ଜୀବିକା ଲାଗି ଚାକିରି, ଦୁଃଖ ଲାଘବ ପାଇଁ କବିତା ଲେଖା

ଖଇରା, ୧୦।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ କପିଳ ଦାସ ଏକ ଜଣାଶୁଣା ନାଁ। ସେ ସକାଳୁ ସକାଳୁ ନିତ୍ୟ କର୍ମ ସାରି ସାଇକେଲ ଧରିବା ମାତ୍ରେ ତାଙ୍କ କାନରେ ବାଜେ କପିଳ ଭାଇ ମୋ ଆଧାର କାର୍ଡ ଆସିଛି କି । ଆଉ କିଏ କୁହେ ମୋ ଡ୍ରାଇଭିଂ ଲାଇସେନ୍ସ ଆସିଛି କି । ଯଦି ଆସିଥାଏ ତ ଚିଠି କି ରେଜିଷ୍ଟର ପୋଷ୍ଟ ଦେବା ଆଳରେ ଦୁଇପଦ ଭଲ ମନ୍ଦ ପଚାରି ବୁଝିଯାନ୍ତି । ସମୟ ସୁବିଧା ଦେଖି ୨ ପଦ କୌତୁକିଆ କବିତା ବୋଲି ଦେଇଯାନ୍ତି । ଏଭଳି ଚିଠି ଦିଆନିଆ ମଧ୍ୟରେ ସମ୍ପର୍କ ଡୋରିରେ ଗ୍ରାମବାସୀଙ୍କ ସହ ଯୋଡ଼ି ହୋଇଯାଇଛନ୍ତି ସାଉଁଡ଼ିଆ ପୋଷ୍ଟ ଅଫିସର ଡାକପିଅନ କପିଳ ଚନ୍ଦ୍ର ଦାସ । ଡାକ ପିଅନ ତାଙ୍କ ପେଶା ସତ ହେଲେ ତାଙ୍କ ମନ ସବୁବେଳେ କବିତା ଲେଖାରେ। ଛୁଟି ଦିନ ହେଉ କିମ୍ବା ଅବସର ସମୟରେ ହେଉ କବିତା ଲେଖିବା ସହ ସାହିତ୍ୟ ଆଲୋଚନାରେ ଭାଗ ନେବାରେ ସେ ଆମତ୍ତୃପ୍ତି ଲାଭ କରିଥାନ୍ତି।
ଡାକ ପିଅନ ହିସାବରେ ଯେତିକି ପରିଚିତ ନୁହନ୍ତି ଜଣେ ବ୍ୟଙ୍ଗକବି ହିସାବରେ ସ୍ଥାନୀୟ ଅଞ୍ଚଳରେ ଅଧିକ ଚର୍ଚ୍ଚିତ। ଆବାଳ ବୃଦ୍ଧ ବନିତା ତାଙ୍କର ଏହି କୌତୁକିଆ ମଜାଳିଆ କବିତା ଓ କଥା ଶୁଣିବା ପାଇଁ ପାଖରେ ଭିଡ଼ ଜମାଇଥାନ୍ତି। ଖଇରା ବ୍ଲକର ମାଖନପୁର ପଞ୍ଚାୟତ କୁତୁପୁରୁ ଗ୍ରାମର କପିଳ ଚନ୍ଦ୍ର ଦାସ ମାଖନପୁରୁ ପ୍ରାଇମେରୀ ପରେ ହାଇସ୍କୁଲରେ ପାଠ ପଢ଼ି ୧୯୯୧ ଏପ୍ରିଲ ୨୩ତାରିଖରେ ପୋଷ୍ଟ ପିଅନ ରନର ଭାବେ ଯୋଗ ଦେଇଥିଲେ। ୧୯୭୮ରେ ସେ ବିବାହ କରିବା ପରେ ତାଙ୍କ ଜୀବନରେ ଅଜଣା କଳାବାଦଲ ଘୋଟି ଆସିଥିଲା। ଜଣକ ପରେ ଜଣେ ଏହିଭଳି ୩ ପୁଅ, ୩ ଝିଅ ଆର ପାରିକି ଚାଲିଯାଇଥିଲେ। ଶେଷ ସନ୍ତାନ ଭାବେ ପୁଅ ଅଶୋକ ୭ବର୍ଷର ହୋଇଥିଲା ବେଳେ ସେ ମଧ୍ୟ ଥାଲାସେମିଆ ରୋଗରେ ମୃତ୍ୟୁବରଣ କରିଥିଲେ। ନିଜ ଦୁଃଖ କଥା କହୁଥିବା ବେଳେ ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ସେହି କାଳଜୟୀ ଲେଖା ‘ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ’ ବୋଲି ଆବୃତ୍ତି କରିବା ସମୟରେ କପିଳଙ୍କ ଆଖିରୁ ୨ ଟୋପା ଲୁହ ଝରିପଡ଼େ। ଦୁଃଖକୁ ଚାପିବା ପାଇଁ ଗାଁ ପିଲାଙ୍କ ସହ ଖୁସିରେ ସମୟ କାଟିବା ସହ ସେ କବିତା ଲେଖୁଛନ୍ତି। ଏହାରି ଭିତରେ ସେ ୧୫୦ ଊର୍ଦ୍ଧ୍ୱ ବ୍ୟଙ୍ଗ କବିତା ରଚନା କରିସାରିଲେଣି। ସେଥିମଧ୍ୟରୁ ଅଲିଭା ବ୍ୟଙ୍ଗ ସ୍ମୃତି ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ଅର୍ଥ ଅଭାବରୁ ବହୁଲେଖା ପ୍ରକାଶିତ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍‌ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ...

