Posted inଜାତୀୟ

ଆତଙ୍କ ସୃଷ୍ଟିରେ ନିୟୋଜିତ ହୋଇଥିଲେ ଜେଏନ୍‌ୟୁ୍‌ ଛାତ୍ର

ମୁମ୍ବାଇ, ୨୪।୮(ଆଇଏଏନ୍‌ଏସ୍‌): ଭୀମା-କୋରେଗାଁଓ ଏବଂ ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତମାନେ ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ମହାରାଷ୍ଟ୍ର ଏବ ଦେଶରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରିଥିଲେ। ଉକ୍ତ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହା ଜାଣିବାକୁ ପାଇଛି। ୪ ବର୍ଷ ହେଲା ଭାରତୀୟ ରାଜନୀତିକୁ ପ୍ରଭାବିତ କରିଥିବା ଏହି ସମ୍ବେଦନଶୀଳ ମାମଲାରେ ୧୬ ଜଣ ଗିରଫ ହୋଇଥିବାବେଳେ ଅନ୍ୟ ୬ ଜଣ ଫେରାର ଅଛନ୍ତି। ଏନ୍‌ଆଇଏ ଚିଠା ଅଭିଯୋଗ ଫର୍ଦ୍ଦରେ ଉପରୋକ୍ତ ମନ୍ତବ୍ୟ ଦେଇଛି। ଏହି ଡ୍ରାଫ୍ଟ ଚାର୍ଜଶିଟ୍‌ ଏନ୍‌ଆଇଏ ସ୍ବତନ୍ତ୍ର ଅଦାଲତର ବିଚାରପତି ଡି.ଇ. କୋଥାଲିକରଙ୍କ ନିକଟରେ ଗତ ସପ୍ତାହରେ ଦାଖଲ କରାଯାଇଛି। ଉକ୍ତ ଚାର୍ଜଶିଟ୍‌ ଅନୁଯାୟୀ ଦେଶର ଦୁଇ ମର୍ଯ୍ୟାଦାସମ୍ପନ୍ନ ଶିକ୍ଷାନୁଷ୍ଠାନ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଏବଂ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (ଟିଆଇଏସ୍‌ଏସ୍‌) ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରୁ ଅଭିଯୁକ୍ତମାନେ ଛାତ୍ରଙ୍କୁ ଆତଙ୍କବାଦୀ କାର୍ଯ୍ୟ ଲାଗି ନିଯୁକ୍ତ କରିଥିଲେ। ସେମାନେ ବେଆଇନ ସଂଗଠନର ନୀତି ଓ କାର୍ଯ୍ୟକ୍ରମର ପ୍ରସାର କରାଉଥିଲେ। ଭାରତ ସରକାର ଓ ମହାରାଷ୍ଟ୍ର ସରକାରରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅଭିଯୁକ୍ତମାନେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ବ୍ୟବହାର ଉପରେ ତାଲିମ ଦେଉଥିଲେ। ଏହି ଲକ୍ଷ୍ୟ ହାସଲ ଲାଗି ସେମାନେ ବେଆଇନ ସଂଗଠନ ଓ ଏହାର ଏହାର ଛାମୁଆ ସଂସ୍ଥାଗୁଡ଼ିକ ମାଧ୍ୟମରେ ବର୍ଷକୁ ୮ କୋଟି ଟଙ୍କା ସଂଗ୍ରହ କରୁଥିଲେ, ଯେଉଁଥିରେ ସେମାନେ ଅତ୍ୟାଧୁନିକ ଏମ୍‌-୪ ଅସ୍ତ୍ର, ୪ ଲକ୍ଷ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଣିପୁର ଏବଂ ନେପାଳରୁ କିଣୁଥିଲେ ବୋଲି ଏନ୍‌ଆଇଏ କହିଛି।
ଉକ୍ତ ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ସୁଧୀର ପି. ଧଓ୍ବାଲେ, ବେର୍ନନ ଏସ୍‌. ଗୋନ୍‌ସାଲଭେସ, ଅରୁଣ ଟି. ଫେରେଇରା, ରୋନା ଜେ. ଓ୍ବିଲସନ, ଗୌତମ ନଭଲଖା, ସୁରେନ୍ଦ୍ର ପି. ଗାଡଲିଙ୍ଗ,୍‌ ଶୋମା କେ. ସେନ୍‌, ମହେଶ ଏସ୍‌. ରାଉତ୍‌, ପି. ଓ୍ବାରାଓ୍ବାରା ରାଓ, ସୁଧା ଭରଦ୍ୱାଜ, ଆନନ୍ଦ ବି. ତେଲତୁମ୍ବଡେ, ହନିବାବୁ ଏମ୍‌. ଥାରାୟିଲ, ସାଗର ଗୋର୍‌ଖେ, ରମେଶ ଗୈଚୋର ଏବଂ ଷ୍ଟାନ୍‌ ସ୍ବାମୀ। ହାଜତରେ ଥିବା ଷ୍ଟାନ୍‌ ସ୍ବାମୀଙ୍କର ଗତ ଜୁଲାଇ ୫ରେ ମୃତ୍ୟୁ ହୋଇଯାଇଛି। ଏହାବ୍ୟତୀତ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମିଲିନ୍ଦ ତେଲତୁମ୍ବଡେ, ସହ୍ୟାତ୍ରି, ପ୍ରକାଶ ଗୋସ୍ବାମୀ, ରିତୁପନ ଗୋସ୍ବାମୀ, କିଷାନ ବୋଷ, ମୁପାଲ୍ଲା ଲକ୍ଷ୍ମଣ ରାଓ, ଚନ୍ଦ୍ରଶେଖର, ମଙ୍ଗଲୁ ଏବଂ ଦୀପୁ। ଏମାନେ ସମସ୍ତେ ବେଆଇନ ଘୋଷିତ ସିପିଆଇ ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟ ବୋଲି ଏନ୍‌ଆଇଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?