ଜିଏମ୍‌ଆର୍‌ ଅଧିଗ୍ରହଣ ଡିଲ୍‌ରୁ ଓହରିଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୧।୮ : ଜିଏମ୍‌ କମଳାଙ୍ଗ ଏନର୍ଜିକୁ ଅଧିଗ୍ରହଣ କରିବା ଲାଗି ଜେଏସ୍‌ଡବ୍ଲ୍ୟୁ ଏନର୍ଜି ଗତ ୫ ମାସ ତଳେ ଘୋଷଣା କରିଥିଲା। ବର୍ତ୍ତମାନ ଏହି ଡିଲ୍‌ରୁ ଜେଏସ୍‌ଡବ୍ଲ୍ୟୁ ଓହରିଯାଇଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଉପୁଜିଥିବା ଅନିଶ୍ଚିତତା ଏହି ଡିଲ୍‌ ଉପରେ ପ୍ରଭାବ ପକାଇଥିବା କୁହାଯାଉଛି। ସଜ୍ଜନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍‌ଡବ୍ଲ୍ୟୁ ଉକ୍ତ ଯୋଜନା ସମ୍ପର୍କରେ ଚଳିତ ବର୍ଷ ଫେବୃୟାରୀରେ ଘୋଷଣା କରିଥିଲା। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ଜିଏମ୍‌ଆର୍‌ ଗ୍ରୁପ୍‌ର ୧୦୫୦ ମେଗାଓ୍ବାଟ୍‌ ପ୍ରକଳ୍ପକୁ ୫,୩୨୧ କୋଟି ଟଙ୍କାରେ ଅଧିଗ୍ରହଣ ନେଇ ଜେଏସ୍‌ଡବ୍ଲ୍ୟୁ ନିଷ୍ପତ୍ତି ନେଇଥିଲା। ଅତ୍ୟଧିକ ଋଣ ଚାପରେ ରହିଥିବା ଜିଏମ୍‌ଆର୍‌ ଗ୍ରୁପ୍‌ ଏହି ପ୍ରକଳ୍ପକୁ ବିକ୍ରି କରିବାକୁ ଯୋଜନା ରଖିଥିଲା।
ଜେଏସ୍‌ଡବ୍ଳ୍ୟୁ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଜିଏମ୍‌ଆର୍‌ ଏନର୍ଜିଠାରୁ ଏହାର କମଳାଙ୍ଗ ପ୍ରକଳ୍ପର ୧୦୦% ଅଂଶଧନ ହାସଲ ନେଇ ପ୍ରସ୍ତାବିତ ଡିଲ୍‌କୁ ଆଗକୁ ବଢ଼ାଯାଇ ନାହିଁ। ମହାମାରୀ ସ୍ଥିତିରେ ଉପୁଜିଥିବା ଅନିଶ୍ଚିତତା ଯୋଗୁ ଉଭୟ ପକ୍ଷଙ୍କ ସମ୍ମତିରେ ଡିଲ୍‌କୁ ଏବଂ ଟ୍ରାଞ୍ଜାକ୍ସନକୁ ବାତିଲ କରିଦିଆଯାଇଛି। ପ୍ରସ୍ତାବିତ ଅଧିଗ୍ରହଣ ଆଗକୁ ବଢିଥିଲେ ଜିଏମ୍‌ଆର୍‌କୁ ଏହାର ଋଣ ଭାର ହ୍ରାସ କରିବାରେ ସହାୟକ ହୋଇଥାନ୍ତା। ସେହିଭଳି ଜେଏସ୍‌ଡବ୍ଳ୍ୟୁ ଏହାର ପୋର୍ଟଫୋଲିଓ କ୍ଷମତାକୁ ବଢାଇବାରେ ସକ୍ଷମ ହୋଇଥାନ୍ତା ବୋଲି ମେ ମାସରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା।
ଗତବର୍ଷ ଏପ୍ରିଲରେ ଦେବାଳିଆ ଆଇନ ସଂଶୋଧନ ହେବା ଯୋଗୁ ଶକ୍ତି କ୍ଷେତ୍ରର ଚାପଗ୍ରସ୍ତ ସମ୍ପତ୍ତି କ୍ରୟ ନେଇ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଥିଲେ। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ ନିୟମ ବାହାରେ କେତେକ ମାମଲା ସମାଧାନ କରିବା ଲାଗି ମଧ୍ୟ ପ୍ରକ୍ରିୟା ଜାରି ରହିଥିଲା। ମାତ୍ର ଏଭଳି ଧାରା ଉପରେ କୋଭିଡ୍‌ର ପ୍ରଭାବ ପଡିଛି। ଡିଲ୍‌ ବାତିଲ ହେବା ପରେ ଜିଏମ୍‌ଆର୍‌ ଶେୟାର କାରବାର ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଅପରପକ୍ଷରେ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ଜେଏସ୍‌ଡବ୍ଲ୍ୟୁ ଏନର୍ଜିର ନେଟ୍‌ ଲାଭ ୨୧୯.୫୬ କୋଟି ଟଙ୍କା ରହିଛି। ଗତ ବର୍ଷ ଏହି ସମୟରେ କମ୍ପାନୀ ୨୩୭.୨୭ କୋଟି ଟଙ୍କା ଲାଭ କରିଥିଲା। ଚଳିତ ବର୍ଷ ଏହି ଅବଧିରେ କମ୍ପାନୀର ମୋଟ ରାଜସ୍ବ ୧୮୮୬.୭୮ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?