ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍‌ଏମ୍‌ପି) ଅଧୀନରେ ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଚଳିତ ବର୍ଷ ଫେବୃୟାରୀରେ ଆସିଥିବା ବଜେଟରେ ଏ ସମ୍ପର୍କରେ ସୀତାରାମନ ଉଲ୍ଲେଖ କରିଥିଲେ। ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରି ଯୋଜନାରେ ଏହା ମଧ୍ୟବର୍ତ୍ତିକାଳୀନ ରୋଡ୍‌ମ୍ୟାପ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି। ୨୦୨୨-୨୫ ମଧ୍ୟରେ ସରକାରଙ୍କ ବ୍ରାଉନ୍‌ଫିଲ୍ଡ ଭିତ୍ତିଭୂମିଗୁଡ଼ିକୁ ଏଥିରେ ସାମିଲ କରାଯିବ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ଏଥିରେ ରେଲଓ୍ବେ, ବିମାନବନ୍ଦର ଏବଂ କୋଇଲା ଖଣି ଭଳି ୩ ପ୍ରମୁଖ କ୍ଷେତ୍ରର ସମ୍ପତ୍ତି ମନିଟାଇଜେଶନ ଲାଗି ଯୋଜନା ରଖାଯାଇଛି। ଏହା ମଧ୍ୟରେ ୧୫ ରେଳ ଷ୍ଟେଶନ, ୨୫ ବିମାନବନ୍ଦର, ୧୬୦ କୋଇଲା ଖଣି ପ୍ରକଳ୍ପ ମନିଟାଇଜେଶନ ଲାଗି ରଖାଯିବ। ଏହାବାଦ ରାଜପଥ, ଶକ୍ତି ବିତରଣ ଲାଇନ, ଗ୍ୟାସ୍‌ ପାଇପ୍‌ଲାଇନ ମଧ୍ୟ ଉକ୍ତ ଯୋଜନାର ଅଂଶ ଭାବେ କାମ କରିବ।
ଏହି ଅବସରରେ ସୀତାରାମନ କହିଛନ୍ତି, ସମ୍ପତ୍ତିର ମାଲିକାନା ସରକାରଙ୍କ ନିକଟରେ ରହିବ। ପ୍ରସ୍ତାବିତ ପ୍ରକଳ୍ପଗୁଡିକ ମଧ୍ୟରୁ ସରକାର କୌଣସିଟିକୁ ବିକ୍ରି କରିବେ ନାହିଁ। ଅର୍ଥ ବ୍ୟବସ୍ଥାର ସୁଧାର ଲାଗି ଭିତ୍ତିଭୂମି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ। ରାଷ୍ଟ୍ରାୟତ୍ତ ସମ୍ପତ୍ତିଗୁଡିକରେ ଘରୋଇ ନିବେଶକୁ ଉତ୍ସାହିତ କରିବା ଲାଗି ଏଭଳି ଯୋଜନା ହାତକୁ ନିଆଯାଇଛି। ଉକ୍ତ ସୂତ୍ରରୁ ଯାହାବି ଆୟ ଆସିବ ତାହା ଭିତ୍ତିଭୂମି କ୍ଷେତ୍ରର ଉନ୍ନତୀକରଣ ଲାଗି ଖର୍ଚ୍ଚ କରାଯିବ। ବ୍ରାଉନଫିଲ୍ଡ ବା କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡିକରେ ଘରୋଇ ନିବେଶ ଆକୃଷ୍ଟ କରାଯିବ। ଯେଉଁ ଆସେଟ ସବୁ ପ୍ରସ୍ତୁତ ହୋଇ ରହିଛି ତା’ର ହିଁ ମନିଟାଇଜ୍‌ କରାଯିବ। ଯେଉଁ ସମ୍ପତ୍ତି ସବୁର ବିତ୍ତୀୟ ବ୍ୟବହାର ହୋଇପାରୁନାହିଁ ଏଗୁଡିକୁ ଆହୁରି ଉନ୍ନତ କରିବା ଲାଗି ଘରୋଇ ନିବେଶକୁ ଉତ୍ସାହିତ କରାଯିବ। ଚଳିତ ଆର୍ଥତ୍କ ବର୍ଷରେ ୮୮ ହଜାର କୋଟି ଟଙ୍କା ସଂଗ୍ରହ ଯୋଜନା ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
୨୬,୭୦୦ କି.ମି.ର ରାଜପଥ ଆସେଟ୍‌ ମନିଟାଇଜେଶନ ଦ୍ୱାରା ୧.୬୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ରାଜପଥ କ୍ଷେତ୍ରରେ ୧୪ ଶହ କି.ମି. ମନିଟାଇଜେଶନ ଦ୍ୱାରା ୧୭ ଶହ କୋଟି ଟଙ୍କା ଆସିଥିବା କାନ୍ତ କହିଛନ୍ତି। ସେହିଭଳି ଶକ୍ତି କ୍ଷେତ୍ରର ୫ ଆସେଟ୍‌ ମନିଟାଇଜେଶନ ଦ୍ୱାରା ୭,୭୦୦ କୋଟି ଟଙ୍କା ସଂଗ୍ରହ ହୋଇଛି। ୨୮,୬୦୮ ସିକେଟି କି.ମି. ଟ୍ରାନ୍ସମିଶନ ଲାଇନ୍‌ର ମନିଟାଇଜେଶନ ଦ୍ୱାରା ୪୫,୨୦୦ କୋଟି ଏବଂ ଶକ୍ତି ଉତ୍ପାଦନ କ୍ଷେତ୍ରରୁ ୩୯,୮୩୨ କୋଟି ସଂଗ୍ରହ ଲକ୍ଷ୍ୟ ରହିଥିବା କାନ୍ତ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri