Posted inଜାତୀୟ

ମାନ୍‌ଝୀଙ୍କ ଚାଞ୍ଚଲ୍ୟକର ବୟାନ: ନୀତୀଶ କୁମାରଙ୍କ ଭୋଜନରେ ମିଶାଯାଉଛି ପାଗଳ କରିଦେଉଥିବା ‘ବିଷାକ୍ତ ପଦାର୍ଥ’, ଯାଞ୍ଚ କରାଯାଉ

ପାଟନା,୧୦।୧୧: ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାନ୍‌ଝୀ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପରସା ଯାଉଥିବା ଭୋଜନରେ ବିଷାକ୍ତ ପଦାର୍ଥ ମିଶାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ପଦକୁ ହାତେଇବାକୁ ଚାହୁଁଥିବା ଲୋକେ ଏହା କରୁଥିବା ଯୋଗୁ ଏହାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

ପାଟନାରେ ବିଧାନସଭା ବାହାରେ ଖବରଦାତାଙ୍କ ସହ କଥାବାର୍ତ୍ତାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍‌ଝୀ କହିଛନ୍ତି, କିଛି ଦିନ ପୂର୍ବରୁ ନୀତୀଶ ଅଶ୍ଳିଳ ଭାଷା ପ୍ରୟୋଗ କରିଥିଲେ, ଏଥିଲାଗି ତାଙ୍କୁ ବିଧାନସଭାରେ କ୍ଷମା ମାଗିବାକୁ ପଡ଼ିଥିଲା। କାଲି ପୁଣି ସେ ନିଜ ଉପରେ ନିୟନ୍ତ୍ରଣ ହରାଇ ମୋତେ ନେଇ ଅପମାନଜନକ ଶବ୍ଦର ବ୍ୟବହାର କରିଥିଲେ। ମୁଁ ତାଙ୍କଠାରୁ ବୟସରେ ଏବଂ ରାଜନୈତିକ ଅନୁଭବରେ ବରିଷ୍ଠ ବୋଲି ସେ ଭୁଲିଯାଇଥିଲେ। ଏହା ତାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେବାର ସଙ୍କେତ ବୋଲି ସେ କହିଛନ୍ତି।

ତେବେ ବର୍ତ୍ତମାନ ବିହାରରେ ‘ଗମ୍ଭୀର ରାଜନୈତିକ ସ୍ଥିତି’କୁ ନେଇ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଅବଗତ କରାଇବାକୁ ସେ ଶନିବାର ତାଙ୍କୁ ଭେଟିବେ। ଏଥିସହ ସେ ନୀତୀଶଙ୍କୁ ପରସା ଯାଉଥିବା ଭୋଜନର ଉଚ୍ଚସ୍ତରୀୟ ଯାଞ୍ଚ କରାଇବାକୁ ଦାବି କରିଛନ୍ତି। ତାଙ୍କ ଭୋଜନରେ ବିଷାକ୍ତ ପଦାର୍ଥ ମିଶାଯାଉଛି, ଯାହାକି ତାଙ୍କୁ ପାଗଳ କରିଦେବ। ତାଙ୍କ ନିକଟରେ କିଛି ଏଭଳି ଲୋକ ଅଛନ୍ତି ଯିଏ ତାଙ୍କ ପଦକୁ ହାତେଇବାକୁ ଚାହାନ୍ତି ବୋଲି ସେ କହିଛନ୍ତି।

କହିରଖୁଛୁ, ବୁଧବାର ନୀତୀଶ ତାଙ୍କର ପୂର୍ବତନ ସହଯୋଗୀ ମାନ୍‌ଝୀଙ୍କ ଉପରେ ବର୍ଷିଥିଲେ। ତାଙ୍କର ମୁର୍ଖାମୀ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?