୍ତିି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଡିଏସ୍‌ରେ ଓଡ଼ିଆ ଝିଅ ଅଦିତି ଟପ୍ପର

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ୍‌)-୨ ପରୀକ୍ଷା (ମହିଳା)ରେ ଓଡ଼ିଆ ଝିଅ ଅଦିତି ପରିଡ଼ା ଟପ୍ପର ହୋଇଛନ୍ତି। ଏଭଳି ସଫଳତା ହାସଲ କରିବାପରେ ଅଦିତି ହେଉଛନ୍ତି...

ଖାଦ୍ୟ ସୁରକ୍ଷା ସବ୍‌ସିଡି ୧୪,୨୯୨,୫୧ କୋଟି ଦିଅ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଉପରେ ୧୪,୨୯୨,୫୧ କୋଟି ଟଙ୍କା ସବ୍‌ସିଡି ବକେୟା ପଡ଼ିଛି। ଏଥିସହିତ ନଭେମ୍ବର ୩୦ ସୁଦ୍ଧା ଏହି ଟଙ୍କାର ୬,୧୮୭ କୋଟି ଟଙ୍କା ସୁଧ...

ହାଇକୋର୍ଟରେ ପ୍ରବାସୀଙ୍କ ପଞ୍ଜୀକରଣ ମାମଲା: ଆଧାର କାର୍ଡ ଜରୁରୀ ନୁହେଁ

କଟକ ଅଫିସ୍‌,୧୫।୫: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ପାଇଁ ପ୍ରବାସୀଙ୍କୁ ସରକାରଙ୍କ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ତେବେ ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ...

ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ...

ସ୍ଥିତି ଅଣାୟତ୍ତ

ନ୍ୟୁୟର୍କ/ଲଣ୍ଡନ,୨ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୪୪, ୨୨୭ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ...

କୋଇଲା ଚୋରା କାରବାରରେ କୋଟିପତି ହୋମଗାର୍ଡ

ଅନୁଗୋଳ ଅଫିସ,୨୭ା୫: ପୋଲିସ ଚାକିରିକୁ ଢାଲ କରି କୋଇଲା ଚୋରା କାରବାର କରୁଥିବା କଟକ ଜିଲା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁଙ୍କୁ ଗିରଫ...

କୋଚିଂ ସେଣ୍ଟର ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଘରୋଇ ଶିକ୍ଷକ

ଭୁବନେଶ୍ୱର, ୩।୬(ବ୍ୟୁରୋ): କରୋନା ମହାମାରୀ ଲକ୍‌ଡାଉନ୍‌ ଯୋଗୁ ୩ମାସ ହେଲା ଟ୍ୟୁଶନ ଓ କୋଚିଂସେଣ୍ଟର ବନ୍ଦ ରହିଛି। ଏହା ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ଉପରେ ଘୋର...

ଦୁଇ ଗାଁକୁ ଯୋଡ଼ିଛି କାଠପୋଲ

ଫୁଲବାଣୀ ଅଫିସ, ୨୫ା୧ – କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ।...

Advertisement
Archives

Model This Week