ଯୋଡ଼ା ପୌରାଞ୍ଚଳରେ ୨୪ ଟିକିଆ ହାତୀପଲ

ଯୋଡ଼ା,୨୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୬ ନଂ. ୱାର୍ଡ ବାଚୁହଟିଂ ନିକଟରେ ୨୪ ଟିକିଆ ହାତୀପଲ  ଦେଖିବାକୁ ମିଳିଛି। ସୋମବାର ସକାଳ ସମୟରେ ବାଚୁହାଟିଂ...

ପେଦ୍ର ଦିଗାଲ ମୃତ୍ୟୁ ଘଟଣା ହତ୍ୟା: ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ ଅଫିସ, ୧୯ା୮-କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତ କୁଡୁପାକିଆ ଗ୍ରାମର ପେଦ୍ର ଦିଗାଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପେଦ୍ରଙ୍କ ମୃତ୍ୟୁ...

୫୦ଫୁଟ୍‌ ତଳକୁ ଓଲଟିଲା ଜିପ୍‌

କେନ୍ଦୁଝର,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଅଞ୍ଚଳରୁ ନୟାକୋଟ ଥାନା ଅଧୀନ ବାଂଶପାଳ ସାପ୍ତାହିକ ହାଟକୁ ଗୁରୁବାର ଯାତ୍ରୀ ନେଇ ଯାଉଥିବା ଏକ ସବାରୀ...

ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ

ହିଞ୍ଜିଳିକାଟୁ,୨୪।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ରାଜାତୋଟା ସାହିର ଜଣେ ବ୍ୟକ୍ତି ମଙ୍ଗଳବାର ପରିବାରବର୍ଗଙ୍କ ଅନୁପସ୍ଥିତିରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ...

ପାରଳା ମୁଖ୍ୟରାସ୍ତା ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି ।...

ଆବର୍ଜନା ମୁକ୍ତ ହେବ ଗାଁ ଦାଣ୍ଡ

ରସୁଲପୁର,୧୮ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରକୁ ସ୍ବଚ୍ଛ ଓ ସୁସ୍ଥ ପଞ୍ଚାୟତ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗାଁ କଲ୍ୟାଣ ସମିତି ଓ ସ୍ବେଚ୍ଛାସେବୀ...

ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଲୁଟ, ୨ ଅଟକ

ଦିଗପହଣ୍ଡି,୧୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରେ ବାଇକ୍‌ ଡିକିରୁ କୌଣସି ଦୁର୍ବୃତ୍ତ ଜଣେ...

Advertisement
Archives

Model This Week